Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ମାଲିଙ୍ଗାଙ୍କ ରେକର୍ଡ ଭାଙ୍ଗିବେ ଅମିତ ମିଶ୍ରା ! ଆଇପିଏଲ୍‌ରେ ଦ୍ରୁତ ବୋଲରଙ୍କ ଉପରେ ଭାରି ସ୍ପିନର

16/09/2021 at 4:52 PM

ନୂଆଦିଲ୍ଲୀ ୧୬/୦୯: ଆଇପିଏଲ ୨୦୨୧ର ଦ୍ବିତୀୟ ଭାଗ ଦୁଇ ଦିନ ପରେ ୟୁଏଇରେ ଆରମ୍ଭ ହେବ। ଏଥିର କେଉଁ ଦଳ ବାଜିମାରିବ ଜାଣିବା ପାଇଁ ୧୫ ଅକ୍ଟୋବର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। କିନ୍ତୁ ଯେଉଁ ଟିମ୍‌ରେ ସ୍ପିନ୍‌ ବୋଲର ଭଲ ଅଛନ୍ତି ସେହି ଦଳ ଜିତିବାର ସମ୍ଭାବନା ରହିଛି। ଏହା ପଛରେ ମଧ୍ୟ ବଡ଼ କାରଣ ରହିଛି। ଯଦି ସବୁଠୁ ଅଧିକ ଓ୍ବିକେଟ ନେଇଥିବା ବୋଲରଙ୍କ ଉପରେ ନଜର ଦିଆଯାଏ ତେବେ ଏହି ଲିଷ୍ଟରେ ୭ ସ୍ପିନର ଅଛନ୍ତି। କିନ୍ତୁ ଲିଷ୍ଟର ଶୀର୍ଷରେ ଶ୍ରୀଲଙ୍କାର  ବୋଲର ଲସିଥ ମାଲିଙ୍ଗା ରହିଛନ୍ତ।

ସେ ୧୨୨ ମ୍ୟାଚ୍‌ରୁ ୧୭୦ ଓ୍ବିକେଟ୍‌ ନେଇଥିଲେ। କିନ୍ତୁ ଏବେ ସେ କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ନେଇଯାଇଛନ୍ତି। ତେବେ ଆଇପିଏଲ୍‌ରେ ଅଧିକ ଓ୍ବିକେଟ ନେବା ମାମଲାରେ ମାଲିଙ୍ଗାଙ୍କ ରେକର୍ଡ ଚଳିତ ସିଜନ୍‌ରେ ଭାଙ୍ଗି ପାରେ। କାରଣ ଦିଲ୍ଲୀ କ୍ୟାପିଟାଲ୍ସର ଲେଗ ସ୍ପିନ୍‌ର ଅମିତ ମିଶ୍ରା ଏବେ ସୁଦ୍ଧା ୧୬୬ ଓ୍ବିକେଟ ନେଇସାରିଛନ୍ତି। ମାଲିଙ୍ଗାଙ୍କ ରେକର୍ଡ ଭାଙ୍ଗିବାକୁ ହେଲେ ମିଶ୍ରାଙ୍କୁ କେବଳ ଆଉ ୫ ଟି ଓ୍ବିକେଟ ଅକ୍ତିଆର କରିବାକୁ ହେବ। ୟୁଏଇର ପିଚ୍‌ କଣ୍ଡିସନ୍‌କୁ ଦେଖିଲେ ଅମିତଙ୍କ ପାଇଁ ଏହା କଷ୍ଟସାଧ୍ୟ ହୋଇନପାରେ।

ଆଇପିଏଲ୍‌ରେ ସବୁଠୁ ଅଧିକ ଓ୍ବିକେଟ ନେବା ଲିଷ୍ଟରେ ତୃତୀୟ ସ୍ଥାନରେ ମୁମ୍ବାଇ ଇଣ୍ଡିଆନ୍ସର ପୀୟୁଷ ଚାଓ୍ବଲା ଅଛନ୍ତି। ସେ ଏବେ ଯାଏଁ ୧୬୪ ମ୍ୟାଚ୍‌ରୁ ୧୫୬ ଓ୍ବିକେଟ ନେଇଛନ୍ତି। ବ୍ରାଭୋଙ୍କ ନାଁରେ ମଧ୍ୟ ଏତିକି ଓ୍ବିକେଟ ରହିଛି । ଏହା ପରେ ତାଲିକାରେ ଯେଉଁ ସ୍ପିନରଙ୍କ ନାଁ ଅଛି ସେମାନେ ହେଲେ- ହରଭଜନ ସିଂହ (୧୫୦ ଓ୍ବିକେଟ), ରବିଚନ୍ଦ୍ରନ ଅଶ୍ବିନୀ (୧୩୯ ଓ୍ବିକେଟ), ସୁନୀଲ ନାରିନ୍‌ (୧୩୦ ଓ୍ବିକେଟ) ଏବ ୟୁଜବେନ୍ଦ୍ର ଚହଲ (୧୨୫ ଓ୍ବିକେଟ୍‌) ।

ଅନ୍ୟପଟେ ଇକୋନୋମି ରନ୍‌ ରେଟ୍‌ ମାମଲାରେ ଦ୍ରୁତ ବୋଲରଙ୍କ ଉପରେ ଭାରି ସ୍ପିନର। ଆଇପିଏଲରେ ଶୀର୍ଷ ଇକୋନୋମି ରେଟର ୧୦ ଜଣ ବୋଲରଙ୍କ ମଧ୍ୟରେ ୮ ଜଣ ସ୍ପିନର ଅଛନ୍ତି। ଏହି ଲିଷ୍ଟରେ ସନରାଇଜର୍ସ ହାଇଦ୍ରାବାଦର ସ୍ପିନର ରଶିଦ ଖାନ ସର୍ବାଗ୍ରେ ଅଛନ୍ତି। ସେ ଏବେ ଯାଏଁ ୬୯ ମ୍ୟାଚ୍‌ରେ ୬.୨୩ ଇକୋନୋମି ସହ ୧୭୦୯ ରନ୍‌ ଦେଇଛନ୍ତି।

ସେହିଭଳି ହ୍ୟାଟ୍ରିକ୍‌ ଓ୍ବିକେଟ୍‌ ନେବା ମାମଲାରେ ୧୯ ବୋଲରଙ୍କ ମଧ୍ୟରେ ୧୨ ଜଣ ସ୍ପିନର୍ସ ଅଛନ୍ତି। ଅମିତ ମିଶ୍ରା ଆଇପିଏଲ୍‌ରେ ୩ ଥର ହ୍ୟାଟ୍ରିକ୍‌ ନେଇଛନ୍ତି। ତାଙ୍କ ପରେ ବାମ ହାତି ବୋଲର ଯୁବରାଜ ସିଂହ ରହିଛନ୍ତି। ଲିଗ୍‌ ମ୍ୟାଚ୍‌ରେ ସେ ଦୁଇ ଥର ହ୍ୟାଟ୍ରିକ୍‌ ଓ୍ବିକେଟ ନେଇଛନ୍ତି।  

   Related Posts