ବିଶ୍ୱକପରେ ହାରିବା ଟିମ୍‌କୁ ବିଜୟୀ ଲେଖି ପ୍ରଶଂସା କଲେ ଅମିତ ମିଶ୍ରା, ଟ୍ୱିଟରରେ 'କଂଗ୍ରାଚ୍ୟୁଲେସନ୍ସ ବ୍ଲାକ୍ କ୍ୟାପ୍' କମେଣ୍ଟକୁ ଟ୍ରୋଲ୍

Published By : Prameya-News7 Bureau | November 15, 2021 IST

ନୂଆଦିଲ୍ଲୀ, ୧୫|୧୧:  ଟି୨୦ ବିଶ୍ୱକପକୁ ଜିତି ଇତିହାସ ରଚିଛି ଅଷ୍ଟ୍ରେଲିଆ । ନ୍ୟୁଜିଲାଣ୍ଡକୁ ମାତ୍ ଦେଇ ଦଳ ପ୍ରଥମ ଥର ପାଇଁ ଟି୨୦ ଚାମ୍ପିଅନ ହୋଇଛି । ଯେତେବେଳେ ମ୍ୟାଚ୍ ଶେଷ ହେଲା ସେତେବେଳେ ଫ୍ୟାନ୍, କ୍ରିକେଟପ୍ରେମୀ ଓ କ୍ରିକେଟରମାନେ କଙ୍ଗାରୁ ଟିମ୍‌କୁ ଶୁଭେଚ୍ଛା ଜଣାଇଥିଲେ । କିନ୍ତୁ ଏହାମଧ୍ୟରେ ଭାରତୀୟ କ୍ରିକେଟର ଅମିତ ମିଶ୍ରା ଏକ ବଡ ଭୁଲ କରିଦେଇଥିଲେ ।

wp:html /wp:html

ଅମିତ ମ୍ୟାଚ୍ ସରିବା ପରେ ଅଷ୍ଟ୍ରେଲିଆ ବଦଳରେ ନ୍ୟୁଜିଲାଣ୍ଡକୁ ଅଭିନନ୍ଦନ ଜଣାଇ ଦେଇଥିଲେ । ସେ ଟ୍ୱିଟରରେ ମଧ୍ୟ ଅଭିନନ୍ଦନ ବ୍ଲାକ୍ କ୍ୟାପ୍ ବୋଲି ଲେଖିଦେଇଥିଲେ ।

wp:html /wp:html

ଏକଦା ଭାରତୀୟ ଦଳର ଚୁଡାନ୍ତ ଏକାଦଶରେ ଖେଳୁଥିବା ଅମିତ ଫାଇନାଲ ଶେଷ ହେବା ପରେ ଟ୍ୱିଟ୍ କରିଥିଲେ । ସେ ଟ୍ୱିଟରେ ଲେଖିଥିଲେ ଯେ, ନ୍ୟୁଜିଲାଣ୍ଡ ଦଳକୁ ବିଶ୍ୱକପ ବିଜୟୀ ହୋଇଥିବାରୁ ଅନେକ ଅନେକ ଅଭିନନ୍ଦନ ।କିଓ୍ୱି ଟିମ୍ ବହୁତ ଭଲ ଖେଳିଥିଲା ।ବିଶ୍ୱକପ କଙ୍ଗାରୁ ଟିମ୍ ଜିତିଥିଲା କିନ୍ତୁ ଅମିତ ନ୍ୟୁଜିଲାଣ୍ଡରୁ ଅଭିନନ୍ଦନ ଜଣାଇ ଦେଇଥିଲେ । ଏହାକୁ ନେଟିଜେନ୍ସ ମିମ୍ କରିଥିଲେ । ତେବେ ପରେ ସେ ନିଜ ଭୁଲ ସୁଧାରିଥିଲେ । କିନ୍ତୁ ସେତେବେଳକୁ ଟ୍ୱିଟ୍‌ର ସ୍କ୍ରିନସଟ୍ ଭାଇରାଲ ହୋଇସାରିଥିଲା ।

{"id":544250,"sizeSlug":"full","linkDestination":"none"}

ଭୁଲ ସୁଧାରି ସେ ପୁଣି ଟ୍ୱିଟ୍ କରିଥିଲେ । ସେ ଲେଖିଥିଲେ ଯେ, ଅଷ୍ଟ୍ରେଲିଆ ଦଳ ବିଶ୍ୱକପ ଜିତିଥିବାରୁ ଅନେକ ଅନେକ ଶୁଭେଚ୍ଛା । ଦଳ ବହୁତ ଭଲ ଖେଳିଲା । ଏହାପରେ ବି ୟୁଜର ଅମିତଙ୍କ ମଜାକ ଉଡାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.