Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଅକ୍ସିଜେନ୍ ପ୍ଲାଣ୍ଟ ଟଙ୍କା ବିଜ୍ଞାପନରେ ଖର୍ଚ୍ଚ କରିଛନ୍ତି, ଦିଲ୍ଲୀ ସ୍ଥିତି ପାଇଁ ନିଜେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଦାୟୀ- ଅମିତ ମାଲବୀୟ

25/04/2021 at 12:57 PM

ନୂଆଦିଲ୍ଲୀ ୨୫/୦୪ : ଦେଶରେ କରୋନାର ଦ୍ୱିତୀୟ ଲହର ତ୍ରାହି ତ୍ରାହି ମଚାଇଦେଇଛି। ପ୍ରତିଦିନ ଦେଶରେ ନୂଆ କରୋନା ମାମଲା ରେକର୍ଡ ଭାଙ୍ଗୁଛି। ଦେଶର ରାଜଧାନୀ ଦିଲ୍ଲୀର ସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇଛି। ହଜାର ହଜାର ସଂଖ୍ୟାରେ ମୃତ୍ୟୁ ମାମଲା ରେକର୍ଡ ହେଉଛି। ହସ୍ପିଟାଲମାନଙ୍କରେ ଅକ୍ସିଜେନ ଓ ବେଡ଼ ଅଭାବ ଚିନ୍ତାର କାରଣ ପାଲଟିଛି।

କିଛି ଦିନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଲଗାତାର କେନ୍ଦ୍ର ସରକାରଙ୍କୁ ଅକ୍ସିଜେନ ବ୍ୟବସ୍ଥା ପାଇଁ ନିବେଦନ କରିଛନ୍ତି। ବର୍ତ୍ତମାନ ବିଜେପିର ଆଇଟି ବିଭାଗ ନ୍ୟାସନାଲ ଇନଚାର୍ଜ ଅମିତ ମାଲବୀୟ ଦିଲ୍ଲୀର ଏହି ସ୍ଥିତି ପାଇଁ କେଜ୍ରିୱାଲଙ୍କୁ ଦାୟୀ କରିଛନ୍ତି।  

ଅମିତ ମାଲବୀୟ କହିଛନ୍ତି, ଦିଲ୍ଲୀରେ ଅକ୍ସିଜେନ ପ୍ଲାଣ୍ଟ ନିର୍ମାଣ କରିବା କାମ ଅରବିନ୍ଦ କେଜ୍ରିୱାଲଙ୍କ ଥିଲା ଯେଉଁଥିପାଇଁ ତାଙ୍କୁ କେନ୍ଦ୍ର ସରକାରଙ୍କ ଠାରୁ ଫଣ୍ଡ ମଧ୍ୟ ଦିଆଯାଇଥିଲା। ଗତ ବର୍ଷ ଦିଲ୍ଲୀରେ କରୋନା ସ୍ଥିତି ଦେଖି ୮ଟି ଅକ୍ସିଜେନ ପ୍ଲାଣ୍ଟ ବସାଇବାକୁ କେନ୍ଦ୍ର ସରକାରଙ୍କ ତରଫରୁ ଫଣ୍ଡ ଦିଆଯାଇଥିଲା। କିନ୍ତୁ ଅରବିନ୍ଦ କେଜ୍ରିୱାଲ ଦଳର ବିଜ୍ଞାପନରେ ସବୁ ଟଙ୍କା ଖର୍ଚ୍ଚ କରିଦେଇଛି ଓ ଦିଲ୍ଲୀବାସୀଙ୍କ ପାଇଁ ୮ଟି ବଦଳରେ ମାତ୍ର ଗୋଟିଏ ଅକ୍ସିଜେନ ପ୍ଲାଣ୍ଟ ନିର୍ମାଣ କରିଛି।

ଦିଲ୍ଲୀରେ କରୋନା ସ୍ଥିତିକୁ ନେଇ ଅମିତ ମାଲବୀୟ ମୁଖ୍ୟମନ୍ତ୍ରୀଙ୍କୁ ସମ୍ପୂର୍ଣ୍ଣ ଭାବେ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ ଅକ୍ସିଜେନ ଅଭାବ ଦେଖାଦେବ ପରେ କେନ୍ଦ୍ର ଆବଣ୍ଟନ ବଢ଼ିଥିଲା କିନ୍ତୁ କେଜ୍ରିୱାଲ ସରକାର ଏହାକୁ ସ୍ୱୀକାର କରିନଥିଲେ। ରାଜଧାନୀରେ ପ୍ରତିଦିନ ରେକର୍ଡ ହେଉଥିବା ଶହ ଶହ ମୃତ୍ୟୁ ସଂଖ୍ୟା ପାଇଁ ଅମିତ ମାଲବୀୟ ଖୋଲାଖୋଲି ଭାବେ କେଜ୍ରିୱାଲଙ୍କୁ ଦୋଷ ଦେଇଛନ୍ତି। ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ପାର କରିଛି। ମହାମାରୀରେ ପ୍ରାୟ ୧୪ ହଜାର ସଂକ୍ରମିତ ପ୍ରାଣ ହରାଇ ସାରିଛନ୍ତି।

   Related Posts