Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟନା AIIMSର ୩୮୪ ଡାକ୍ତର ଏବଂ ନର୍ସିଂ ଷ୍ଟାଫ୍‌ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ
  • ||
  • ବିଧାୟକ ନରସିଂହ ମିଶ୍ରଙ୍କୁ କରୋନା, ଟ୍ୱିଟ୍‌ କରି ଦେଲେ ସୂଚନା
  • ||
  • କରୋନାକୁ ମାତ୍‌ ଦେଲେ ୨୦୦୯ ଆକ୍ରାନ୍ତ
  • ||
  • ସୁଧୁରୁନି କରୋନା ସ୍ଥିତି, ଆଜି ଭୁବନେଶ୍ଵରରୁ ଚିହ୍ନଟ ହେଲେ ୪୭୬ ପଜିଟିଭ୍
  • ||
  • ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ସବୁ ଧର୍ମାନୁଷ୍ଠାନରେ କଟକଣା, କେବଳ ପୂଜକ ହିଁ କରିପାରିବେ ପୂଜାର୍ଚ୍ଚନା
  • ||
  • ସମ୍ବଲପୁର : ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଠିକା କର୍ମଚାରୀଙ୍କ ଆତ୍ମହତ୍ୟା ଘଟଣା, କ୍ଷତିପୂରଣ ଦାବିରେ ମୃତଦେହ ରଖି ଧାରଣା
  • ||
  • ବଲାଙ୍ଗୀର : କରୋନା ସଂକ୍ରମଣ ରୋକିବାରେ ପୋଲିସ-ଜନତାଙ୍କ ସହଭାଗିତା ରହୁ : ଡିଜି ଅଭୟ
  • ||
  • ମାଲକାନଗିରି : ନାରାୟଣପୁରରେ ପୁଣି ମାଓ ହିଂସା, ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଯବାନ ଗୁରୁତର
  • ||
  • ପୁରୀ : ଗଠନ ହେଲା ୭ଜଣିଆ ସେବାୟତ କମିଟି, କିଏ ଟିକା ନେଇଛି, କିଏ ନେବ, କାହାର ସ୍ବାସ୍ଥ୍ୟ କିପରି ଅଛି ହେବ ତଦାରଖ
  • ||
  • କେନ୍ଦୁଝର : ବାଇକ୍ ଆରୋହୀଙ୍କ ଉପରେ ମାଡିଗଲା ହାଇୱା, ଘଟଣାସ୍ଥଳରେ ମୃତ୍ୟୁ
  • ||

ଆଣ୍ଡାମାନ ବୋଟ୍‌ରୁ ଉଦ୍ଧାର ଅମିତ ଖୁଜର ମେଡିକାଲରେ ଭର୍ତ୍ତି, ୨ ମାସ ସମୁଦ୍ର ଯାତ୍ରା ସହ ୨୬ ଦିନ ଥିଲେ ଅନାହାରରେ

29/10/2019 at 4:10 PM

ପୁରୀ ୨୯।୧୦:  ପୁରୀ ଜିଲ୍ଲା ବ୍ରହ୍ମଗିରି ଖିରିସାହି ନିକଟ ସମୁଦ୍ର ବେଳାଭୂମିରୁ ଉଦ୍ଧାର ଆଣ୍ଡାମାନ ମତ୍ସ୍ୟଜୀବୀ ଅମିତ ଖୁଜରଙ୍କୁ ଚିକିତ୍ସା ପାଇଁ ପୁରୀ ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦୁଇମାସ ସମୁଦ୍ର ଯାତ୍ରା ସହ ୨୬ ଦିନ ଅନାହାରରେ ରହିଥିବାରୁ ତାଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା । ଚିକିତ୍ସା ପରେ ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି । ଖିରିସାହି ନିକଟ ସମୁଦ୍ର କୂଳରୁ ସ୍ଥାନୀୟ ଲୋକଙ୍କ ଦ୍ବାରା ତାଙ୍କୁ ଉଦ୍ଧାର କରାଯିବା ପରେ ଜିଲ୍ଲା ପ୍ରଶାସନର ସହାୟତାରେ ତାଙ୍କୁ ପୁରୀ ସର୍ବୋଦୟ ନଗର ସ୍ଥିତ ଆଶ୍ରୟସ୍ଥଳରେ ରଖାଯାଇଥିଲା । ଦୁଇ ଦିନ ଖାଦ୍ୟ ଖାଇବା ପରେ ସେ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ, ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେପଟେ ପ୍ରଶାସନ ତରଫରୁ ତାଙ୍କୁ ତାଙ୍କ ଘରକୁ ପଠାଇବାକୁ ବ୍ୟବସ୍ଥା କରାଯାଉଥିବା ପୁରୀ ଏସ୍‌ପି କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଆଣ୍ଡାମାନ ଦ୍ୱିପପୁଞ୍ଜର ସହିଦ୍ ଦ୍ୱିପ ନିବାସୀ ଅମିତ୍ ଖୁଜର ଓ ତାଙ୍କ ବନ୍ଧୁ ଦିବ୍ୟରଂଜନ ଦାସ ଅଗଷ୍ଟ ୨୮ ତାରିଖରେ ପୋର୍ଟବ୍ଲେୟରରୁ ଏକ ଛୋଟ ବୋଟ ମାଧ୍ୟମରେ ବାହାରି ସମୁଦ୍ରରେ ଯାତ୍ରା କରିଥିଲେ। ଲକ୍ଷ୍ୟ ଥିଲା ଗଭୀର ସମୁଦ୍ରରେ ଥିବା ଏକ ଜାହାଜକୁ ଖାଦ୍ୟ ଓ ପାନୀୟ ଜଳ ନେଇ ପହଞ୍ଚାଇବା। ତେବେ ସମୁଦ୍ର ଭିତରେ ହେଲା ଘୂର୍ଣ୍ଣଝଡ଼। ଆଉ ସବୁ କିଛି ହୋଇଗଲା ଓଲଟପାଲଟ। ଝଡ଼ ପ୍ରଭାବରେ ଆଣ୍ଡାମାନ ନିକଟରୁ ବର୍ମା ଦିଗକୁ ଏହି ବୋଟଟି ଭାସି ଯାଇଥିଲା। ସେଠାରେ ନୌବାହିନୀର ସହାୟତାରେ ପୁନଃ ଆଣ୍ଡାମାନ ଫେରିଯିବା ପାଇଁ ତାଙ୍କୁ ଦିଆଯାଇଥିଲା ଡ଼ିଜେଲ। କିନ୍ତୁ ପୁନଃ ଝଡ଼ ତୋଫାନର ସମ୍ମୁଖୀନ ହୋଇ ଖଣ୍ଡ ବିଖଣ୍ଡିତ ହୋଇଗଲା ଏହି ବୋଟଟି। ଖାଦ୍ୟ ପଦାର୍ଥ ନଷ୍ଟ ହୋଇଯିବା ସହ ସହଯୋଗୀ ଦିବ୍ୟରଂଜନ ଦାସ ମଧ୍ୟ ଜୀବନ ହରାଇଲେ।

ବନ୍ଧୁ ଦିବ୍ୟରଂଜନଙ୍କୁ ସମୁଦ୍ର ମଧ୍ୟରେ ଜଳସମାଧି ଦେଇ ସେହି ଖଣ୍ଡ ବିଖଣ୍ଡିତ ବୋଟରେ ସମୁଦ୍ର ଗର୍ଭରେ ଦିଗହରା ହୋଇ ଭାସି ଭାସି ଦୀର୍ଘ ୧୩୦୦ କି.ମି. ସମୁଦ୍ର ଗର୍ଭରେ ଖାଦ୍ୟପେୟ ନପାଇ ମୃତ୍ୟୁ ସହ ସଂଗ୍ରାମ କରି ଆସି ପହଞ୍ଚିଲେ ବ୍ରହ୍ମଗିରିର ଖିରିସାହି ସମୁଦ୍ର ଉପକୂଳ ଠାରେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର ହେଲା ପରେ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପରେ ଅମିତ ଖୁଜରଙ୍କୁ ପୁରୀ ସର୍ବୋଦୟ ନଗର ସ୍ଥିତ ଆଶ୍ରୟସ୍ଥଳରେ ଆଶ୍ରୟ ଦିଆଯାଇଥିଲା। ଦୁଇଦିନ ଖାଦ୍ୟ ଖାଇବା ପରେ ସେ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡ଼ାକ୍ତରଙ୍କ ତତକ୍ଷଣାତ୍ ଚିକିତ୍ସା ପରେ ଏବେ ସୁସ୍ଥ ଅଛନ୍ତି ଅମିତ୍ ଖୁଜର।

   Related Posts