ଦୁର୍ଦ୍ଦାନ୍ତ ଅପରାଧୀ ଅମିତ ବିହାରୀ ପୁଲିସ ଗୁଳିରେ ଆହତ
4/10/2019 at 7:58 PM

ସମ୍ବଲପୁର – ଦୁର୍ଦ୍ଦାନ୍ତ ଅପରାଧୀ ଅମିତ ବିହାରୀ ପୁଲିସ ଗୁଳିରେ ଆହତ ହୋଇଛି । ଅମିତର ବାମ ଗୋଡରେ ଗୁଳି ବାଜିଛି। ଅମିତ ନାମରେ ସମ୍ବଲପୁରର ବିଭିନ୍ନ ଥାନାରେ ୮ରୁ ଅଧିକ ମାମଲା ରହିଛି ।
କ୍ଷେତରାଜପୁର ନିକଟରେ ପୁଲିସ ଉପରକୁ ଆକ୍ରମଣ ଉଦ୍ୟମ କରୁଥିବା ବେଳେ ପୁଲିସର ଜବାବି କାର୍ଯ୍ୟାନୁଷ୍ଠାନରେ ଅମିତ ଆହତ ହୋଇଥିବା ଏସ୍ପି କେବି ସିଂ ସୂଚନା ଦେଇଛନ୍ତି । ଅମିତକୁ ଚିକିତ୍ସାପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।