Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଚେକ୍ ବାଉନ୍ସ ମାମଲାରେ ଗିରଫ ହୋଇପାରନ୍ତି ବଲିଉଡ୍ ଅଭିନେତ୍ରୀ ଅମୀଷା ପଟେଲ! ଓ୍ବାରେଣ୍ଟ ଜାରି…

ମୁମ୍ବାଇ୧୨|୧୦: ବଲିଉଡ ଅଭିନେତ୍ରୀ ଅମୀଷା ପଟେଲ ଚେକ୍‌ ବାଉନ୍ସ ମାମଲାରେ ଗିରଫ ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଛି। ରାଞ୍ଚିର ଫିଲ୍ମ ମେକର ଅଜୟଙ୍କୁ ୩ କୋଟି ଟଙ୍କାର ଚେକ୍‌ ଅମୀଷା ପଟେଲ ଦେଇଥିଲେ। କିନ୍ତୁ ଏହି ମୋଟା ଅଙ୍କର ଚେକ୍‌ଟି ବାଉନ୍ସ ହୋଇଯାଇଛି। ଏହି ମାମଲା ସୀମିତ ହୋଇ ନରହି ରାଞ୍ଚିର କୋର୍ଟରେ ପହଞ୍ଚି ଯାଇଛି। ରାଞ୍ଚିର ତଳ କୋର୍ଟ ଅମୀଷା ପଟେଲ ଓ ତାଙ୍କ ବନ୍ଧୁ କୁନାଲ ଧୂମରଙ୍କ ନାଁରେ ଓ୍ବାରେଣ୍ଟ ଜାରି କରିଛନ୍ତି।

ବାରମ୍ବାର ନୋଟିସ ହେବା ସତ୍ବେ ଅମୀଷା ଓ ତାଙ୍କ ବନ୍ଧୁ କୋର୍ଟରେ ହାଜର ହୋଇ ନଥିଲେ। ଏନେଇ ଅକ୍ଟୋବର ୪ ତାରିଖରେ ଏମାନଙ୍କ ଉପରେ ଓ୍ବାରେଣ୍ଟ କୋର୍ଟ ଜାରି କରିଥିଲେ। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅକ୍ଟୋବର ୯ ତାରିଖରେ ରାଞ୍ଚି ପୋଲିସ ପାଖରେ ଓ୍ବାରେଣ୍ଟ ପହଞ୍ଚିଥିଲା। ଏହି ମାମଲାରେ ରାଞ୍ଚି ପୋଲିସ ଅମିଷା ଓ ତାଙ୍କ ବନ୍ଧୁ କୁନାଲ ଧୂମରଙ୍କୁ ଗିରଫ କରି ପାରେ ବୋଲି ଆଶଙ୍କା କରାଯାଉଛି।

ସୂଚନାଯୋଗ୍ୟ ଯେ ‘ଦେଶୀ ମ୍ୟାଜିକ୍‌’ ଫିଲ୍ମ ତିଆରି କରିବା ପାଇଁ ଫିଲ୍ମ ମେକର ଅଜୟଙ୍କ ପାଖରୁ ଅମୀଷା ପଟେଲ ଏବଂ ତାଙ୍କ ବନ୍ଧୁ ୨.୫ କୋଟି ଟଙ୍କା ସୁଧ ଆକାରରେ ନେଇଥିଲେ।  ଏହି ଫିଲ୍ମରେ ଅମୀଷା ପ୍ରଯୋଜକ ଦାୟିତ୍ବ ନେବା ସହ ଅଭିନୟ ମଧ୍ୟ କରିଥିଲେ। ଫିଲ୍ମ ରିଲିଜ ହେବା ପରେ ସୁଧ ସହ ଟଙ୍କା  ଫେରାଇ ଦେବ ବୋଲି ଅମୀଷା କହିଥିଲେ।

ଦୀର୍ଘଦିନ ହେଲା ଫିଲ୍ମ ରିଲିଜ ହୋଇ ପାରିଲା ନାହିଁ । ତେଣୁ ଅମିଷା ପଟେଲଙ୍କୁ ଅଜୟ ଟଙ୍କା ମାଗିଥିଲେ। ଅମିଷା ସୁଧ ସହ ତିନି କୋଟି ଟଙ୍କାର ଏକ ଚେକ୍‌ ଅଜୟଙ୍କୁ ଦେଇଥିଲେ । ଅମିଷାଙ୍କ ଆକାଉଣ୍ଟ​‌ରେ ଟଙ୍କା ନଥିବାରୁ ଚେକ୍ ବାଉନ୍ସ ହୋଇଯାଇଥିଲା। ଏହାପରେ ଘଟଣା ରାଞ୍ଚି କୋର୍ଟରେ ପହଞ୍ଚିଥିଲା।

709 Views

   ସମ୍ବନ୍ଧିତ ଖବର