ବିହାର ନିର୍ବାଚନ : ପ୍ରଚାର ମଇଦାନରେ ଅଭିନେତ୍ରୀ ଅମିଷା ପଟେଲ, ଏଲଜେପି ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ୍

Published By : Prameya-News7 Bureau | October 26, 2020 IST

ପାଟନା, ୨୬।୧୦:   ବିହାରରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ସୋମବାର ଶେଷ ହେବ । ପ୍ରଥମ ପର୍ଯ୍ୟାୟରେ ୭୧ଟି ଆସନରେ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ । ବିହାରରେ ଗୋଟିଏ ପରେ ବଡବଡ ରାଲି, ଜନସଭା ଓ ରୋଡ ସୋ ଚାଲିଥିବା ବେଳେ ଅନ୍ୟଦିଗରେ ଗ୍ଲାମର ଦୁନିଆର ଷ୍ଟାର୍ ମଧ୍ୟ ପ୍ରଚାରକୁ ଓହ୍ଲାଇଛନ୍ତି ।

{"id":351110,"sizeSlug":"large"}

କହୋ ନା ପ୍ୟାର୍ ହେ ଚଳଚ୍ଚିତ୍ରରେ ନଜର ଆସିଥିବା ବଲିଉଡ୍ ଅଭିନେତ୍ରୀ ଅମିଷା ପଟେଲ ଔରଙ୍ଗାବାଦର ଓବୋରା-ଦାଉଦନଗରରେ ରୋଡ୍ ସୋ କରିଛନ୍ତି । ବିଧାନସଭାରେ ଲୋକ ଜନଶକ୍ତି ପାର୍ଟି ବା ଏଲଜେପି ପ୍ରାର୍ଥୀଙ୍କ ପାଇଁ ସେ ପ୍ରଚାର କରିଛନ୍ତି ।

ଔରଙ୍ଗାବାଦର ଔବୋରା ବିଧାନସଭାରେ ଏଲଜେପି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ଡାକ୍ତର ପ୍ରକାଶ ଚନ୍ଦ୍ରା । ଅମିଷା ଏଠାରେ ପହଁଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଔରଙ୍ଗାବାଦ ଓ ଅରବଲର ସୀମାରେ ମଧ୍ୟ ଅମିଷା ପ୍ରଚାର କରିଥିଲେ ।

ସେ ଖୋଲା ଗାଡିରେ ବସି ପ୍ରଚାର କରିଥିଲେ । ଏହାସହ ଏଲଜେପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଲୋକଙ୍କୁ ଅପିଲ କରିଥିଲେ । ଅମିଷାଙ୍କର ଗୋଟିଏ ଝଲକ ପାଇବା ପାଇଁ ଲୋକମାନେ ମଧ୍ୟ ଗହଳି ଜମାଇଥିଲେ । ଅଧିକ ସଂଖ୍ୟକ ମହିଳା ଅମିଷାଙ୍କୁ ଦେଖିବାକୁ ଆସିଥିଲେ । କିଛି ମହିଳା ଅମିଷାଙ୍କୁ ଫୁଲମାଳ ପିନ୍ଧାଇଥିଲେ ।

{"id":351111,"sizeSlug":"large"}

ସୂଚନାଯୋଗ୍ୟ, ଅଭିନେତ୍ରୀ ଅମିଷା ସୋମବାର ସକାଳେ ବିମାନ ଯୋଗେ ପାଟନାରେ ପହଁଚିଥିଲେ । ବିମାନ ବନ୍ଦରରେ ମଧ୍ୟ ଏଲଜେପି ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.