ଅଭିନେତ୍ରୀ ଅମୀଷା ପଟେଲଙ୍କ ବିରୋଧରେ ଠକାମୀ ଅଭିଯୋଗ, ଦୁଇ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | February 25, 2021 IST

ମୁମ୍ବାଇ ୨୫/୦୨: ବଲିଉଡ୍ ଅଭିନେତ୍ରୀ ଅମୀଷା ପଟେଲ ଏବେ ବିବାଦ ମଧ୍ୟରେ ରହିଛନ୍ତି । ଅଭିନେତ୍ରୀଙ୍କ ବିରୋଧରେ କୋଟିକୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି । ଏହି ମାମଲା ଝାରଖଣ୍ଡ ହାଇକୋର୍ଟରେ ହୋଇଛି । କୋର୍ଟ ଏହି ମାମଲାର ଶୁଣାଣୀ କରି ଅଭିନେତ୍ରୀଙ୍କୁ ଦୁଇ ସପ୍ତାହ ମଧ୍ୟରେ ଲିଖିତ ଆକାରରେ ଜବାବ ଦେବା ପାଇଁ ନିର୍ଦେଶ ଦେଇଛନ୍ତି ।

ଫିଲ୍ମ କରିବା ନାଁରେ କୋଟିକୋଟି ଟଙ୍କା ନେଇ ଠକେଇ କରିଥିବା ଅମୀଷାଙ୍କ ନାଁରେ ଅଭିଯୋଗ ହୋଇଛି । ଅଭିଯୋଗକାରୀ ଏହି ମାମଲାକୁ ଝାରଖଣ୍ଡ ହାଇକୋର୍ଟରେ ଦାଖଲ କରିଛନ୍ତି । ଯାହାର ଶୁଣାଣୀ କରିବାକୁ ଯାଇ କୋର୍ଟ ଦୁଇ ସପ୍ତାହ ମଧ୍ୟରେ ଲିଖିତ ଆକାରରେ ଜବାବ ଦେବାକୁ ଅମୀଷାଙ୍କୁ କହିଛନ୍ତି ।

Ameesha Patel | Ameesha Patel Photo #107

ଅଦାଲତରେ ଦାଖଲ କରାଯାଇଥିବା ପିଟିସନରେ କୁହାଯାଇଛି ହରମୁ ହାଉସିଙ୍ଗ କଲୋନିରେ ଏକ କାର୍ଯ୍ୟକ୍ରମ ସମୟରେ ଲଭଲି ୱାଲର୍ଡ ଏଣ୍ଟରଟେନମେଣ୍ଟର ପ୍ରୋପରାଇଟର ଅଜୟ କୁମାର ସିଂ ଏବଂ ଅମୀଷା ପଟେଲଙ୍କର ସାକ୍ଷାତ ହୋଇଥିଲା । ଏହି ସମୟରେ ଫିଲ୍ମ ‘ଦେଶୀ ମ୍ୟାଜିକ୍’ ତିଆରି କରିବା ନାଁରେ ଆଜୟ କୁମାର ସିଂ ଅଢେଇ କୋଟି ଟଙ୍କା ଅମୀଷାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର୍ କରିଥିଲେ ।   

ଫିଲ୍ମ ତିଆରି ନକରି ଟଙ୍କା ଫେରସ୍ତ ନକରିଥିବାରୁ ଅଜୟ ସିଂ ଅମୀଷାଙ୍କ ନାଁରେ ଅଦାଲତରେ ଅଭିଯୋଗ ଦାଖଲ କରିଥିଲେ । ଏଥିସହିତ ଅଭିଯୋଗକାରୀ ଅଭିନେତ୍ରୀଙ୍କ ଉପରେ ଠକେଇ କରିଥିବା ଅଭିଯୋଗ ମଧ୍ୟ କରିଛନ୍ତି । ଫିଲ୍ମ ତିଆରି ନ ହୋଇଥିବାରୁ ଅଜୟ ଟଙ୍କା ଫେରସ୍ତ ମାଗିବାରୁ ଅଭିନେତ୍ରୀ ତାଙ୍କୁ ଅଢେଇ କୋଟି ଟଙ୍କାର ଚେକ୍ ଦେଇଥିଲେ, ଯାହା ବାଉନ୍ସ ହୋଇଯାଇଥିଲା । ଏବେ ଏହାର ଶୁଣାଣୀ ଦୁଇ ସପ୍ତାହ ପରେ ହେବ ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.