ବଦଳିବ ନାହିଁ ଅମିର ଖାନଙ୍କ ଫିଲ୍ମ ‘ଲାଲ ସିଂହ ଚଡ୍ଡା'ର ରିଲିଜ୍ ତାରିଖ, ଏହି ଦିନ ଆସିବ ପରଦାକୁ

Published By : Prameya-News7 Bureau | January 21, 2022 IST

ମୁମ୍ବାଇ ୨୧/୦୧ : ବଲିଉଡ ଅଭିନେତା ଅମିର ଖାନ ତାଙ୍କର ଆଗାମୀ ଫିଲ୍ମ ‘ଲାଲ ସିଂହ ଚଡ୍ଡା' ପାଇଁ ଏବେ ଚର୍ଚ୍ଚାରେ ଅଛନ୍ତି । କରୋନା ଭାଇରସ କାରଣରୁ ବିଗତ ଦିନରେ ଅନେକ ଅପକମିଙ୍ଗ ଫିଲ୍ମର ରିଲିଜ ତାରିଖ ଘୁଞ୍ଚାଇ ଦିଆଯାଇଛି। ସ୍ଥିତିକୁ ଦୃଷ୍ଟିରେ ରଖି କୁହାଯାଉଥିଲା ଯେ, ଅମିର ଖାନ ନିଜ ଫିଲ୍ମ ‘ଲାଲ ସିଂହ ଚଡ୍ଡା’ ଏପ୍ରିଲ ୧୪ରେ ସିନେମା ହଲରେ ରିଲିଜ ହେବ ନାହିଁ । ଅନ୍ୟପଟେ ଗୁଜବ ହେଉଥିଲା କି ‘କେଜିଏଫ ଚାପ୍ଟର ୨’ ପାଇଁ ଅମିର ଖାନ ନିଜର ଫିଲ୍ମର ରିଲିଜ୍ ତାରିଖ ବଦଳାଇ ପାରନ୍ତି। କାରଣ ଦୁଇଟି ଫିଲ୍ମ ଗୋଟିଏ ଦିନରେ ଦର୍ଶକଙ୍କ ସାମ୍ନାକୁ ଆସୁଛି । ଏହି ସବୁ ଖବର ପ୍ରଶଂସକଙ୍କୁ ନିରାଶ କରିଥିଲା । କିନ୍ତୁ ଏବେ ଅମିର ଖାନ ଏହି ସବୁ ଗୁଜବ ଉପରେ ପୂର୍ଣ୍ଣଛେଦ ପକାଇ  ଘୋଷଣା କରିଛନ୍ତି ତାଙ୍କ ଫିଲ୍ମର ରିଲିଜ ତାରିଖ ବଦଳିବ ନାହିଁ।  ଫିଲ୍ମ ନିର୍ଦ୍ଧାରିତ ତାରିଖରେ ରିଲିଜ୍ ହେବ। 

{"id":577477,"width":654,"height":441,"sizeSlug":"full","linkDestination":"none"}

ଅମିର ଖାନ ନିଜର ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ବୟାନ ଜାରି କରିଛନ୍ତି ଯେ, ପୂର୍ବ ନିର୍ଦ୍ଧାରିତ ତାରିଖ ୨୦୨୨ ଏପ୍ରିଲ ୧୪ ତାରିଖ ବୈଶାଖୀ ଦିନ ହିଁ ଫିଲ୍ମ ରିଲିଜ ହେବାକୁ ଯାଉଛି। ଫିଲ୍ମ ରିଲିଜକୁ ନେଇ ସମସ୍ତ ଖବର ଭୁଲ ଅଟେ, ସେଥିପାଇଁ ଏଭଳି ଖବରକୁ ବିଶ୍ୱାସ କରନ୍ତୁ ନାହିଁ। ଏହି ପୋଷ୍ଟରେ ପ୍ରଡକ୍ସନ ହାଉସ ଫିଲ୍ମକୁ ପୁରା କରିବା ଯାତ୍ରାରେ ସମର୍ଥନ ଦେଇଥିବା ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛି।

{"id":577478,"width":651,"height":439,"sizeSlug":"full","linkDestination":"none"}

ଅମିର ଖାନଙ୍କ ଫିଲ୍ମ ‘ଲାଲ ସିଂହ ଚଡ୍ଡା’ ଓ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀର ବହୁ ପ୍ରତୀକ୍ଷିତ ଫିଲ୍ମ କେଜିଏଫ ଚାପ୍ଟର ୨ ଗୋଟିଏ ଦିନରେ  ଫିଲ୍ମ ହଲରେ ରିଲିଜ ହେବାକୁ ଯାଉଛି। ଏହି ଦିନ ଫିଲ୍ମ ସିନେ ଜଗତ ପାଇଁ ଖାସ୍ ଦିନ ହେବାକୁ ଯାଉଛି । ବକ୍ସ ଅଫିସରେ ଦୁଇଟି ଫିଲ୍ମର ମୁକାବିଲା ହେଉଥିବା ଦେଖିବାକୁ ମିଳିବ। ଦାବି କରାଯାଉଥିଲା ‘କେଜିଏଫ’ କାରଣରୁ ଲାଲ ସିଂହ ଚଢାର କଲେକ୍ସନ ଉପରେ ପ୍ରଭାବ ପଡ଼ିପାରେ କିନ୍ତୁ ଅମିର ଖାନ ପ୍ରଡକ୍ସନରେ ଏହି ପୋଷ୍ଟରେ କୁହାଯାଇଛି ସାଉଥ ଇଣ୍ଡଷ୍ଟ୍ରୀର ଏହି ଫିଲ୍ମ ପାଇଁ ସେ ଡରୁ ନାହାନ୍ତି ।

{"id":577479,"width":656,"height":443,"sizeSlug":"full","linkDestination":"none"}

‘ଲାଲ ସିଂହ ଚଡ୍ଡା' ରେ ଅମିର ଖାନଙ୍କ ସହିତ କରୀନା କପୁର ନଜର ଆସିବେ। ଏହା ଏକ ରୋମାଣ୍ଟିକ ଫିଲ୍ମ। ଏଥିରେ ଅମିର ଖାନ ଶିଖ ଭୂମିକାରେ ଭୂମିକା ନିଭାଇଛନ୍ତି। ଅମିର ଖାନଙ୍କ ଏହି ଫିଲ୍ମ ହଲିଉଡର କ୍ଲାସିକାଲ ଫିଲ୍ମ ‘ଫରେଷ୍ଟ ଗମ୍ପ’ର ଅଫିସିୟାଲ ହିନ୍ଦୀ ରିମେକ ଅଟେ। ଏହି ଫିଲ୍ମ ଜରିଆରେ ଅମିର ଓ କରୀନା ପରଦାରେ ତୃତୀୟଥର ପାଇଁ ଏକାସାଙ୍ଗରେ ନଜର ଆସିବେ। ପୂର୍ବରୁ ଦୁଇଟି ଫିଲ୍ମ ‘ଥ୍ରୀ ଇଡିଅଟ’, ଓ ‘ତଲାସ’ରେ ଏକା ସାଙ୍ଗରେ ଦର୍ଶକଙ୍କ ସାମ୍ନାକୁ ଆସିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.