ମହାଭାରତରେ କୃଷ୍ଣ ହେବେ ଆମୀର ଖାନ୍

Published By : Prameya-News7 Bureau | November 18, 2018 IST

ମୁମ୍ବାଇ ୧୮/୧୧: ‘ଥଗସ ଅଫ ହିନ୍ଦୁସ୍ତାନ’ର ଅସଫଳତା ପରେ ଆମୀର ଖାନ୍ ନିଜର ଡ୍ରିମ୍ ପ୍ରୋଜେକ୍ଟ ‘ମହାଭାରତ’ରେ କାମ କରିବା ପାଇଁ ଇଛ୍ଛା ପ୍ରକାଶ କରିଛନ୍ତି। ଏହି ଫିଲ୍ମରେ ସେ ଭଗବାନ କୃଷ୍ଣଙ୍କ ଭୂମିକାରେ ଅଭିନୟ କରିବେ। ଆମୀର ଏହି ଫିଲ୍ମରେ ଅଭିନୟ କରିବା ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଲେଣି। ଏମିତିରେ ବିବାଦିତ ଗୁରୁ ଓଶୋଙ୍କ ବାୟୋପିକ୍ ମଧ୍ୟ ହେବ କି ନାହିଁ ତାହା ସନ୍ଦେହ ଘେରରେ। ଏହି ଫିଲ୍ମର ନିର୍ଦ୍ଦେଶନା ଶକୁନ ବାତ୍ରା ଦେଉଥିବାବେଳେ କରଣ ଜୋହର ଏହାର ଫିଲ୍ବନିର୍ମାତା ବୋଲି ଶୁଣିବାକୁ ମିଳିଥିଲା। ଏହି ଫିଲ୍ମରେ ଆଲିଆ ଭଟ୍ଟ ଆନନ୍ଦ ଶୀଳା ଭୂମିକାରେ ଅଭିନୟ କରିବେ ବୋଲି ଖବର ମିଳିଥିଲା। ମିଳିଥିବା ସୂଚନା ଅନୁସାରେ ମହାଭାରତ ଫିଲ୍ମ ୩ରୁ ୪ଟି ଅଂଶରେ ନିର୍ମାଣ ହେବ। ଏଥିପାଇଁ ଅନୁସନ୍ଧାନକାରୀ ଦଳ ରାମଚରିତମାନସରୁ ମଧ୍ୟ ମହାଭାରତର ତଥ୍ୟ ନେଉଅଛି। ଏହା ସହିତ ଆଧୁନିକ ବ୍ୟାଖ୍ୟା ପାଇଁ ମଧ୍ୟ କୋଲକାତାର ଜଣେ ଲେଖକଙ୍କ ପୁସ୍ତକରୁ ସାହାଯ୍ୟ ନିଆଯାଉଛି। କୋଲକାତାର ଏହି ଲେଖକ ଜଣକ ଦ୍ରୈାପଦୀଙ୍କ ଦୃଷ୍ଟିରୁ ମହାଭାରତର ବ୍ୟାଖ୍ୟା କରିଛନ୍ତି। ଏହି ପୁସ୍ତକ ଆମୀରଙ୍କୁ ବହୁତ ପସନ୍ଦ ହୋଇଛି। ଫିଲ୍ମର ଢ଼ାଞ୍ଚା ଏହି ପୁସ୍ତକ ଉପରେ ଆଧାରିତ ହୋଇଛି। ମହାଭାରତ ନିମନ୍ତେ ନିର୍ଦ୍ଦେଶକ ଚନ୍ଦ୍ରପ୍ରକାଶ ଦ୍ବିବେଦୀ ଏବଂ ଅଞ୍ଜୁମ୍ ରାଜାବଳୀଙ୍କୁ ମଧ୍ୟ ବୋର୍ଡ଼ରେ ସାମିଲ କରାଯାଇଛି। ଆମୀର ଖାନଙ୍କୁ ଗତ ୧୩ବର୍ଷ ମଧ୍ୟରେ ପ୍ରଥମ ଥର ‘ଥଗସ ଅଫ ହିନ୍ଦୁସ୍ତାନ’ରେ ଅସଫଳତାର ସ୍ବାଦ ଚାଖିବାକୁ ପଡ଼ିଛି। ଏହା ପରେ ସେ କିଛିଦିନ ପର୍ଯ୍ୟନ୍ତ ଚୁପ୍ ଥିଲେ କାରଣ ତାଙ୍କୁ ଫିଲ୍ମର ଅସଫଳତା ପାଇଁ ଶକ୍ତ ଧକ୍କା ମିଳିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.