ବିଜ୍ଞାପନକୁ ନେଇ ଅଡୁଆରେ ଅମିର ଖାନ, ବିଜେପି ନେତାଙ୍କ ପ୍ରଶ୍ନ- ସଦାବେଳେ ହିନ୍ଦୁ କାହିଁକି ?

Published By : Prameya-News7 Bureau | October 22, 2021 IST

ନୂଆଦିଲ୍ଲୀ, ୨୨|୧୦  :ବିଜ୍ଞାପନକୁ ନେଇ ଅଡୁଆରେ ଅମିର ଖାନ । ପ୍ରଶ୍ନ ଉଟାଇଲେ ବିଜେପି ନେତା ଅନନ୍ତ କୁମାର ହେଗଡେ । ଅନନ୍ତ କୁମାର ଅମିରଙ୍କ ସେହି ବିଜ୍ଞାପନ ଉପରେ ପ୍ରଶ୍ନ ଉଠାଇଛନ୍ତି ଯେଉଁଥିରେ ଟାୟାର କମ୍ପାନୀ ସିଏଟ ଲିମିଟେଡ୍ ପକ୍ଷରୁ ଲୋକଙ୍କୁ ବାଣ ନଫୁଟାଇବା ପାଇଁ ପରାମର୍ଶ ଦିଆଯାଇଛି । ବିଜେପି ନେତା କମ୍ପାନୀକୁ ରାସ୍ତା ଉପରେ ନମାଜ ପାଠ ଓ ଆଜାନ ବେଳେ ମସଜିଦରେ ବାଜୁଥିବା ମାଇକ୍ ସମସ୍ୟା ମଧ୍ୟ ଉଠାଇବାକୁ କହିଛନ୍ତି ।

କମ୍ପାନୀର ଏମଡି ଓ ସିଇଓ ଅନନ୍ତ ବର୍ଦ୍ଧନ ଗୋୟନକାଙ୍କୁ ଲେଖିଥିବା ଚିଠିରେ ବିଜେପି ନେତା ଲେଖିଛନ୍ତି ଯେ, ବିଜ୍ଞାପନକୁ ଗୁରୁତର ନେବା ଆବଶ୍ୟକ । ଏହା ହିନ୍ଦୁଙ୍କ ମଧ୍ୟରେ କ୍ରୋଧ ସୃଷ୍ଟି କରୁଛି । କମ୍ପାନୀ ଭବିଷ୍ୟତରେ ହିନ୍ଦୁଙ୍କ ଭାବନାକୁ ସମ୍ମାନ ଦେବ ବୋଲି ସେ ଆଶା କରିଛନ୍ତି ।

ଚିଠିରେ ଆହୁରି ମଧ୍ୟ ଅନନ୍ତ ଲେଖିଛନ୍ତି ଯେ, ବିଜ୍ଞାପନରେ ଅମିର ଖାନା ଲୋକଙ୍କୁ ଗଳିରେ ବାଣ ନଫୁଟାଇବାକୁ ପରାମର୍ଶ ଦେଉଛନ୍ତି । ବହୁତ ଭଲ ସନ୍ଦେଶ ଦେଉଛନ୍ତି । ସାଧାରଣ ଲୋକଙ୍କ ସମସ୍ୟା ଉଠାଇଥିବାରୁ ଭଲକଥା । ଏପରି ଭାବେ ଶୁକ୍ରବାର ରାସ୍ତାରେ ମୁସଲିମମାନେ ନମାଜ ପାଠ କରନ୍ତି । ଫଳରେ ନାନା ଅସୁବିଧା ହୁଏ । ଏପରିକି ଆମ୍ବୁଲାନ୍ସ ଓ ଦମକଳ ଗାଡି ମଧ୍ୟ ଯିବା ଆସିବା କରିପାରେ ନାହିଁ । ଯାହା ଗୁରୁତର କ୍ଷତି କରେ ।ସେପରି ଭାବେ ମସଜିଦରେ ଉଚ୍ଚ ଧ୍ୱନିରେ ମାଇକ୍ ବାଜିବା କାରଣରୁ ଶବ୍ଦ ପ୍ରଦୂଷଣ ମଧ୍ୟ ହେଉଛି । ଯାହା ଛାତ୍ରଛାତ୍ରୀ ତଥା ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ପାଇଁ ସମସ୍ୟା ସୃଷ୍ଟି କରେ ।

ବିଜେପି ନେତା ଆହୁରି କହିଛନ୍ତି ଯେ, କମ୍ପାନୀ ଯେଉଁ ସମସ୍ୟା କଥା କହୁଛି ତାହା ସମ୍ବେଦନଶୀଳ ଓ ହିନ୍ଦୁ ସମୁଦାୟ ସହ ତାହାର ସମ୍ପର୍କ ରହିଛି । ଦୀର୍ଘଦିନ ଧରି ହିନ୍ଦୁଙ୍କ ସହ କରାଯାଉଥିବା ଭେଦଭାବ ଉପରେ ମଧ୍ୟରେ କମ୍ପାନୀ ଦୃଷ୍ଟି ଦେବ ବୋଲି ସେ ଆଶା ରଖିଛନ୍ତି । ହିନ୍ଦୁ ବିରୋଧି ଅଭିନେତାଙ୍କ ଏକ ସମୁଦାୟ ସର୍ବଦା ହିନ୍ଦୁଙ୍କୁ ଅପମାନ କରିଥାଏ । ନିଜ ସମୁଦାୟର ଭୁଲ ସେମାନଙ୍କୁ ଦେଖାଯାଏ ନାହିଁ । ତେବେ ଭବିଷ୍ୟତରେ କମ୍ପାନୀ ଏସମସ୍ତ ପ୍ରସଙ୍ଗ ଉପରେ ଧ୍ୟାନ ଦେବ ବୋଲି ସେ ଆଶା ରଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.