Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ବଳି ଉଦ୍ଦେଶ୍ୟରେ ନାବାଳିକାକୁ ଅପହରଣ! ଅମିର୍‌ ଖାନ୍‌ ଗିରଫ

25/06/2020 at 4:41 PM

ବାଲିପାଟଣା୨୫/୬: ବଳି ଉଦେଶ୍ୟରେ ନାବାଳିକାକୁ ଅପହରଣ! ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ବାଳକାଟି ଅଞ୍ଚଳରେ ଜଣେ ନାବାଳିକାକୁ ଅପହରଣ କରାଯାଇଛି। ଅପହରଣ ହେବାର ୧୨ ଘଣ୍ଟା ପରେ ଉକ୍ତ ନାବାଳିକା କୌଶଳକ୍ରମେ ଖସି ଆସି ନିଜ ଜୀବନ ବଞ୍ଚାଇଛି। ଏ ନେଇ ନାବାଳିକା ପରିବାର ବାଳକାଟି ଫାଣ୍ଡିରେ ଏକ ଲିଖତ ଅଭିଯୋଗ ଦେଇଛନ୍ତି। ବଳି ଉଦ୍ଦେଶ୍ୟରେ କେହି ତାଙ୍କ ଝିଅକୁ ଅପହରଣ କରିଥିବା ପରିବାର ଲୋକେ  ସନ୍ଦେହ ପ୍ରକାଶ କରିଛନ୍ତି। ଏହି ଅଭିଯୋଗ ଆଧାରରେ ବାଳକାଟି ପୋଲିସ୍‌ ଅଭିଯୁକ୍ତକୁ ଗିରଫ କରିଛି।

ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ଦିନ ନାବାଳିକ ଶୌଚ ହେବା ପାଇଁ ଘରପାଖ ପଡିଆକୁ ଯାଇଥିଲେ। ସେଠାରେ ସାତକାଣିଆ ଗ୍ରାମର ଅମୀର୍‌ ଖାନ୍ ଚକୋଲେଟ୍ ଏବଂ ଟଙ୍କା ଦେବାକୁ ପ୍ରଲୋଭନ ଦେଖାଇ ନାବାଳିକାକୁ ଅପହରଣ କରି ନେଇଥିଲେ। ଏକ ପରିତ୍ୟକ୍ତ ଘରେ ନାବାଳିକାର ହାତ, ଗୋଡ ଏବଂ ପାଟିକୁ ବାନ୍ଧି ପକାଇ ଦେଇଥିଲେ। ଅଭିଯୁକ୍ତ ମାରଣାସ୍ତ୍ର ଦେଖାଇ ନାବାଳିକାକୁ ଭୟଭୀତ କରିଥିଲା। ଦିନ ୧୧ ଟାରୁ ରାତ୍ରି ପ୍ରାୟ ୧୦ଟା ପର୍ଯ୍ୟନ୍ତ ନାବାଳିକା ପରିତ୍ୟକ୍ତ ଘରେ ପଡି  ରହିଥିଲା।

ଅଭିଯୁକ୍ତ ପୂର୍ବରୁ ଗୁଣିଗାରେଡି କରୁଥିବା ସୂଚନା ରହିଛି। ସେଥତ୍ପାଇଁ ବଳି ଉଦ୍ଦେଶ୍ୟରେ ନାବାଳିକାଙ୍କୁ ଅପହରଣ କରିଥିବା ଗ୍ରାମବାସୀ ସନ୍ଦେହ ପ୍ରକାଶ କରିଛନ୍ତ। ବାଳକାଟି ଫାଣ୍ଡି ପୋଲିସ୍ ନାବାଳିକାର ଡାକ୍ତରୀ ମାଇନା ପାଇଁ ନାବାଳିକାଙ୍କୁ ହସ୍ପିଟାଲକୁ ପଠାଇଛନ୍ତି। ପୋଲିସ୍ ଘଟଣାର ଖୋଳତାଡ ଆରମ୍ଭ କରିଛି । ପୋଲିସ ଚଢାଉ କରି  ଅଭିଯୁକ୍ତ  ଅମୀରକୁ ଗିରଫ କରିଛି ।  

   Related Posts