Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

‘ସୂରଜ ପେ ମଙ୍ଗଲ ଭାରି’ ଫିଲ୍ମ ଦେଖିବାକୁ ଯାଇଥିଲେ ଆମୀର ଖାନ୍ ଏବଂ ଝିଅ ଇରା : ଏବେ ହେଉଛନ୍ତି ଟ୍ରୋଲ୍

18/11/2020 at 5:15 PM

ମୁମ୍ବାଇ ୧୮/୧୧: ବଲିଉଡ ଅଭିନେତା ଆମୀର ଖାନ୍ ଝିଅ ଇରା ଖାନଙ୍କ ସହ ମୁମ୍ବାଇର ଥିଏଟର ବାହାରେ ନଜର ଆସିଛନ୍ତି। ସୂଚନା ଅନୁଯାୟୀ,ଆମୀର ଏବଂ ଇରା ଦୁହେଁ ଫିଲ୍ମ ‘ସୂରଜ ପେ ମଙ୍ଗଲ ଭାରି’ ଦେଖିବାକୁ ଥିଏଟର ପହଞ୍ଚିଥିଲେ। ଉଭୟେ ମୁହଁରେ ମାସ୍କ ପିନ୍ଧିଥିବା ନଜର ଆସିଥିଲେ। ଫିଲ୍ମ ବିଷୟରେ ଆମୀର ଏବେ ଯାଏଁ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି କିନ୍ତୁ ସୋସିଆଲ ମିଡିଆରେ ସେ ଟ୍ରୋଲ୍ ହେଉଛନ୍ତି।

ଫିଲ୍ମ ଦେଖିବାକୁ ଯିବା ପୂର୍ବରୁ ଆମୀର ଖାନ୍ ପ୍ରଶଂସକଙ୍କୁ ଟ୍ବିଟ୍ କରି ସୂଚନା ଦେଇଥିଲେ ଯେ ସେ ଫିଲ୍ମ ‘ସୂରଜ ପେ ମଙ୍ଗଲ ଭାରି’ ଦେଖିବାକୁ ଯାଉଛନ୍ତି। ଦୀର୍ଘ ଦିନ ପରେ ବଡ଼ ସ୍କ୍ରିନର ମଜା ନେବା ପାଇଁ ସେ ଅପେକ୍ଷା କରିଛନ୍ତି। ଆମୀରଙ୍କ ଏହି ଟ୍ବିଟରେ ଲୋକେ ଜୋରସୋରରେ କମେଣ୍ଟ୍ କରିଛନ୍ତି। ଲୋକଙ୍କ ମତରେ କରୋନା ଏବେ ଯାଏଁ ନାଶ ହୋଇନାହିଁ,ଏପରି ସମୟରେ ସିନେମା ହଲକୁ ଯାଇ ଫିଲ୍ମ ଦେଖିବା ଠିକ୍ ନୁହେଁ।

ଆମୀର ଖାନ୍ ଯେତେବେଳେ ଥିଏଟର ପହଞ୍ଚିଥିଲେ ସେତେବେଳେ ଲୋକେ ତାଙ୍କୁ ଘେରି ଯାଇଥିଲେ। ସମସ୍ତେ ତାଙ୍କୁ ଫଟୋ କ୍ଲିକ୍ କରିବାକୁ ଅନୁରୋଧ କରିଥିଲେ। ଆମୀର ମଧ୍ୟ ସମସ୍ତଙ୍କ ସହ ଫଟୋ ଉଠାଇଥିଲେ। କରୋନା ଭାଇରସ୍ ଯୋଗୁଁ ଦୀର୍ଘ ଦିନ ପରେ ସିନେମା ହଲ୍ ଖୋଲିଛି। ଟିଭି ଶୋ ଏବଂ ଫିଲ୍ମ ସୁଟିଂ ଆରମ୍ଭ ହୋଇ ସାରିଛି।

ଆମୀର ଖାନ୍ ଏବେ ତାଙ୍କର ଆଗାମୀ ଫିଲ୍ମ ‘ଲାଲ ସିଂହ ଚଡ୍ଢା’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏଥିରେ କରୀନା କପୁର ଖାନ୍ ମୁଖ୍ୟ ଭୂମିକାରେ ନଜର ଆସିବେ।

   Related Posts