ପରିବା କିଣିବା ବେଳେ ଅମିନଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | June 21, 2021 IST

ଭଞ୍ଜନଗର ୨୧।୬: ଅମିନଙ୍କୁ ମରଣାନ୍ତକ ଆକ୍ରମଣ । ପରିବା କିଣିବା ବେଳେ ଆକ୍ରମଣ କରାଯାଇଥିବା ସୂଚନା । ଗଞ୍ଜାମ ଜିଲ୍ଲା ସୋରଡା ତହସିଲ ଅଫିସର ଅମିନଙ୍କୁ ଆକ୍ରମଣ କରାଯାଇଛି ।

{"id":468958,"width":838,"height":461,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ସୋରଡା ତହସିଲ ଅଫିସର ଅମିନଙ୍କୁ ପରିବା କିଣିବା ବେଳେ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଛି । ଜଣେ ମାନସିକ ଭିନ୍ନକ୍ଷମ ବ୍ୟକ୍ତି ଆକ୍ରମଣ କରିଥିବା ସୂଚନା ମିଳିଛି । ଫଳରେ ଅମିନ ବାଗାତି ଅର୍ଜୁନ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଅମିନଙ୍କୁ ସୋରଡା ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ପରେ ପୋଲିସ ଆକ୍ରମଣକାରୀଙ୍କୁ ଅଟକ ରଖିଛି । ଆକ୍ରମଣରେ ବ୍ୟବହୃତ ତେଣ୍ଟା ଓ କାତି ଜବତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.