ମୃତ୍ୟୁର ଚର୍ଚ୍ଚା ବେଳେ ମୁଲ୍ଲା ବରାଦର ସେୟାର କଲେ ଅଡିଓ ମେସେଜ୍, କହିଲେ ମୁଁ ଜୀବିତ

Published By : Prameya-News7 Bureau | September 14, 2021 IST

କାବୁଲ ୧୪/୦୯ : ତାଲିବାନୀଙ୍କ କାବୁଲ ଦଖଲ ପରେ ଦିନକୁ ଦିନ ଗୋଟିଏ ଲେଖାଏଁ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏହି କିଛି ତଳେ ପ୍ରଚାର ହୋଇଥିଲା ଯେ, ଆଫଗାନିସ୍ତାନର ଉପ ପ୍ରଧାନମନ୍ତ୍ରୀ ମୁଲ୍ଲା ଅବଦୁଲ ଘନି ବରାଦରଙ୍କ ମୃତ୍ୟୁ ହୋଇଛି । ଏନେଇ ଏକାଧିକ ରିପୋର୍ଟ ମଧ୍ୟ ପ୍ରକାଶ ପାଇଥିଲା । କୁହାଯାଉଥିଲା ଯେ, ଗୁଳିମାଡ଼ରେ ବରାଦରଙ୍କ ମୃତ୍ୟୁ ହୋଇଛି ।

ସେଥିପାଇଁ ତାଲିବାନ ସରକାର ଶପଥ ପାଠ ଉତ୍ସବ ୯/୧୧ରେ ହୋଇପାରିଲା ନାହିଁ । ଏସବୁ ଭିତରେ ବରାଦର ଜାରି କରିଛନ୍ତି ଅଡିଓ ବାର୍ତ୍ତା । ଆଉ ଚେତାଇଦେଇଛନ୍ତି ସେ ଜୀବିତ ଅଛନ୍ତି । ତାଙ୍କ ମୃତ୍ୟୁ ଓ ଆହତକୁ ନେଇ ଯେଉଁ ସବୁ ଖବର ପ୍ରକାଶ ପାଇଛି, ସେସବୁ କେବଳ ଗୁଜବ । ସେ କହିଛନ୍ତି, “ମୁଁ ସଂପୂର୍ଣ୍ଣ ସୁରକ୍ଷିତ । ସୋଶିଆଲ ମିଡିଆରେ କିଛି ଲୋକ ଜାଣିଶୁଣି ଗୁଜବ ପ୍ରଚାର କରୁଛନ୍ତି ।

wp:html /wp:html

ଗଣମାଧ୍ୟମରେ ମୋ ମୃତ୍ୟୁକୁ ନେଇ ଯେଉଁ ଖବର ଚାଲିଛି ସେସବୁ କପଳକଳ୍ପିତ । କିଛି ଦିନ ହେଲା ମୁଁ ଟ୍ରିପରେ ଥିଲି । ବର୍ତ୍ତମାନ ଆମେ ଯେଉଁଠୁ ବି ଅଛୁ, ସେଠାରେ ଆମେ ସମସ୍ତେ ସୁରକ୍ଷିତ ରହିଛୁ । ମୋ ବନ୍ଧୁ ଓ ଭାଇମାନେ ମୋ ସହ ରହିଛନ୍ତି । ତେଣୁ ମୁଁ ଏହାକୁ ଦୃଢ଼ତାର ସହ ଖଣ୍ଡନ କରୁଛୁ । ଆମ ଭିତରେ କୌଣସି ପ୍ରକାରର ସମସ୍ୟା ସୃଷ୍ଟି ହୋଇନାହିଁ। ସବୁ କିଛି ଠିକଠାକ ଚାଲିଛି ।

କତାରରୁ ତାଲିବାନ ମୁଖପାତ୍ର ସୁହେଲ ଶାହୀନ ମଧ୍ୟ ବରାଦରଙ୍କ ମୃତ୍ୟୁକୁ ନେଇ ପ୍ରକାଶ ପାଇଥିବା ରିପୋର୍ଟକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ଇସଲାମିକ ଏମିରାତ ଅଫ ଆଫଗାନିସ୍ତାନର ଡେପୁଟି ପ୍ରଧାନମନ୍ତ୍ରୀ ମୁଲ୍ଲା ବରାଦର ଅଖୁନ୍ଦ ଗୋଟିଏ ଅଡିଓ ବାର୍ତ୍ତାରେ ସେ ମୃତ୍ୟୁ କିମ୍ବା ଆହତ ନେଇ ପ୍ରକାଶ ପାଇଥିବା ରିପୋର୍ଟକୁ ସଂପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.