ନିର୍ବାଚନୀ ତାତି ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କୁ ସାହାଯ୍ୟ ମାଗିଲେ ମମତା ବାନାର୍ଜୀ, ଜାଣନ୍ତୁ କାହିଁକି

Published By : Prameya-News7 Bureau | February 24, 2021 IST

ନୂଆଦିଲ୍ଲୀ ୨୪।୦୨: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ରାଜ୍ୟବାସୀଙ୍କୁ ମାଗଣାରେ କରୋନା ଟିକା ଦେବାକୁ ଚାହୁଁଛନ୍ତି। ଏଥିପାଇଁ ରାଜ୍ୟ ସରକାର ବଡ ସଂଖ୍ୟାରେ ଭ୍ୟାକସିନ କିଣିବାକୁ ନିଷ୍ପତ୍ତି ନେଇଛନ୍ତି। ମମତା ସରକାର ନିଜର ଏହି ଉଦ୍ଦେଶ୍ୟ ପୂରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ସାହାଯ୍ୟ ମାଗିଛନ୍ତି।

ମମତା ବାନାର୍ଜୀ ଚିଠି ଲେଖିଛନ୍ତି ଯେ, ପଶ୍ଚିମବଙ୍ଗର ଜନତାଙ୍କୁ କରୋନା ଟିକାକରଣ ପାଇଁ ରାଜ୍ୟ ସରକାର ବଡ ସଂଖ୍ୟାରେ ଡୋଜ୍ କିଣିବାକୁ ନିର୍ଣ୍ଣୟ ନେଇଛନ୍ତି। ମମତା ସରକାର ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଯେ, ସାର୍ବଜନୀନ ସ୍ଵାସ୍ଥ୍ୟ ପ୍ରସଙ୍ଗକୁ ପ୍ରାଥମିକତା ଆଧାରରେ ଦେଖିବା ଉଚିତ୍। ଚିଠିରେ ମମତା ବାନାର୍ଜୀ ଭ୍ୟାକସିନ କିଣିବାରେ ସାହାଯ୍ୟ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି।

wp:html /wp:html

ସେ ଏହା ମଧ୍ୟ ଲେଖିଛନ୍ତି, ପଶ୍ଚିମବଙ୍ଗ ସରକାର ଶୀଘ୍ର କରୋନାର ଲଢୁଆ ଯୋଦ୍ଧାଙ୍କୁ ଏବଂ ସ୍ଵାସ୍ଥ୍ୟ କର୍ମୀଙ୍କ ଟିକାକରଣ କରିବାକୁ ଚାହୁଁଛି। ଅନ୍ୟପଟେ ରାଜ୍ୟରେ ଶୀଘ୍ର ନିର୍ବାଚନ ହେବାକୁ ଯାଉଛି। ଲୋକଙ୍କୁ ଭୋଟ୍ ଦେବାକୁ ପୋଲିଂ ବୁଥ୍‌କୁ ଯିବାକୁ ପଡିବ। ତେଣୁ ଏହା ପୂର୍ବରୁ ରାପିଡ୍ ଭ୍ୟାକ୍ସିନେସନ ଆଧାରରେ କରୋନା ଟିକା ଯୋଗାଇ ଦେବାକୁ ମମତା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କହିଛନ୍ତି।

ସୂଚନାଯୋଗ୍ୟ, ଭ୍ୟାକସିନ୍ ଯୋଗାଇ ଦେବାରେ ସାହାଯ୍ୟ କରିବାକୁ ମମତା ପ୍ରଧାନମନ୍ତ୍ରୀଙ୍କୁ ସେହି ସମୟରେ ଚିଠି ଲେଖିଛନ୍ତି ଯେତେବେଳେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ବିଜେପି ଓ ଟିଏମସି ମଧ୍ୟରେ ଲଢେଇ ଜୋରଦାର ଜାରି ରହିଛି। ରାଜ୍ୟରେ ଖୁବ୍ ଶୀଘ୍ର ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ରାଜ୍ୟରେ  ଜାରି ନିର୍ବାଚନୀ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପିକୁ ନେଇ ମମତା ବାନାର୍ଜୀ କଠୋର ଆଭିମୁଖ୍ୟ ଆପଣେଇଥାନ୍ତି। ଦ୍ଵିତୀୟତଃ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିକୁ ନେଇ ବିଜେପି ନିର୍ବାଚନ ରାଲିରେ ଏହାକୁ କେମିତି ଉତ୍‌ଥାପନ କରୁଛି ତାହା ଦେଖିବା ବାକି ରହିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.