ରେକର୍ଡ ପରେ ରେକର୍ଡ ଭାଙ୍ଗିଚାଲିଛି ପିଆଜ : ଆଜି ଛୁଇଁଲା ଦେଢ ଶହ

Published By : Prameya-News7 Bureau | December 05, 2019 IST

ଭୁବନେଶ୍ବର ୫/୧୨: ପିଆଜ ଦର ବେଲଗାମ । ଟିକିଏ ବଡ ପିଆଜ ହେଲେ ଗୋଟାଏ ପିଆଜର ଦାମ ପାଖାପାଖି ୧୫ଟଙ୍କା । ଏମିତି ସ୍ଥିତିରେ ଅଢେଇ ଶହ ପିଆଜ କିଣିବା ବେଳେ ବି ଗ୍ରାହକ ଦଶ ଥର ଭାବୁଛନ୍ତି । ରାଜ୍ୟର ବିଭିନ୍ନ ବଜାରରେ ପିଆଜ ଦର ୧୨୦ରୁ ୧୫୦ଟଙ୍କାରେ ବିକ୍ରି ହେଉଛି । ଦାମ ଶୁଣି ଲୋକେ କାନମୁଣ୍ଡା ଆଉଁସି ଘରକୁ ଫେରୁଛନ୍ତି । ଭୁବନେଶ୍ବରର ବିଭିନ୍ନ ମାର୍କେଟରେ ପିଆଜ ଦର ୧୫୦ଟଙ୍କା ଛୁଇଁଛି ।

ଗୋଟିଏ ଦିନରେ ଦର ୨୦ଟଙ୍କା ବଢି ଯାଇଛି । ରାଜ୍ୟର ଅନ୍ୟ ସ୍ଥାନରେ ବି ଏକା ହାଲ । ଗ୍ରାହକ ଦୋକାନକୁ ଆସି ଗୋଟିଏ ଏବଂ ଦୁଇଟି ପିଆଜ ମାଗୁଛନ୍ତି । ପିଆଜର ଅହେତୁକ ଦରବୃଦ୍ଧି ସବୁ ବର୍ଗର ଲୋକଙ୍କୁବାଧୁଛି । ଏହାର ପ୍ରଭାବ ଜଳଖିଆ ଦୋକାନ, ହୋଟେଲ ଏବଂ ରେଷ୍ଟୁରାଣ୍ଟ ଉପରେ ପଡିଛି । ଅଭାବକୁ ଦେଖି ପିଆଜର ମନଇଚ୍ଛା ଦର କଷୁଛନ୍ତି ବେପାରୀ । ହେଲେ ହାତ ଟେକି ଦେଇଛି ଯୋଗାଣ ବିଭାଗ ।

ସେପଟେ ସରକାରୀ ଆଦର୍ଶ ଖୁଚୁରା କେନ୍ଦ୍ରରେ ଲୋକଙ୍କୁ ୮୦ଟଙ୍କା ଦରରେ ପିଆଜ ଯୋଗାଇବାକୁ ଘୋଷଣା ହୋଇଥିଲେ ମଧ୍ୟ ସରକାରୀ ଦୋକାନରେ ଆବଶ୍ୟକ ପରିମାଣର ପିଆଜ ନାହିଁ । ଏପଟେ ପିଆଜ ମହଜୁଦକାରୀଙ୍କ ଉପରେ ବାରମ୍ବାର କାର୍ଯ୍ୟାନୁଷ୍ଠାନ ପାଇଁ ଘୋଷଣା ହେଉଥିଲେ ମଧ୍ୟ ଆକ୍ସନ ଜିରୋ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.