Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଣାଇ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଡୁଛି ତାଟିକବାଟ
  • ||
  • ଟେକ୍ସାସରେ ୪ ଜଣଙ୍କୁ ପଣବନ୍ଦୀ : ପାକିସ୍ତାନୀ ବୈଜ୍ଞାନିକଙ୍କୁ ମୁକ୍ତ କରିବାକୁ ଦାବି, ଘଟଣାସ୍ଥଳରେ ଏଫବିଆଇ ଓ ସ୍ୱାଟ୍ ଟିମ୍
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୧କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଡେଇଁଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୧୭୭ କୋଭିଡ୍ ପଜିଟିଭ୍, ୧୧୩୩୯୧୨ରେ ପହଞ୍ଚିଲା ସଂଖ୍ୟା
  • ||
  • ନିଶାରେ ୩ ବାଇକକୁ ଧକ୍କା ଦେଲେ କାର୍ ଡ୍ରାଇଭର, ଓଲଟା ପୋଲିସକୁ କଲେ ଗାଳିଗୁଲଜ
  • ||
  • ଫାଟିଗଲା ମୋବାଇଲ ବ୍ୟାଟେରୀ, ନାବାଳକ ଗୁରୁତର : ପଥରରେ ଛେଚୁଥିବା ବେଳେ ଅଘଟଣ
  • ||
  • ରାଜ୍ୟର ୪ ବରିଷ୍ଠ ଆଇଏଏସଙ୍କୁ ପ୍ରମୋସନ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି
  • ||
  • କୋଟିଆରେ ହେବ ପଞ୍ଚାୟତ ନିର୍ବାଚନ, ୧୩ଟି ବୁଥରେ ମତଦାନ
  • ||

ଲଦାଖରେ ଚୀନ ସହ ତିକ୍ତତା ମଧ୍ୟରେ ଭାରତର କାଉଣ୍ଟର, ପ୍ରଧାନମନ୍ତ୍ରୀ ମୋଦୀ ଶ୍ରୀଲଙ୍କା ଓ ମରିସସ୍ ସହ କଲେ ଆଲୋଚନା

23/05/2020 at 10:27 PM

ନୂଆଦିଲ୍ଲୀ ୨୩।୦୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦୁଦଇ ଜଣ ମହତ୍ଵପୂର୍ଣ୍ଣ ନେତୃତ୍ଵଙ୍କ ସହ କଥାବାର୍ତ୍ତା ହୋଇଛନ୍ତି। ଜଣେ ହେଲେ ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଏବଂ ଅନ୍ୟ ଜଣେ ହେଉଛନ୍ତି ମରିସସ୍‌ର ପ୍ରଧାନମନ୍ତ୍ରୀ ପ୍ରବୀଣ ଜୁଗନଥ। ଏହି ଦୁଇ ଦେଶ ଭାରତ ମହାସାଗରରେ ଦ୍ଵୀପ ଦେଶ। ଏଥିରେ ମହତ୍ଵପୂର୍ଣ୍ଣ କଥା ଚୀନ ଦୁଇ ଦେଶ ସହିତ ସଂପର୍କ ମଜବୁତ କରିବାକୁ ଚେଷ୍ଟା କରୁଛି ଏବଂ ସେଠାରେ ନିଜର ପ୍ରାଧ୍ୟାନ୍ୟ ବିସ୍ତାର କରିବାରେ ଜୁଟି ଯାଇଛି।

ରାଷ୍ଟ୍ରପତି ରାଜପକ୍ଷେଙ୍କ ସହିତ ହୋଇଥିବା କଥାବାର୍ତ୍ତାରେ ଶ୍ରୀଲଙ୍କାରେ ଭାରତୀୟ ସହାୟତା ପ୍ରାପ୍ତ ବିକାଶ ପ୍ରକଳ୍ପକୁ ଅଧିକ ତ୍ଵରାନ୍ଵିତ କରିବାର ଆବଶ୍ୟକତା ଉପରେ ସହମତି ପ୍ରକାଶ ପାଇଛି। ଭାରତ ସରକାର ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, ଭାରତ ଘରୋଇ କ୍ଷେତ୍ର ଜରିଆରେ ଶ୍ରୀଲଙ୍କାରେ ନିବେଶ ଏବଂ ଚାହିଦା ବଢାଇବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟବାୟା ଏବଂ ମରିସସ୍‌ର ପ୍ରଧାନମନ୍ତ୍ରୀ ପିଜେ ଜୁଗନଥଙ୍କ ସହ କଥାବାର୍ତ୍ତା ହୋଇ କୋଭିଡ୍-୧୯ ମହାମାରୀ ଏବଂ ଏହାର ଆର୍ଥିକ ପ୍ରଭାବରେ ଯଥା ସମ୍ଭବ ସାହାଯ୍ୟ କରିବା କଥା କହିଛନ୍ତି।

ରାଷ୍ଟ୍ରପତି ରାଜପକ୍ଷେ ମୋଦୀଙ୍କୁ ନିଜ ଦେଶରେ ଆର୍ଥିକ ଗତିବିଧି ପୁଣି ଥରେ ଆରମ୍ଭ କରିବା ପାଇଁ ନିଜ ସରକାର ଦ୍ଵାରା ନିଆଯାଉଥିବା ପଦକ୍ଷେପ ବିଷୟରେ ସୂଚନା ଦେଇଛନ୍ତି। ଏହି ସଂଦର୍ଭରେ ଦୁଇ ନେତା ଶ୍ରୀଲଙ୍କାରେ ଭାରତୀୟ ସହାୟତାରେ ଜାରି ବିକାଶ ପ୍ରକଳ୍ପକୁ ଗତି ଦେବା ଉପରେ ଆବଶ୍ୟକ ସହମତି ପ୍ରଦାନ କରିଛନ୍ତି।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଅନୁଯାୟୀ, ମୋଦୀଙ୍କ ସହ ଆଲୋଚନା ବେଳେ ମରିସସ୍‌ ପ୍ରଧାନମନ୍ତ୍ରୀ ବାତ୍ୟା ଅମ୍ଫାନ କାରଣରୁ ହୋଇଥିବା କ୍ଷୟକ୍ଷତି ଉପରେ ଦୁଃଖ ପ୍ରକଟ୍ କରିଛନ୍ତି। ଏହା ସହିତ ଭାରତୀୟ ନୌସେନାର ଜାହାଜ କେଶରୀକୁ ଅପରେସନ ସାଗରରେ ଏକ ଅଂଶ ଭାବେ ମରିସସ୍‌ ପଠାଇବା ନେଇ ଭାରତକୁ ଧନ୍ୟବାଦ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ଜୁଗନଥଙ୍କ ନେତୃତ୍ଵରେ ମରିସସ୍‌ ଦ୍ଵାରା କୋଭିଡ୍-୧୯ ମୁକାବିଲାର ପ୍ରଶଂସା କରିଛନ୍ତି। ମରିସସ୍‌ରେ କିଛି ସପ୍ତାହ ହେବ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦୁଇ ନେତା ବିଭିନ୍ନ କ୍ଷେତ୍ରରେ ପାରସ୍ପରିକ ସହଯୋଗ ବୃଦ୍ଧି ଉପରେ ଆଲୋଚନା କରିଛନ୍ତି।

   Related Posts