Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ଚନ୍ଦ୍ରକୁ ଯିବା ପାଇଁ ଚାଲିଛି ପ୍ରସ୍ତୁତି : ଜାପାନର ‘ମିଶନ ମୁନ’ ସ୍ବପ୍ନ ସାକାର କରିବ ଭାରତ, ସମ୍ପୂର୍ଣ ରୋବୋଟିକ ହେବ ପୁରା ମିଶନ

13/06/2020 at 10:06 AM

ବେଙ୍ଗାଲୁରୁ ୧୩/୦୬ : କରୋନା ସଙ୍କଟ ମଧ୍ୟରେ ଭାରତ ଓ ଜାପାନ ଚନ୍ଦ୍ର ଅଭିଯାନ ଲଞ୍ଚ କରିବାକୁ ପ୍ରସ୍ତୁତି କରୁଛନ୍ତି | ଏହି ଅଭିଯାନକୁ ଭାରତୀୟ ଅନ୍ତରୀକ୍ଷ ସଂଗଠନ ISRO ଲିଡ଼ କରିବ | ଜାପାନ ସ୍ପେସ ଏଜେନ୍ସି JAXA ଅନୁଯାୟୀ, ଏହି ମିଶନର ଲଂଚିଙ୍ଗ ୨୦୨୩ ମସିହା ପରେ କରାଯିବ | ଏହାଛଡା ଇସ୍ରୋର ଆଉ ଏକ ହ୍ୟୁମାନ ସ୍ପେସଲାଇଟ ପ୍ରୋଗ୍ରାମ ମଧ୍ୟ ୨୦୨୨ ମସିହାରେ ଲଞ୍ଚ ହେବ | ଏହାକୁ ଗଗନଯାନ ନାମ ଦିଆଯାଇଛି |

ଏହି ମିଶନକୁ ନେଇ ଉଭୟ ଦେଶ ମଧ୍ୟରେ ପ୍ରଥମଥର ପାଇଁ ୨୦୧୭ ମସିହାରେ ଆଲୋଚନା ହୋଇଥିଲା | ମଲ୍ଟି ସ୍ପେସ ଏଜେନ୍ସି ବେଙ୍ଗାଲୁରୁ ଆଲୋଚନା କରିଥିଲେ | ଏପର୍ଯ୍ୟନ୍ତ ଜାପାନ ଏହିଭଳି କୌଣସି ମିଶନ କରିନାହିଁ | ଭାରତ ଓ ଜାପାନର ଏହି ମିଶନ ସମ୍ପୂର୍ଣ ରୋବୋଟିକ | ଏହି ମିଶନ ଚନ୍ଦ୍ରମାରେ ବେଶ ତିଆରି କରିବାର ଗ୍ରାଉଣ୍ଡ ୱାର୍କ ହୋଇପରେ ବୋଲି ଆଶଙ୍କା କରାଯାଉଛି | ଏକ୍ସପର୍ଟଙ୍କ ଅନୁଯାୟୀ ଏହି ମିଶନ ପାଇଁ ବିଶ୍ୱ ସ୍ପେସ ଏଜେନ୍ସିଗୁଡିକର ସହଯୋଗ ମଧ୍ୟ ଆବଶ୍ୟକ ପଡିପାରେ |

ଗତ ବର୍ଷ ଇସ୍ରୋ ଅଧ୍ୟକ୍ଷ ଏଏସ କିରଣ କୁମାର କହିଥିଲେ ଯେ, ଭାରତ ଓ ଜାପାନ ସଂଯୁକ୍ତ ଭାବେ ଚନ୍ଦ୍ରମା ମିଶନ ଉପରେ ବିଚାର କରୁଛନ୍ତି | ଏହାସହ ଉଭୟ ଦେଶ ପାଣିପାଗ ସମ୍ବନ୍ଧୀୟ ମାପଦଣ୍ଡକୁ ନେଇ ଇନ୍ପୁଟ ସେୟାର କରିବା ଏବଂ ପରସ୍ପର ସହ ଅନ୍ତରୀକ୍ଷ ସେଗମେଣ୍ଟ ବ୍ୟବହାର କରିବାକୁ ମଧ୍ୟ ରାଜି ହୋଇଛନ୍ତି | କିରଣ କୁମାରଙ୍କ ଅନୁଯାୟୀ, ‘ଆମେ ଏକ ସମ୍ଭାବ୍ୟ ସଂଯୁକ୍ତ ଚନ୍ଦ୍ର ମିଶନକୁ ନେଇ ଭବିଷ୍ୟତ ଦେଖୁଛୁ | ଭବିଷ୍ୟତରେ ଆମେ ଦେଖିବୁ ଯେ ଜଳବାୟୁ ପରିବର୍ତ୍ତନ ଅଧ୍ୟୟନ ପାଇଁ ଅଧିକ ଇନ୍ପୁଟକୁ କିଭଳି ବ୍ୟବହାର କରିପାରିବୁ |’

ଏହା ପୂର୍ବରୁ ଭାରତର ମହତ୍ୱାକାଂକ୍ଷା ମିଶନ ଚନ୍ଦ୍ରୟାନ-୨ କୁ ୯୫ ପ୍ରତିଶତ ସଫଳତା ମିଳିଥିଲା | ଶେଷ ମୁହୂର୍ତ୍ତରେ ଏଜେନ୍ସିର ବିକ୍ରମ ଲେଣ୍ଡର ସହ ଯୋଗାଯୋଗ ବିଛିନ୍ନ ହୋଇଥିଲା | ପରେ ଅନ୍ତରୀକ୍ଷ ଏଜେନ୍ସି ନ୍ୟାସନାଲ ଇରନେଟିକ୍ସ ଆଣ୍ଡ ସ୍ପେସ ଆଡ଼ମିନିଷ୍ଟ୍ରେସନ (ନାସା) ବିକ୍ରମ ଲେଣ୍ଡରକୁ ନେଇ ବଡ ଖୁଲାସା କରିଥିଲା | ନାସାର ଲୁନାର ରିକନେସେନ୍ସ ଆର୍ବିଟର ଚନ୍ଦ୍ରମା  ପୃଷ୍ଠରେ ଚନ୍ଦ୍ରୟାନ-୨ର ବିକ୍ରମ ଲେଣ୍ଡରର ଭଗ୍ନାବଶେଷ ଖୋଜିଥିଲା | ଚନ୍ଦ୍ରୟାନ-୨ର ବିକ୍ରମ ଲେଣ୍ଡରର ଭଗ୍ନାବଶେଷ କ୍ରାସ ସାଇଟଏଉ ୭୫୦ ମିଟର ଦୂରରୁ ମିଳିଥିଲା | ନାସା ଟ୍ୱିଟ କରି ଏ ସମ୍ପର୍କରେ ସୂଚନା ଦେଇଥିଲା | ବିକ୍ରମ ଲେଣ୍ଡରର ଭଗ୍ନାବଶେଷ ଖୋଜିବା କ୍ରେଡିଟ ନାସା ଚେନ୍ନାଇର ଜଣେ ଇଂଜିନିୟରଙ୍କୁ ଦେଇଥିଲା | 

   Related Posts