ଦିଲ୍ଲୀରେ ଭୟାବହ କରୋନା ସ୍ଥିତି ଦେଖି ପ୍ରବାସୀଙ୍କ ପଳାୟନ

Published By : Prameya-News7 Bureau | April 08, 2021 IST

ନୂଆଦିଲ୍ଲୀ ୦୬/୦୪ : ଦେଶର ରାଜଧାନୀ ନୂଆଦିଲ୍ଲୀରେ କରୋନା ସଂକ୍ରମଣ ପୁଣିଥରେ ବେକାବୁ ହୋଇଛି। କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବା ପରେ ପ୍ରବାସୀ ପୁଣି ନିଜ ନିଜ ଘରକୁ ପଳାୟନ କରୁଛନ୍ତି। ଆନନ୍ଦ ବିହାର ରେଲୱେ ଟର୍ମିନାଲରେ ବହୁ ସଂଖ୍ୟାରେ ଲୋକେ ନିଜ ନିଜ ଗାଁକୁ ଫେରିଯିବାକୁ ଭିଡ ଜମାଇଛନ୍ତି।

ବୃଦ୍ଧି ପାଉଥିବା କରୋନା ମାମଲାକୁ ଦୃଷ୍ଟି ରଖି କେଜ୍ରିୱାଲ ସରକାର ନାଇଟ୍ କର୍ଫ୍ୟୁ ଘୋଷଣା କରିଛନ୍ତି। କରୋନା ସ୍ଥିତିକୁ ଦେଖି ବହୁ ସଂଖ୍ୟକ ବିହାରର ପ୍ରବାସୀ ନିଜ ଘରମୁହାଁ ହୋଇଛନ୍ତି। ବେକାବୁ କରୋନା ସ୍ଥିତି ଓ ଲକଡାଉନ ଆଶଙ୍କାକୁ ନେଇ ପ୍ରବାସୀ ଦିଲ୍ଲୀରୁ ପଳାୟନ କରୁଛନ୍ତି। ପ୍ରବାସୀଙ୍କ ମନରେ ପୁଣି ଲକଡାଉନ ଭୟ ଜାଗ୍ରତ ହୋଇଛି। ସେଥିପାଇଁ ଏମାନେ ଦିଲ୍ଲୀ ଚଡି ନିଜ ଘରକୁ ଫେରି ଯାଉଛନ୍ତି।

ଆନନ୍ଦ ବିହାର ରେଲୱେ ଟର୍ମିନାଲରେ ଜଣେ ପ୍ରବାସୀ କହିଛନ୍ତି ଗତ ବର୍ଷ ଲକଡାଉନ୍ ବେଳେ ସେ ଦିଲ୍ଲୀରେ ଫସି ଯାଇଥିଲେ। କିନ୍ତୁ ଏଥର ଏଭଳି ପରିସ୍ଥିତି ଆସିବା ପୂର୍ବରୁ ସେ ସୁରକ୍ଷିତ ଭାବେ ଏଠାରୁ ପଳାଇବାକୁ ଚାହୁଁଛନ୍ତି। ସେଥିପାଇଁ ନିଜ ଘରକୁ ଫେରି ଯାଉଛନ୍ତି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନାଇଟ୍ କର୍ଫ୍ୟୁ ଘୋଷଣା କରି ଗାଇଡଲାଇନ୍ ମଧ୍ୟ ଜାରି କରିଛନ୍ତି। ନାଇଟ୍ କର୍ଫ୍ୟୁ ବେଳେ କାହା କାହାକୁ ଆଶ୍ବସ୍ତି ମିଳିବ ବା ଅନୁମତି ମିଳିବ ସେନେଇ ଗାଇଡଲାଇନରେ ଉଲ୍ଲେଖ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.