କରୋନା ସଙ୍କଟରେ ଖୁସି ଖବର : ମେ ମାସରେ ୫୦୦୦ରୁ ଅଧିକ କାର୍ ରପ୍ତାନୀ କଲା ହ୍ୟୁଣ୍ଡାଇ

Published By : Prameya-News7 Bureau | June 10, 2020 IST

ନୂଆଦିଲ୍ଲୀ ୧୦/୬: କରୋନା ମହାମାରୀ ଏବଂ ଲକଡାଉନ୍ କାରଣରୁ ଏପ୍ରିଲ୍ ମାସର କଳା ଛାୟାରୁ ଅଟୋ ସେକ୍ଟର ଧୀରେ ଧୀରେ ମୁକ୍ତ ହେଉଛି। ଏପ୍ରିଲ୍ ମାସ ଅଟୋ ସେକ୍ଟର ପାଇଁ ଏକ ଖରାପ ମାସ ପ୍ରମାଣିତ ହୋଇଥିଲା। ଲକଡାଉନ୍ ଯୋଗୁଁ ମାରୁତି ସମେତ କେତେକ କମ୍ପାନୀର ବିକ୍ରି ଶୂନ୍ୟ ହୋଇଯାଇଥିଲା। ଏପରି କ୍ଷେତ୍ରରେ ଏକ ଭଲ ଖବର ହ୍ୟୁଣ୍ଡାଇ ମୋଟରରୁ ଆସିଛି। ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲି. ଏହି ମାସରେ ୫୦୦୦ରୁ ଅଧିକ ଗାଡ଼ି ରପ୍ତାନୀ କରିଛି।

 ଏହି କମ୍ପାନୀ ୧୯୯୯ମସିହାରେ ଭାରତରୁ ଗାଡ଼ି ରପ୍ତାନୀ କରିଥିଲା। କମ୍ପାନୀ ଏବେ ସୁଦ୍ଧା ଭାରତରୁ ୪ଟି ମହାଦ୍ବୀପର ୮୮ଦେଶକୁ ୩୦ଲକ୍ଷରୁ ଅଧିକ ଗାଡ଼ି ରପ୍ତାନୀ କରି ସାରିଛି ଗତ ବର୍ଷ କମ୍ପାନୀ ୧,୮୧,୨୦୦ ଗାଡ଼ି ରପ୍ତାନୀ କରିଥିଲା। କମ୍ପାନୀ ବର୍ତ୍ତମାନ ଭେନ୍ୟୁ ଏବଂ କ୍ରେଟା ସହ ଦେଶରୁ ୧୦ଟି ମଡେଲ୍ ରପ୍ତାନୀ କରିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.