ଦୁଇ ଫ୍ରଣ୍ଟରେ ମୁକାବିଲା କରିବାକୁ ଭାରତ ପ୍ରସ୍ତୁତ, ପାକିସ୍ତାନ ସୀମାରେ ମୁତୟନ ହେଲା ସ୍ଵଦେଶୀ ଲଢୁଆ ବିମାନ ତେଜସ

Published By : Prameya-News7 Bureau | August 18, 2020 IST

ନୂଆଦିଲ୍ଲୀ ୧୮।୦୮: ପୂର୍ବ ଲଦାଖରେ ଭାରତ-ଚୀନରେ ଅନେକ ମାସ ଧରି ତିକ୍ତତା ଜାରି ରହିଛି। ଭାରତ ସୀମାରେ ଭାରତ ପୂର୍ବ ତୂଳନାରେ ସୈନ୍ୟ ଶକ୍ତିକୁ ଅଧିକ ବୃଦ୍ଧି କରିଛି। ଏହା ମଧ୍ୟରେ ଭାରତୀୟ ବାୟୁସେନା ପାକିସ୍ତାନ ସୀମାରେ ସ୍ଵଦେଶୀ ହାଲୁକା ଲଢୁଆ ବିମାନ ତେଜସକୁ ମୁତୟନ କରିଛି।

ସରକାରୀ ସୂତ୍ର ଅନୁଯାୟୀ, ଏଲସିଏ ତେଜସକୁ ଭାରତୀୟ ବାୟୁସେନା ଦ୍ଵାରା ପାକିସ୍ତାନ ବର୍ଡର ନିକଟସ୍ଥ ପଶ୍ଚିମି ସୀମାରେ ମୁତୟନ କରାଯାଇଛି। ଦକ୍ଷିଣ ବାୟୁ କମାଣ୍ଡ ଅନ୍ତର୍ଗତ ସୁଲୁର ବାହାରେ ସ୍ଥିତ ପ୍ରଥମ ଏଲସିଏ ତେଜସ ସ୍କ୍ଵ୍ରାଡନ, ୪୫ ସ୍କ୍ଵାଡ୍ରନକୁ ଏକ ଅପରେସନାଲ ଭୂମିକାରେ ମୁତୟନ କରାଯାଇଛି। ଯଦ୍ଵାରା ଶତ୍ରୁ ଦ୍ଵାରା କୌଣସି ପ୍ରକାରର ଦୁଃସାହାସର ଦୃଢ ଜବାବ ଦିଆଯାଇ ପାରିବ।

{"id":316564,"sizeSlug":"large"}

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ସ୍ଵାଧୀନତା ଦିବସ  ଭାଷଣ ସମୟରେ ସ୍ଵଦେଶୀ ତେଜସ ବିମାନର ପ୍ରଶଂସା କରିଥିଲେ। ସେ କହିଥିଲେ ଏଲସିଏ ମାର୍କ ୧ ଏ ସଂସ୍କରଣକୁ କିଣିବା ପାଇଁ ରାଜିନାମା ଶୀଘ୍ର ଶେଷ ହେବାର ଆଶା କରାଯାଉଛି।

ବାୟୁସେନା ଆଗୁଆ ଘାଟିରେ ସ୍ଥିତ ଏୟାରବେସ୍‌କୁ ଓ୍ଵେଷ୍ଟର୍ଣ୍ଣ ଓ ନଦର୍ଣ୍ଣ ଫ୍ରଣ୍ଟର ସ୍ଥିତି ଉପରେ ନଜର ରଖିବା ପାଇଁ ସଂପୂର୍ଣ୍ଣ ସୁସଜ୍ଜିତ କରାଯାଇଛି। ଏହି ଏୟାରବେସ୍‌ରୁ ଗତ କିଛି ଦିନରେ ଦିନ ଏବଂ ରାତିରେ ଲଢୁଆ ବିମାନ ଆକାଶରେ ଉଡାଣ ଭରିଥିବା ଦେଖିବାକୁ ମିଳିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.