ଶ୍ରୀମନ୍ଦିର ମାମଲା ସଂପର୍କରେ ମତାମତ ନେବା ପାଇଁ ଆସନ୍ତା ୨୦ତାରିଖରେ ପୁରୀ ଆସୁଛନ୍ତି ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍ କ୍ୟୁରୀ
17/09/2018 at 6:09 PM

ପୁରୀ ୧୭/୯ : ଆସନ୍ତା ୨୦ ତାରିଖରେ ଶ୍ରୀମନ୍ଦିର ମାମଲା ସଂପର୍କରେ ମତାମତ ନେବା ପାଇଁ ଆସୁଛନ୍ତି ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍ କ୍ୟୁରୀ। ସେ ଦୁଇଦିନ ଧରି ପୁରୀରେ ରହିବା ସହ ପ୍ରଶାସନ, ଶଙ୍କରାଚାର୍ଯ୍ୟ, ଗଜପତି, ଛତିଶା ନିଯୋଗ ଓ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିବେ। ତେବେ ସେବାୟତ ମାନେ ମିଳିତ ଭାବେ ଗୋଟିଏ ଓ ଦଇତାପତି ନିଯୋଗ ପୃଥକ ଭାବେ ଆଉ ଏକ ସ୍ମାରକ ପତ୍ର ତାଙ୍କୁ ଦେବେ। ସେବାୟତଙ୍କ ବଂଶାନୁକ୍ରମିକ ସେବା, ଦାନ ଦକ୍ଷିଣା ବ୍ୟବସ୍ଥା ଉଛେଦ ନେଇ ସେମାନେ ତାଙ୍କୁ ଅବଗତ କରିବେ ବୋଲି କହିଛନ୍ତି। ସେବାୟତଙ୍କ ବଂଶାନୁକ୍ରମିକ ସେବା, ଦାନ ଦକ୍ଷିଣା ଉଛେଦ ନେଇ ସୁପ୍ରିମକୋର୍ଟଙ୍କ ଆଦେଶର ପୁନବିଚାର ପାଇଁ ଅନୁରୋଧ କରାଯିବ। ଏହାଛଡ଼ା ଶ୍ରୀମନ୍ଦିର ପୂଜା ବିଧି, ପରମ୍ପରା ରକ୍ଷା କରିବା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯିବ।
୨୧ ଓ ୨୨ ତାରିଖରେ ସେ ପୁରୀରେ ରହି ସୁପ୍ରିମକୋର୍ଟ ଦେଇଥିବା ୧୨ ଟି ପ୍ରସ୍ତାବ ସଂପର୍କରେ ସବୁ ବର୍ଗର ମତାମତ ଗ୍ରହଣ କରିବେ। ତେବେ ସେବାୟତ ମାନେ ଆମିକସ୍ କ୍ୟୁରୀଙ୍କୁ ଭେଟିବା ସହ ସେମାନଙ୍କ ଅଭିଯୋଗ ସଂପର୍କରେ ଅବଗତ କରିବେ ବୋଲି କହିଛନ୍ତି।
ଆମିକସ୍ କ୍ୟୁରୀ ଛତିଶା ନିଯୋଗ, ଶଙ୍କରାଚାର୍ଯ୍ୟ, ଗଜପତି ଓ ପ୍ରଶାସନ ସହ ମଧ୍ୟ ଆଲୋଚନା କରିବ । ଜଗନ୍ନାଥ ସେନା ମଧ୍ୟ ଆମିକସ୍ କ୍ୟୁରୀଙ୍କୁ ସାକ୍ଷାତ କରି ଶ୍ରୀମନ୍ଦିର ପରମ୍ପରା, ସଂସ୍କୃତି ରକ୍ଷା ପାଇଁ ପ୍ରାର୍ଥନା କରିବ ବୋଲି କହିଛି।
ସୁପ୍ରମିକୋର୍ଟଙ୍କ ମଧ୍ୟବର୍ତ୍ତିକାଳୀନ ନିର୍ଦ୍ଦେଶ ସବୋୟତଙ୍କ ଜୀବନଜୀବିକା ଓ ଶ୍ରୀମନ୍ଦିର ପୂଜା ବିଧିକୁ ପ୍ରଭାବିତ କରୁଥିବା ସେବାୟତ ମାନେ ମନେ କରୁଛନ୍ତି। ଏପରିସ୍ଥଳେ ଆମିକସ୍ କ୍ୟୁରୀଙ୍କ ଗସ୍ତକୁ ସବୁ ବର୍ଗର ସେବାୟତ ଗୁରୁତର ସହ ନେଇଛନ୍ତି।