Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଛିଡୁନି ଅଡୁଆ, ହଟୁନି ସସପେନ୍ସ : ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବାକୁ ମନା କଲେ କଂଗ୍ରେସ ନେତ୍ରୀ ଅମ୍ବିକା ସୋନୀ
  • ||
  • ବର୍ଷାରେ ଭାସିଗଲା କାଠପୋଲ, ୪୨ ପରିବାର ବାହ୍ୟ ଜଗତରୁ ବିଛିନ୍ନ
  • ||
  • ଟଳିଲା ବନ୍ୟା ଆଶଙ୍କା, ମହାନଦୀ ସମେତ ଶାଖାନଦୀରେ କମୁଛି ପାଣି
  • ||
  • ତିର୍ତ୍ତୋଲ ଓ କୁଜଙ୍ଗରେ ବଢୁଛି ଦୁର୍ଦ୍ଦଶା, ୧୦ ଗାଁରେ ପଶିଲା ବନ୍ୟାଜଳ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୦ ହଜାରରୁ ଅଧିକ କରୋନା ପଜିଟିଭ୍, ୩୦୯ ମୃତ
  • ||
  • ସଫଳ ହେଲା SPACE-X INSPIRATION ମିଶନ, ଅନ୍ତରୀକ୍ଷରୁ ଫେରିଲେ ୪ ପର୍ଯ୍ୟଟକ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୨୩ କୋଭିଡ୍ ପଜିଟିଭ୍
  • ||

ପୁରୀରେ ଉଚ୍ଛେଦ ଓ ସୌନ୍ଦର୍ଯ୍ୟକରଣ ଯୋଜନାକୁ ଆମିକସକ୍ୟୁରି ଦେଲେ କ୍ଲିନ୍ ଚିଟ୍

7/09/2019 at 5:04 PM

ପୁରୀ ୭|୯: ଶ୍ରୀମନ୍ଦିର ଚତୁଃପାର୍ଶ୍ଵର ୭୫ ମିଟର ପରିଧି ମଧ୍ୟରେ ଉଚ୍ଛେଦ ଯଥାର୍ଥ । ଏନେଇ  ରାଜ୍ୟ ସରକାରଙ୍କୁ କ୍ଲିନ୍ ଚିଟ୍ ଦେଇଛନ୍ତି ଆମିକସକ୍ୟୁରି । ଶ୍ରୀମନ୍ଦିର ପ୍ରଶାସନ ସହ ବୈଠକ, ଉଛେଦସ୍ଥଳ ପରିଦର୍ଶନ,  ଜଗତଗୁରୁ ଶଙ୍କରାଚାର୍ଯ୍ୟ ଏବଂ ଗଜପତି ମହାରାଜଙ୍କ ସହ ଆଲୋଚନା ପରେ ଏହା କହିଛନ୍ତି ଆମିକସକ୍ୟୁରୀ ରଂଜିତ କୁମାର ।

ପୁରୀ ସୌନ୍ଦର୍ଯ୍ୟକରଣ ଯୋଜନାକୁ ଆମିକସକ୍ୟୁରିଙ୍କ କ୍ଲିନ୍ ଚିଟ୍ । ଶ୍ରୀମନ୍ଦିର ଚତୁଃପାର୍ଶ୍ବର ୭୫ ମିଟିର ପରିଧିରେ ଉଛେଦ ଓ ବିକାଶ ଯୋଜନାକୁ ପ୍ରଶଂସା କରିଛନ୍ତି ଆମିକସକ୍ୟୁରୀ ରଂଜିତ କୁମାର ଏବଂ ସଲିସିଟର ଜେନରାଲ ତୁଷାର ମେହେଟା । ସରକାରଙ୍କ ନିଷ୍ପତ୍ତିକୁ ଯଥାର୍ଥ କହି ଏହାକୁ ରୋକାଯିବା ଅନୁଚିତ ବୋଲି ମତ ଦେଇଛନ୍ତି ।

ସରକାର ସବୁପକ୍ଷର ସହମତିରେ ପୁରୀର ବିକାଶ ପାଇଁ ଉଦ୍ୟମ କରୁଛନ୍ତି । ପୁରୀକୁ ବିଶ୍ଵ ଐତିହ୍ୟ ସହର ଭବେ ଗଢ଼ିତୋଳିବା ନେଇ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାରରେ ସହାୟକ ହେବ ବୋଲି କହିଛନ୍ତି ଆମିକସକ୍ୟୁରୀ ।

ଶନିବାରେ ସକାଳେ ସଲିସିଟର ଜେନରାଲ ତୁଷାର ମେହେଟାଙ୍କ ସହ ପୁରୀରେ ପହଞ୍ଚିଥିଲେ ଆମିକସକ୍ୟୁରୀ ରଂଜିତ କୁମାର । ଶ୍ରୀଜୀଉଙ୍କୁ ଦର୍ଶନ କରିବା  ପରେ ଉଭୟ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଏବଂ ଉଛେଦ ସ୍ଥାନ ବୁଲି ଦେଖିଥିଲେ । ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ଭେଟି ପ୍ରାୟ ଅଧଘଣ୍ଟା ଧରି ଆଲୋଚନା କରିଥିଲେ ।

 ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସନିକ ଅଧିକାରୀ କିଷନ୍‌ କୁମାର, ଜିଲ୍ଲାପାଳ ବଲଓ୍ଵନ୍ତ ସିଂହ, କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ କୁମାର ସିଂହ ଙ୍କ ସହ ରାଜ୍ୟସରକାରଙ୍କ ଯୋଜନା ସଂପର୍କରେ ପଚାରି ବୁଝିଥିଲେ । ପରେ ଉଭୟ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଶ୍ରୀମନ୍ଦିରର ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିଥିଲେ । ଏହି ଅବସରରେ ଉଛେଦ ସଂପର୍କରେ ବିଭିନ୍ନ ସଂଗଠନ ଆମିକସକ୍ୟୁରୀଙ୍କୁ ଅଭିଯୋଗ ପତ୍ର ଦେଇଛନ୍ତି ।

ସର୍ବୋଚ ଅଦାଲତଙ୍କ ନିର୍ଦେଶରେ ପୁରୀ ଆସିଥିବା ଆମିକସ୍ କ୍ୟୁରୀ ସରକାରଙ୍କ ଯୋଜନାକୁ କ୍ଲିନ୍ ଚିଟ୍ ଦେଇଛନ୍ତି । ଏବେ ଆସନ୍ତା ୧୭ରେ ସୁପ୍ରିମକୋର୍ଟରେ ହେବାକୁ ଥିବା ପରବର୍ତ୍ତୀ ଶୁଣାଣିକୁ ଅପେକ୍ଷା ।

   Related Posts