ପୁରୀରେ ଆମିକସ୍ କ୍ୟୁରି ରଞ୍ଜନ କୁମାର : ସେବାୟତ ଏବଂ ଛତିଶା ନିଯୋଗ ସହ କରିବେ ଗୁରୁତ୍ବପୂର୍ଣ୍ଣ ଆଲୋଚନା

Published By : Prameya-News7 Bureau | February 23, 2019 IST

ପୁରୀ ୨୩/୨:  ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି ଆମିକସ୍ କ୍ୟୁରୀ ରଞ୍ଜନ କୁମାର । ଶ୍ରୀମନ୍ଦିର ସଂସ୍କାର ସଂପର୍କରେ ଆମିକସ୍ କ୍ୟୁରୀ ଆଜି ବିଭିନ୍ନ ପକ୍ଷ ସହ ଆଲୋଚନା କରିବେ । ସୁପ୍ରିମକୋର୍ଟଙ୍କ ମଧ୍ୟବର୍ତ୍ତୀକାଳୀନ ପ୍ରସ୍ତାବ କିଭଳି କାର୍ଯ୍ୟକାରୀ ହୋଇଛି ତାହା ତଦାରଖ କରିବେ । ସକାଳ ସାଢେ ୧୦ଟା ବେଳେ ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ତଥା ଗଜପତି ଦିବ୍ୟସିଂହ ଦେବଙ୍କ ସହ ଆଲୋଚନା କରିବେ । ସକାଳ ୧୧.୩୦ରେ ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ନେଇ ରିପୋର୍ଟ ଦାଖଲ କରିଥବା ପୁରୀ ଜିଲ୍ଲା ଜଜ୍ ଙ୍କ ସହ ଆଲୋଚନା କରିବେ ଆମିକସ କ୍ୟୁରୀ  ।

{"id":87750,"width":595,"height":444}

ଅପରାହ୍ନରେ ଛତିଶା ନିଯୋଗ ଏବଂ ସେବାୟତଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ବିଶେଷ କରି ଗତ ଅକ୍ଟୋବର ୩ରେ ପୁରୀ ବନ୍ଦ ବେଳେ ଘଟିଥିବା ଅଘଟଣ ସଂପର୍କରେ ମଧ୍ୟ ଆମିକସ କ୍ୟୁରୀ ଆଲୋଚନା କରିପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.