ଶ୍ରୀମନ୍ଦିର ସଂସ୍କାର ନେଇ ଆମିକସ୍ କ୍ୟୁରିଙ୍କ ପରାମର୍ଶ

Published By : Prameya-News7 Bureau | September 23, 2018 IST

ପୁରୀ ୨/୨୯: ଶ୍ରୀମନ୍ଦିର ସଂସ୍କାର ନେଇ ଆମିକସ୍ କ୍ୟୁରି କେତେକ ପରାମର୍ଶ ଦେଇଛନ୍ତି । ଶ୍ରୀମନ୍ଦିର ସଂସ୍କାର ନେଇ ସମସ୍ତ ପକ୍ଷଙ୍କ ସହିତ ଆଲୋଚନା ପରେ କେତେକ ପରାମର୍ଶ ଦେଇଛନ୍ତି ଆମିକସ୍ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ । ସେବାୟତମାନେ ସେମାନଙ୍କ ଆଚରଣ, ବ୍ୟବହାର, ନିଷ୍ଠା, ପୂଜା, ନୀତିକାନ୍ତିରେ ପରିବର୍ତ୍ତନ ଆଣିବା ପାଇଁ ପରାମର୍ଶ ଦେଇଛନ୍ତି ଆମିକସ୍ କ୍ୟୁରି । ଏଥିପାଇଁ ୩ ସପ୍ତାହ ଧରି ଶ୍ରୀମନ୍ଦିରର ସେବାୟତଙ୍କ ଆଚରଣର ଅନୁଧ୍ୟାନ କରାଯିବ । ସେବାୟତମାନେ ଯେଭଳି ଦର୍ଶନାର୍ଥୀଙ୍କ ଶୃଙ୍ଖଳିତ ଦର୍ଶନ ପ୍ରତି ଯତ୍ନବାନ୍ ହେବେ ତା ଉପରେ ମଧ୍ୟ ଆମିକସ୍ କ୍ୟୁରୀ ଗୁରୁତ୍ୱ ଦେଇଛନ୍ତି । ଶ୍ରୀମନ୍ଦିର ଭିତରେ ଦାନ ଦକ୍ଷିଣା ମାଗିବା ଉପରେ ସଂପୂର୍ଣ୍ଣ କଟକଣା କରାଯିବା ଉଚିତ୍ ବୋଲି ମତ ଦେଇଛନ୍ତି । ସେବାୟତମାନେ ମଧ୍ୟ ଆମିକସ୍ କ୍ୟୁରିଙ୍କ ପରାମର୍ଶକୁ ପାଳନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ୩ ସପ୍ତାହ ପରେ ଆମିକସ୍ କ୍ୟୁରୀ ପୁଣି ଆସି ଶ୍ରୀମନ୍ଦିର ବ୍ୟବସ୍ଥାର ଅନୁଧ୍ୟାନ କରିବେ । ସେବାୟତଙ୍କ ପ୍ରାପ୍ୟ ପାଉଣା ଓ ବଂଶାନୁକ୍ରମିକ ସେବା ସମସ୍ୟା ସଂପର୍କରେ ସୁପ୍ରିମକୋର୍ଟକୁ ଜଣାଇବେ ବୋଲି କହିଛନ୍ତି । ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ସହ ବୈଠକ ପରେ ଆମିକସ୍ କ୍ୟୁରୀଙ୍କ ମତାମତ ସଂଗ୍ରହର ସମସ୍ତ ପର୍ଯ୍ୟାୟ ଶେଷ ହୋଇଥିଲା । ଆଜିର ବୈଠକରେ ସେବାୟତ ପ୍ରତିନିଧିଙ୍କ ସହ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଏବଂ ଏସ୍.ପି ଯୋଗଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.