Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ଦୁଇ ଦିନିଆ ପୁରୀ ଗସ୍ତରେ ଆସୁଛନ୍ତି ଆମିକସ୍ କ୍ୟୁରି ରଞ୍ଜିତ କୁମାର ; ଶ୍ରୀମନ୍ଦିର ସ୍ଥିତି ତଥା ଜିଲ୍ଲା ଜଜ୍‌ଙ୍କ ସୁପାରିସର କାର୍ଯ୍ୟକାରିତା ସଂପର୍କରେ କରିବେ ସମୀକ୍ଷା

22/02/2019 at 8:46 AM

ପୁରୀ ୨୨|୨: ଶ୍ରୀମନ୍ଦିର  ସଂସ୍କାର ବ୍ୟବସ୍ଥା କାର୍ଯ୍ୟକାରୀ  ସଂପର୍କରେ  ଅନୁଧ୍ୟାନ  କରିବା ପାଇଁ  ସୁପ୍ରିମକୋର୍ଟଙ୍କ  ଦ୍ବାରା ନିଯୁକ୍ତ ଆମିକସ୍  କ୍ୟୁରି ରଞ୍ଜନ କୁମାର ୨ଦିନିଆ  ପୁରୀ ଗସ୍ତରେ ଆସୁଛନ୍ତି । ପୁରୀରେ ପହଞ୍ଚିବା ପରେ ରଞ୍ଜନ କୁମାର ୨୩ତାରିଖରେ  ଶ୍ରୀମନ୍ଦିରର ସ୍ଥିତି  ତଥା ଜିଲ୍ଲା ଜଜ୍ ଙ୍କ ସୁପାରିସ ଗୁଡିକର କାର୍ଯ୍ୟକାରିତା କୁ ନେଇ ସମୀକ୍ଷା  କରିବେ । 

ବିଶେଷ ଭାବେ ସିସିଟିଭି କେଉଁ ସ୍ଥାନରେ ଲାଗିଛି ଏବଂ ସେଗୁଡିକ କିଭଳି କାର୍ଯ୍ୟ କରୁଛି ସେନେଇ ଅନୁଧ୍ୟାନ  କରିବେ । ଜଗନ୍ନାଥ ମନ୍ଦିର ସ୍ବଚ୍ଛତା  ତଥା ପରିମଳକୁ ନେଇ କେଉଁ ପ୍ରକାର ବ୍ୟବସ୍ଥା ହୋଇଛି  ଏବଂ ଭକ୍ତ ମାନଙ୍କ ପାଇଁ ଗହଳି ନିୟନ୍ତ୍ରଣ, ଧାଡି ବ୍ୟବସ୍ଥା ଉପରେ ମଧ୍ୟ ଆମିକସ୍ କ୍ୟୁରି ଅନୁଧ୍ୟାନ କରିବେ । ସେବାୟତଙ୍କ ସମସ୍ୟା ଓ ସେମାନଙ୍କ ପାଇଁ ପରିଚୟ ପତ୍ର ପ୍ରସଙ୍ଗରେ  ଆଲୋଚନା କରିବେ । ଏହା ବ୍ୟତିତ ଗତ ଅକ୍ଟୋବର ୩ରେ ପୁରୀରେ ଘଟିଥିବା  ହିଂସାକାଣ୍ଡ ସମ୍ପର୍କରେ  ମଧ୍ୟ ଆମିକସ୍ କ୍ୟୁରି ବିସ୍ତୃତ ସୂଚନା  ହାସଲ କରିବେ ।

ପୂର୍ବରୁ ଆମିକସ୍ କ୍ୟୁରିଙ୍କ  ସହଯୋଗୀ ପ୍ରିୟା  ହିଙ୍ଗୋରାନି ପ୍ରଶାସନ  ଓ ସେବାୟତଙ୍କ ସହ ଏନେଇ ଆଲୋଚନା କରି ଆମିକସ୍ କ୍ୟୁରିଙ୍କୁ ଫିଡ୍ ବ୍ୟାକ୍ ଦେଇ ସାରିଛନ୍ତି ।

   Related Posts