ଆଜି ପୁରୀ ଗସ୍ତରେ ଆସୁଛନ୍ତି ଆମିକସ୍ କ୍ୟୁରୀ ; ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କ ପ୍ରସ୍ତାବ ସଂପର୍କରେ କରିବେ ଆଲୋଚନା

Published By : Prameya-News7 Bureau | September 20, 2018 IST

ପୁରୀ ୨୦|୯: ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟ ଦେଇଥିବା ପ୍ରସ୍ତାବ ସଂପର୍କରେ ଆଲୋଚନା କରିବା ଲାଗି ଆଜି ପୁରୀ ଗସ୍ତରେ ଆସୁଛନ୍ତି ଆମିକସ୍ କ୍ୟୁରୀ ଗୋପାଳ ସୁବ୍ରଣ୍ୟମ୍ । ପ୍ରସ୍ତାବଗୁଡିକର କାର୍ଯ୍ୟକାରିତା ନେଇ ବିଭିନ୍ନ ପକ୍ଷ ସହ ଆଲୋଚନା ହେବ । ଶୁକ୍ରବାର ଓ ଶନିବାର ଦୁଇ ଦିନ ଧରି ଗଜପତି ମହାରାଜା ଦିବ୍ୟସିଂହଦେବ, ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ, ଜିଲ୍ଲା ଜଜ୍, ଛତିଶାନିଯୋଗ, ପରିଚାଳନା କମିଟି ସମସ୍ତଙ୍କ ସହ ବିଶେଷ ଭାବେ ଆଲୋଚନା କରିବେ ଆମିକସ କ୍ୟୁରୀ । ଜୁନ୍ ୮ ଏବଂ ଜୁଲାଇ ୫ ରେ ଶ୍ରୀମନ୍ଦିର ସଂସ୍କାର ନେଇ ଆଗତ ଆବେଦନର ଶୁଣାଣିପରେ ସର୍ବୋଚ୍ଚ ଅଦାଲତ ଶ୍ରୀମନ୍ଦିରରରେ ୧୧ ସୂତ୍ରୀ ଶୃଙ୍ଖଳାମୂଳକ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀମନ୍ଦିର ପ୍ରଶାସନ ସହ ଆମିକସ କ୍ୟୁରୀଙ୍କ ପ୍ରଥମ ବୈଠକ ହେବ । ଶ୍ରୀଜଗନ୍ନାଥ ମନ୍ଦିରର ସଂସ୍କୃତି, ପରମ୍ପରା, ରୀତିନୀତି ଏ ସମସ୍ତ ବ୍ୟବସ୍ଥା ସଂପର୍କରେ ଆମିକସ କ୍ୟୁରୀଙ୍କୁ ଅବଗତ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.