Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୁରୀରେ ପହଞ୍ଚିଲେ ଆମିକସ୍ କୁରୀ ଗୋପାଲ୍ ସୁବ୍ରମଣ୍ୟମ୍ : Bada Khabar (20.09.2018)

21/09/2018 at 2:22 AM

ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତ ଆମିକସ୍ କୁରୀ ଗୋପାଲ୍ ସୁବ୍ରମଣ୍ୟମ୍ ପୁରୀ ପହଞ୍ଚିଛନ୍ତି। କୋର୍ଟଙ୍କ ୧୨ଟି ସୁପାରିଶ ଉପରେ କିଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ତାହା ସେ ପରଖିବେ। ୧୨ଟିରୁ ୯ଟି ପ୍ରସଙ୍ଗ ଉପରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଇସାରିଛି। ବାକି ଯେଉଁ ତିନୋଟି ପ୍ରସଙ୍ଗ ରହିଛି, ତା’ ଭିତରେ ମୁଖ୍ୟ ପ୍ରସଙ୍ଗ ହେଉଛି, ବଂଶାନୁକ୍ରମିକ ସେବା ପ୍ରସଙ୍ଗ। ତେବେ ବଂଶାନୁକ୍ରମିକ ସେବା ଅଧିକାର ନେଇ ଗଜପତିଙ୍କ ଅଧ୍ୟକ୍ଷତାରେ ଗଠିତ ସବ୍ କମିଟି, ଆମିକସ୍ କ୍ୟୁରୀଙ୍କୁ କେମିତିଭାବେ ଅବଗତ କରାଇବ, ତାହା ତ ଆମେ କହି ପାରିବୁନି। ମାନ୍ୟବର ସୁପ୍ରିମକୋର୍ଟ ଏ ନେଇ କିଭଳି ଚୂଡ଼ାନ୍ତ ନିଷ୍ପତ୍ତି ନେଉଛନ୍ତି, ତାହା ମଧ୍ୟ ଏବେଠାରୁ କହିହେବ ନାହିଁ। କିନ୍ତୁ ଆମକୁ ଲାଗୁଛି, ଯଦି ସେମାନଙ୍କର ବଂଶାନୁକ୍ରମିକ ସେବା ଅଧିକାରରୁ ସେବାୟତମାନଙ୍କୁ ବଞ୍ଚିତ କରା ନ ଯାଆନ୍ତା, ତେବେ ଖୁବ୍ ଭଲ ହୁଅନ୍ତା।

   Related Posts