ବିକିନି ପିନ୍ଧି ବର୍ଷାର ମଜା ଉଠାଇଲେ ଏମି ଜ୍ୟାକ୍ସନ, ଭାଇରାଲ ହେଲା ବର୍ଥଡେ ପୋଷ୍ଟ

Published By : Prameya-News7 Bureau | February 01, 2020 IST

ମୁମ୍ବାଇ ୧|୨: ଅଭିନେତ୍ରୀ ଏମି ଜ୍ୟାକ୍ସନ ଜାନୁଆରୀ ମାସ ୩୧ ତାରିଖ ଅର୍ଥାତ ଗତ କାଲି ନିଜର ୨୮ତମ ଜନ୍ମଦିନ ପାଳନ କରିଛନ୍ତି। ଜନ୍ମଦିନ ଅବସରରେ ଫ୍ୟାନ୍ସଙ୍କ ପାଇଁ ଏକ ନିଆରା ପୋଷ୍ଟ ସେୟାର କରିଛନ୍ତି। ପୋଷ୍ଟ ସହ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି। ସେୟାର କରାଯାଇଥିବା ଫଟୋରେ ଏମି ସୁଇମିଂ ପୁଲ ନିକଟରେ ବର୍ଷାର ମଜା ନେଉଥିବାର ନଜର ଆସୁଛନ୍ତି। ଏମି ଏହି ଫଟୋରେ ବିକିନି ପିନ୍ଧିଛନ୍ତି। ଫଟୋ ପୋଷ୍ଟ କରିବାର କିଛି ମୟର ମଧ୍ୟରେ ଅନେକ ଏହି ଫଟୋକୁ ସେୟାର କରିଛନ୍ତି ଓ ଅସଂଖ୍ୟ ଲାଇକ୍‌ ମଧ୍ୟ ଆସିଛି।

{"id":218541,"sizeSlug":"large"}

ଫଟୋ ସେୟାର କରି ଏମି ଲେଖିଛନ୍ତି ଯେ, ଜନ୍ମଦିନରେ ସକାଳେ ଉଠି ନିଜ ପୁଅକୁ ପାଖରେ ଶୋଇଥିବା ଦେଖିବା ହେଉଛି ଏକ ଦିବ୍ୟ ଅନୁଭବ। ସମୂଦ୍ରର ଢେଉ ଶୁଣିବା ମଧ୍ୟ ଏକ ନିଆରା ଅନୁଭବ। ଏହା ସହ ପରିବାର ଓ ସାଙ୍ଗ ସାଥୀଙ୍କ ଭଲ ପାଇବା ମିଳିବା ମଧ୍ୟ ଏକ ଭଲ ଅନୁଭବ।

{"id":218542,"sizeSlug":"large"}

ଏହା ସହ ଏମି ଲେଖିଛନ୍ତି ଯେ, ମଣିଷ ସହ ଯାହା ବି ହୁଏ ସବୁ ଭଲ ପାଇଁ ହୁଏ। ଜୀବନ ବଞ୍ଚିବା କୌଣସି ଉପହାରରୁ କମ ନୁହେଁ। ପ୍ରତିଦିନ ଏକ ନୂଆ ଦିନ ହେବା ଉଚିତ୍‌। ସେ ଦୁନିଆରେ ୨୭ ବର୍ଷ ବଞ୍ଚିବା ପରେ ଏବେ ଜନ୍ମଦିନରେ ଏକ ନୂଆ ଜୀବନ ଆରମ୍ଭ କରିବେ। ସେ ନିଜ ଜନ୍ମଦିନର ସକାଳ ‘ରେନ୍‌ ଡ୍ୟାନ୍ସ’ରୁ ଆରମ୍ଭ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.