ରାହୁଲ ଗାନ୍ଧୀଙ୍କ ନାମାଙ୍କନ ବୈଧ ଘୋଷିତ : ବିରୋଧୀ ଦଳ ନେତାଙ୍କ ସମସ୍ତ ଦଲିଲ ଖାରଜ

Published By : Prameya-News7 Bureau | April 22, 2019 IST

ଲଖନଉ ୨୨/୪: ରାହୁଲ ଗାନ୍ଧୀଙ୍କ ନାମାଙ୍କନ ପତ୍ରକୁ ଜିଲ୍ଲା ନିର୍ବାଚନ ଅଧିକାରୀ ବୈଧ ଘୋଷଣା କରିଛି। ବହୁଜନ ମୁକ୍ତି ପାର୍ଟିର ପ୍ରାର୍ଥୀ ସହ ଅନ୍ୟ ଦଳର ନେତାମାନେ ରାହୁଲ ଗାନ୍ଧୀଙ୍କ ନାଗରିକତା ଉପରେ ପ୍ରଶ୍ନ ଉଠାଇ ନାମାଙ୍କନ ପତ୍ର ଖାରଜ କରିବାକୁ ଅପିଲ କରିଥିଲେ। ଏହି ମାମଲାର ଶୁଣାଣି ଆଜି ହୋଇଛି। ରାହୁଲଙ୍କ ଓକିଲ ରାହୁଲ କୈାଶିକ କୋର୍ଟରେ ହାଜର ହୋଇଥିଲେ। ନାମାଙ୍କନ ପତ୍ରର ଯାଞ୍ଚ ପରେ ଜିଲ୍ଲା ନିର୍ବାଚନ ଅଧିକାରୀ ସମସ୍ତ ଅଭିଯୋଗକୁ ଖାରଜ କରିଥିଲେ।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅପ୍ରେଲ୍ ୧୦ତାରିଖ ଦିନ ଚାରି ସେଟରେ ନିଜ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଶନିବାର ନାମାଙ୍କନ ପତ୍ର ଯାଞ୍ଚ କରାଯିବା ସମୟରେ ବହୁଜନ ମୁକ୍ତି ପାର୍ଟିର ଅଫଜଲ ଓ୍ବାରିସ,ନିର୍ଦଳୀୟ ଧ୍ରୃବଲାଲ,ସୁରେଶ କୁମାର ଶୁକ୍ଳା ଏବଂ ସୁରେଶ ଚନ୍ଦ୍ର ଯାଦବ, ରିଟର୍ଣ୍ଣିଙ୍ଗ୍ ଅଫିସର ଡଃ ରାମମନୋହର ମିଶ୍ରଙ୍କ ନିକଟରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ଏଥିରେ କଂଗ୍ରେସ୍ ପ୍ରାର୍ଥୀ ରାହୁଲ ଗାନ୍ଧୀଙ୍କ ନାମାଙ୍କନ ପତ୍ରକୁ ଅବୈଧ ଘୋଷିତ କରିବାକୁ ଦାବି କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.