ଆଜମଗଡ଼ରେ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ, ଟ୍ରେନି ପାଇଲଟଙ୍କ ମୃତ୍ୟୁ

Published By : Prameya-News7 Bureau | September 21, 2020 IST

ଆଜମଗଡ଼ ୨୧/୦୯ : ଉତ୍ତର ପ୍ରଦେଶ ଆଜମଗଡ଼ ଜିଲ୍ଲା ନିଜାମାବାଦ ଅଞ୍ଚଳରେ ଷୋମବାର ସକାଳୁ ଆମେଠି ଇନ୍ଦିରା ଗାନ୍ଧୀ ଜାତୀୟ ବିମାନ ଏକାଡେମୀ (IGRUA) ର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଏୟାରକ୍ରାଫ୍ଟ ପାଇଲଟ କୁନାଲ ସରନଙ୍କ ମୃତ୍ୟୁ ହୋଇଛି । 

{"id":332564,"sizeSlug":"large"}

ଆଜମଗଡ଼ ଜିଲ୍ଲା ଫ୍ରୀଦ୍ଦୀନଗର ଗାଁରେ ସୋମବାର ସକାଳ ପ୍ରାୟ ୧୧ଟା ବେଳେ ଖରାପ ପାଣିପାଗ ଯୋଗୁଁ ଏୟାରକ୍ରାଫ୍ଟ କ୍ରାସ ହୋଇ ଏକ କ୍ଷେତରେ ପଡିଥିଲା । ଏୟାରକ୍ରାଫ୍ଟ ଆବାଜ ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହି ଏୟାରକ୍ରାଫ୍ଟକୁ ଜଣେ ଟ୍ରେନି ପାଇଲଟ କୁନାଲ ଉଡାଉଥିଲେ ।

{"id":332566,"sizeSlug":"large"}

ଆଜମଗଡ ଜିଲ୍ଲାର ଫରିଦିନପୁର ଗ୍ରାମରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଇନ୍ଦିରା ଗାନ୍ଧୀ ଜାତୀୟ ବିମାନ ଏକାଡେମୀରୁ ଏହି ବିମାନଟି ଉଡାଣ ଆରମ୍ଭ କରିଥିଲା । ଏହି ଦୁର୍ଘଟଣାରେ ପାଇଲଟ କୁନାଲ ସରନ (୩୦) ଙ୍କ ମୃତ୍ୟୁ ଘଟିଛି । ବିମାନ ଦୁର୍ଘଟଣାର କାରଣ ଖରାପ ପାଗ ଏବଂ ବଜ୍ରପାତ ବୋଲି କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.