Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ରିଚାର୍ଡ ବ୍ରାନସନ୍ ନୁହେଁ, ଆମେରିକାର ଏହି କୋଟିପତି ବହୁ ପୂର୍ବରୁ ଯାଇଥିଲେ ମହାକାଶ, ବୁଲିଥିଲେ ସ୍ପେସ୍ ଷ୍ଟେସନ୍

12/07/2021 at 10:23 AM

ନୂଆଦିଲ୍ଲୀ,୧୨/୦୭: କୋଟିପତି ବ୍ରିଟିଶ ବ୍ୟବସାୟୀ ରିଚାର୍ଡ ବ୍ରାନ୍‌ସନ ଓ ତାଙ୍କ ଟିମ୍‌ ଇତିହାସ ରଚିଛନ୍ତି । ଭର୍ଜିନ ଗାଲାକ୍ଟିକ ୟୁନିଟ୍‌-୨୨ ମହାକାଶଯାନରେ ସେ ଦୀର୍ଘ ୬୦ ମିନିଟ୍‌ ମହାକାଶରେ ଭ୍ରମଣ କରିବା ପରେ ଭୂ-ପୃଷ୍ଠକୁ ସୁରକ୍ଷିତ ଭାବେ ଫେରିଆସିଛନ୍ତି । ଲ୍ୟାଣ୍ଡିଂ ପରେ ସେ ତାଙ୍କର ଅନୁଭବକୁ ସ୍ମରଣୀୟ ବୋଲି ବର୍ଣ୍ଣନା କରିଛନ୍ତି ।

ତେବେ ବ୍ରାନସନ୍ ପ୍ରଥମ ଧନି ବ୍ୟକ୍ତି ନୁହେଁ ଯିଏ ମହାକାଶ ଗସ୍ତ କରିଛନ୍ତି । ତାଙ୍କ ପୂର୍ବରୁ ଆମେରିକାର କୋଟିପତି ଡେନିସ୍ ଟିଟୋ ମହାକାଶ ଭ୍ରମଣ କରିସାରିଛନ୍ତି । ଡେନିସ୍ ୨୦୦୧ରେ ମହାକାଶ ଗସ୍ତ କରିଥିଲେ । ସେ ଋଷିଆର ଇଣ୍ଟରନ୍ୟାଶନାଲ୍ ସୋୟୁଜରେ ଇଣ୍ଡରନ୍ୟାଶନାଲ ସ୍ପେସ୍ ଷ୍ଟେସନ ବୁଲି ଭୂପୃଷ୍ଠକୁ ଫେରି ଆସିଥିଲେ ।

ଏହି ଗସ୍ତକୁ ସେ କହିଥିଲେ ଯେ, ଏହା ତାଙ୍କ ଜୀବନର ସବୁଠାରୁ ବଡ ମୂହୂର୍ତ୍ତ । ସେ ଯେବେ ଆଇଏସଏସ ବା ସ୍ପେସ୍ ଷ୍ଟେସନରେ ପାଦ ଦେଇଥିଲେ ସେହି ସମୟକୁ ବର୍ଣ୍ଣନା କରିହେବ ନାହିଁ । ସେହି ସମୟର ଅନୁଭବ ସବୁଠୁ ବିରଳ ବୋଲି ସେ କହିଥିଲେ ।

ସେହିପରି ରବିବାର ମହାକାଶ ଭ୍ରମଣ କରି ଫେରିଥିବା ରିଚାର୍ଡ ବ୍ରାନସନ୍ ୨୦୦୪ରେ ନିଜର କମ୍ପାନୀ ଭର୍ଜିନ୍ ଗାଲାକ୍ଟିକ୍ ଆମ୍ଭ କରିଥିଲେ । ସେହି ସମୟରେ ସେ ୩ରୁ ୪ ବର୍ଷ ମଧ୍ୟରେ ମହାକାଶ ବୁଲି ଆସିବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଦୀର୍ଘ ୧୭ ବର୍ଷ ପରେ ସେ ମହାକାଶ ଯାତ୍ରା କରିଥିଲେ ।  

   Related Posts