Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

କିମ୍ ଜଙ୍ଗ୍ ଉନଙ୍କ ନୂଆ ବାହାନା, ଆଲୋଚନା କେବଳ ଆଳ, ଟାର୍ଗେଟ୍ ଆଣବିକ ଅସ୍ତ୍ର ବୃଦ୍ଧି… ଆମେରିକାର ଗୁଇନ୍ଦାଙ୍କ ପାଖରେ ସଙ୍ଗୀନ ତଥ୍ୟ

23/01/2021 at 2:42 PM

ଓ୍ୱାଶିଂଟନ, ୨୩।୦୧ :  ଉତ୍ତର କୋରିଆ ନିଜର ପାଇଦା ପାଇଁ ଆମେରିକା ସହ ସମ୍ପର୍କ ସ୍ଥାପନା କରିବାକୁ ଚାହୁଁଛି । ଏହି ସୁଯୋଗରେ ସେ ନିଜ ଦେଶ ପାଇଁ ବିଭିନ୍ନ ଘାତକ ଅସ୍ତ୍ରଶସ୍ତ୍ରର ବିକାଶ କରିବ । ବିଭିନ୍ନ ମିସାଇଲର ପରୀକ୍ଷଣ ମଧ୍ୟ କରିବ । ଏନେଇ ଶୁକ୍ରବାର ଆମେରିକାର ଜଣେ ବରିଷ୍ଠ ଗୁଇନ୍ଦା ଅଧିକାରୀ ସୂଚନା ଦେଇଛନ୍ତି । ଏହାସହ ସେ ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନକୁ ସତର୍କ ମଧ୍ୟ କରାଇଛନ୍ତି ।

ଗୁରୁବାର ଜୋ ବାଇଡେନଙ୍କ ଦ୍ୱାରା ମନୋନୀତ ସଚିବ ଆନ୍ଥୋନୀ ବ୍ଲିଙ୍କେନ୍ କହିଥିଲେ ଯେ, ୟୁଏସ ସରକାର ଉତ୍ତର କୋରିଆ ପ୍ରତି ଆଭିମୁଖ୍ୟରେ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । କିପରି ଉତ୍ତର କୋରିଆ ସରକାର ଆମେରିକା ସହ ଆଲୋଚନା ପାଇଁ ରାଜି ହେବେ ସେନେଇ ମଧ୍ୟ ବ୍ୟବସ୍ଥା କରାଯିବ । 

ହ୍ୱାଇଟହାଉସର ମୁଖପାତ୍ର ଜେନ୍ ସାକି ଶୁକ୍ରବାର କହିଥିଲେ ଯେ, ଉତ୍ତର କୋରିଆର ପରମାଣୁ ଅସ୍ତ୍ର ସାରା ବିଶ୍ୱ ପାଇଁ ଏକ ବିପଦ ଅଟେ । କିପରି ଉତ୍ତର କୋରିଆ ସହ ତିକ୍ତତା କମିବ ସେନେଇ ଓ୍ୱାଶିଂଟନର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସେହିପରି ଉତ୍ତର କୋରିଆ ପାଇଁ ଥିବା ଆମେରିକାର ଗୁଇନ୍ଦା ଅଧିକାରୀ ସିଡନୀ ସେଇଲର୍ କହିଥିଲେ ଯେ, କିମ୍ ଜଙ୍ଗ୍ ନୂଆ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବାକୁ ୩୦ ବର୍ଷ ପାଇଁ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି । ସେ ଆମେରିକା ସହ ଯଦି କୌଣସି ବୁଝାମଣା କରନ୍ତି କେବଳ ଅସ୍ତ୍ରଶସ୍ତ୍ରର ବିକାଶ ପାଇଁ ଅଟେ । ଯଦି କିମ୍ ଜଙ୍ଗ୍ ଆଲୋଚନା ପାଇଁ ହଠାତ ରାଜି ହୁଅନ୍ତି ତେବେ ତରବରିଆ ଭାବେ କିଛି କରିବା ଅନୁଚିତ ।

ଉତ୍ତର କୋରିଆ ସରକାର ଗତ କିଛି ବର୍ଷ ହେବ ଲଗାତର ଭାବେ ଆଣବିକ ଅସ୍ତ୍ରର ପରୀକ୍ଷଣ କରୁଛନ୍ତି । ଆମେରିକା ଏପରି ଏକ ପ୍ରସ୍ତାବ ଦେବା ଦରକାର ଯେଉଁଥିରେ ଉତ୍ତର କୋରିଆ ନିଜର ଆଣବିକ ପରୀକ୍ଷଣକୁ ସ୍ଥଗିତ ରଖିବ । ଏଦିଗରେ ଉଭୟ ଦେଶ ତୁରନ୍ତ ଆଗକୁ ଆସନ୍ତୁ ବୋଲି ବାଇଡେନଙ୍କ ଜଣେ ଅଧିକାରୀ କହିଛନ୍ତି ।

   Related Posts