ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ଏଚ୍ ଡବ୍ଲ୍ୟୁ ବୁଶଙ୍କ ପରଲୋକ
1/12/2018 at 2:34 PM

ଓ୍ବାଶିଙ୍ଗଟନ୍ ୧/୧୨: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ଏଚ୍ ଡବ୍ଲ୍ୟୁ ବୁଶଙ୍କ ଗତକାଲି ରାତି ୧୦ଟାବେଳେ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୯୪ବର୍ଷ ବୟସ ହୋଇଥିଲା। ଜର୍ଜ ଏଚ୍ ଡବ୍ଲ୍ୟୁ ବୁଶ୍ ୧୯୮୯ରୁ ୧୯୯୩ମସିହା ପର୍ଯ୍ୟନ୍ତ ଆମେରିକାର ୪୧ତମ ରାଷ୍ଟ୍ରପତି ରହିଥିଲେ। ୮ବର୍ଷ ପରେ ତାଙ୍କ ପୁଅ ଜର୍ଜ ଡବ୍ଲ୍ୟୁ ବୁଶ୍ ରାଷ୍ଟ୍ରପତି ପଦ ସମ୍ଭାଳିଥିଲେ। ଜର୍ଜ ଏଚ୍ ଡବ୍ଲ୍ୟୁ ବୁଶଙ୍କ ପତ୍ନୀ ବାରବରା ବୁଶଙ୍କ ପରଲୋକ ମଧ୍ୟ ଚଳିତ ବର୍ଷ ଏପ୍ରିଲ୍ ମାସରେ ହୋଇଥିଲା।
ଜର୍ଜ ଏଚ୍ ଡବ୍ଲ୍ୟୁ ବୁଶଙ୍କ ଶାସନ କାଳରେ ଆମେରିକା ୧୯୯୧ମସିହାରେ ଗଲଫ୍ ଯୁଦ୍ଧ ଜିତିଥିଲା। ସେ ରାଷ୍ଟ୍ରପତି ନିର୍ବାଚନରେ ବିଲ୍ କ୍ଲିଣ୍ଟନଙ୍କଠାରୁ ହାରି ଯାଇଥିଲେ। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ସେ ଆମେରିକା ସେନାରେ ରହି ଗୁରୁତ୍ବପୂର୍ଣ୍ଣ ଭୂମିକା ଲିଭାଇଥିଲେ। ସେ ଟେକ୍ସାସରେ ସାଂସଦ ଥିଲେ। ଏହା ବ୍ୟତୀତ ସେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସିର ନିର୍ଦ୍ଦେଶକ ଥିଲେ।