ଜାଣନ୍ତୁ କ’ଣ ଏହି ‘ହାଓଡି ମୋଦି’, ଭାରତର ପ୍ରଧାନମନ୍ତ୍ରୀଙ୍କ ଲାଗି ଆମେରିକାରେ ଏବେ ବହୁଳ ପ୍ରୟୋଗ ହେଉଛି ଶବ୍ଦ
16/09/2019 at 9:59 PM

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସପ୍ତାହରେ ଆମେରିକା ଗସ୍ତରେ ଯିବେ। ଦ୍ୱିତୀୟବାର ପ୍ରଧାନମନ୍ତ୍ରୀ ହେବା ପରେ ମୋଦିଙ୍କର ଏହା ପ୍ରଥମ ଆମେରିକା ଗସ୍ତ। ଏଥିରେ ମୋଦି ଜାତିସଂଘ ସାଧାରଣ ଅଧିବେଶନ(ୟୁଏନଜିଏ)କୁ ସମ୍ବୋଧିତ କରିବେ। ତେବେ ୟୁଏନଜିଏ ପୂର୍ବରୁ ମୋଦି ଟେକ୍ସାସର ହ୍ୟୁଷ୍ଟନରେ ଏକ କାର୍ଯ୍ୟକ୍ରମରେ ଯୋଗେଦେବେ। ଯେଉଁଥିରେ ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକ ମୋଦିଙ୍କ ଭାଷଣ ଶୁଣିବାକୁ ଏକତ୍ରୀତ ହେବେବୋଲି କୁହାଯାଉଛି। ତେବେ ସବୁଠାରୁ ବଡକଥା ହେଉଛି ମୋଦିଙ୍କ ଏହି କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ବି ଯୋଗଦେବେ ବୋଲି ହ୍ୱାଇଟ୍ ହାସଉସ୍ ପକ୍ଷରୁ କୁହାଯାଇଛି।

ଆମେରିକାରେ ମୋଦିଙ୍କର ଏହା ତୃତୀୟ ବୃହତ୍ତ କାର୍ଯ୍ୟକ୍ରମ। ଏହା ପୂର୍ବରୁ ୨୯ ସେପ୍ଟେମ୍ବର ୨୦୧୪ରେ ମେଡିସନ ସ୍କୋୟାର ଓ ୨୭ ସେପ୍ଟେମ୍ବର ୨୦୧୫ରେ ସିଲିକନ ଭ୍ୟାଲି କାର୍ଯ୍ୟକ୍ରମରେ ମୋଦି ଯୋଗଦେଇଥିଲେ। ଏବେ ସେପ୍ଟେମ୍ବର ୨୨ ତାରିଖ ଦିନ ହ୍ୟୁଷ୍ଟନର ଏନଆରଜି ଷ୍ଟାଡିୟମରେ ମୋଦି ଜନସମାବେଶକୁ ସମ୍ବୋଧିତ କରିବେ। ଏଥିଲାଗି ଆମେରିକାରେ ପ୍ରଧାନମନ୍ତ୍ରୀଙ୍କ ପାଇଁ ଲୋକେ ଏବେ ‘ହାୱଡି ମୋଦି’ ଶବ୍ଦର ଉପଯୋଗ କରୁଛନ୍ତି। ତେବେ ଆସନ୍ତୁ ଜାଣିବା କ’ଣ ଏହି ହାୱଡି ମୋଦି।

ଏହି ଶବ୍ଦର ଅର୍ଥ ବୁଝିବା ଆଗରୁ ଜାଣନ୍ତୁ କାହିଁକି ଖାସ୍ ଏହି କାର୍ଯ୍ୟକ୍ରମ। ଆମେରିକା ଓ ଭାରତ ସମ୍ପର୍କକୁ କାର୍ଯ୍ୟକ୍ରମ ଆହୁରି ମଜଭୁତ କରିବ ବୋଲି କୁହାଯାଉଛି। ଏଠାରେ ଦୁଇ ଦେଶ ସେମାନଙ୍କ ସମ୍ପର୍କ, ସଂସ୍କୃତି ଓ ବ୍ୟବସାୟ ନେଇ ଆଲୋଚନା କରିବେ। ଏବେ ଜାଣନ୍ତୁ ହାଓଡି କ’ଣ ? ବାସ୍ତବରେ ଏହା ହେଉଛି ଇଂରାଜୀ ଶବ୍ଦ ‘ ହାଓ ଡୁ ୟୁ ଡୁ’ ଅର୍ଥାତ ଆପଣ କିପରି ଅଛନ୍ତି ?ର ସର୍ଟ ଫର୍ମ। ଦକ୍ଷିଣ-ପଶ୍ଚିମ ଆମେରିକାରେ ଲୋକେ ପରସ୍ପରକୁ ସମ୍ବୋଧନ କରିବା ଲାଗି ଏପରି ଶବ୍ଦର ବ୍ୟବହାର କରନ୍ତି। ଏଣୁ ମୋଦିଙ୍କୁ ଅଭିବାଦନ ଜଣାଇବାକୁ ଲୋକେ ଏବେଠାରୁ ଏହି ଶବ୍ଦର ବହୁଳ ପ୍ରୟୋଗ କରୁଛନ୍ତି।

ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀଲାଗି ଆମେରିକାରେ ଭାରତ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଶାଳ କାର୍ଯ୍ୟକ୍ରମର ଆୟୋଜନ ହେବ। ସେହିଦିନ ‘ବିଲ ଏଣ୍ଡ ମିଲିଣ୍ଡା’ ଫାଉଣ୍ଡେସନ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ଗ୍ଲୋବାଲ ପିସ୍ ମେକର’ ସମ୍ମାନରେ ସମ୍ବର୍ଦ୍ଧିତ କରାଯିବ। ସ୍ୱଚ୍ଛତା ଲାଗି ପ୍ରଧାନମନ୍ତ୍ରୀ ହାତକୁ ନେଇଥିବା କାର୍ଯ୍ୟକ୍ରମ ଲାଗି ଫାଉଣ୍ଡେସନ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିବ।