ଆମେରିକାରୁ ସୁନ୍ଦରଗଡ : ଫେସବୁକ୍ ବନ୍ଧୁଙ୍କୁ ଭେଟିବାକୁ ଆସିଲେ ଅଧ୍ୟାପକ ଜେମ୍ସ

Published By : Prameya-News7 Bureau | January 03, 2020 IST

ସୁନ୍ଦରଗଡ ୩।୧: ସୋସିଆଲ ମିଡିଆ ବର୍ତ୍ତମାନ ବନ୍ଧୁତ୍ବର ଏକ ପ୍ରମୁଖ ମାଧ୍ୟମ ସାଜିଛି । ଫେସବୁକ୍ ରେ ବନ୍ଧୁତା ସ୍ଥାପନ ହେବା ପରେ ବନ୍ଧୁଙ୍କୁ ଭେଟିବାକୁ ସୁଦୂର ଆମେରିକାରୁ ଆସି ପହଞ୍ଚିଛନ୍ତି ସୁନ୍ଦରଗଡରେ ।

{"id":206239,"sizeSlug":"large"}

ସୁନ୍ଦରଗଡରୁ ଆମେରିକା । ଆଗରୁ କୌଣସି ଚିହ୍ନା ପରିଚୟ ନଥିଲା । ଫେସବୁକରେ ନିଜ ସାଙ୍ଗମାନଙ୍କ ସହ ଚାଟିଂ କରୁ କରୁ ଏକ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇଲେ ଆମେରିକାରେ ରହୁଥିବା ଜେମ୍ସଙ୍କ ନିକଟକୁ । ଆଉ ସୁନ୍ଦରଗଡର ଅଙ୍କିତ ପଠାଇଥିବା ରିକ୍ୟୁଏଷ୍ଟକୁ ଜେମ୍ସ ଗ୍ରହଣ କରିନେଲେ ।

{"id":206240,"sizeSlug":"large"}

ସେହିଦିନଠାରୁ ଉଭୟଙ୍କ ମଧ୍ୟରେ ବଢିଲା ବନ୍ଧୁତା । ଅଙ୍କିତ ସୁନ୍ଦରଗଡର ଏକ ଘରୋଇ ଇଂଜିନିୟରିଂ କଲେଜରେ ପାଠପଢୁଥିବା  ବେଳେ ଜେମ୍ସ ଆମେରିକାରେ ଅଧ୍ୟାପକ ଭାବେ କାର୍ଯ୍ୟରତ ଅଛନ୍ତି। କିଛି ଦିନର ବନ୍ଧୁତା ପରେ ଉଭୟେ ଉଭୟଙ୍କୁ ଦେଖା କରିବାକୁ ଚାହିଁଥିଲେ ।

{"id":206241,"sizeSlug":"large"}

ଏହାପରେ ଜେମ୍ସ ଆସି ପହଞ୍ଚିଯାଇଛନ୍ତି ସୁନ୍ଦରଗଡରେ । ଆଉ ସୁନ୍ଦରଗଡକୁ ଆସି ଅଙ୍କିତ ଏବଂ ତାଙ୍କ ପରିବାର ସହ ମିଶି ବେଶ୍ ଖୁସି ଅଛନ୍ତି ଜେମ୍ସ । ଜେମ୍ସଙ୍କ ସହ ମିଶି ଅଙ୍କିତଙ୍କ ପରିବାର ମଧ୍ୟ ବେଶ୍ ଖୁସିଥିବା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.