ଅଷ୍ଟ୍ରେଲିଆ ଜଙ୍ଗଲପୋଡି ପ୍ରଭାବିତଙ୍କ ଲାଗି ଆମେରିକୀୟ ଯୁବତୀ ଏପରି ଏକାଠି କଲେ ଏତେ ଚାନ୍ଦା, ଜାଣନ୍ତୁ କେତେ ?
6/01/2020 at 6:22 PM

ଲସଏଞ୍ଜେଲସ୍ ୬।୧: ଅଷ୍ଟ୍ରେଲିଆ ଜଙ୍ଗଲ ପୋଡି ଯୋଗୁ ପ୍ରଭାବିତ ଲୋକ ଓ ବନ୍ୟପ୍ରାଣୀଙ୍କ ଲାଗି ଜଣେ ଆମେରିକୀୟ ଯୁବତୀ ଅନଲାଇନରେ ପ୍ରାୟ ୫ କୋଟି ଟଙ୍କା ଚାନ୍ଦା ଜୁଟାଇଛନ୍ତି। ଅଷ୍ଟ୍ରେଲିଆର ଏକ ଚାରିଟି ସଂସ୍ଥାକୁ ଚାନ୍ଦା ଦେବା ଲାଗି ସେ ଟ୍ୱିଟରରେ ନିବେଦନ କରିଥିବା ବେଳେ ଏଥିଲାଗି ଅନୁନ୍ୟ ୧୦ ଡଲାର ଚାନ୍ଦା ଦେଲେ ସେ ତାଙ୍କ ଡିଏମରେ ଗୋଟିଏ ନ୍ୟୁଡ ଫଟୋ ଦେବେ ବୋଲି କହିଥିଲେ। ତାଙ୍କର ଏଭଳି ଅଭିଯାନକୁ ଅନେକ ନିନ୍ଦା କରିଥିବା ବେଳେ ଇଂଷ୍ଟା ତାଙ୍କ ପେଜ୍ ବନ୍ଦ କରିଦେଇଥିଲା। ତେବେ ଏକ ମହତ ଉଦ୍ଦେଶ୍ୟ ଲାଗି ସେ କରିଥିବା କାମ ନିମନ୍ତେ ଆଦୌ ଚିନ୍ତିତ ନୁହଁନ୍ତି ବୋଲି କହିଛନ୍ତି।

ଆମେରିକା ଲସ୍ ଏଞ୍ଜେଲସରେ ରହୁଥିବା ୨୦ ବର୍ଷ ବୟସ୍କା ଯୁବତୀ କେଲନ ୱାର୍ଡ ଟ୍ୱିଟରରେ ପ୍ରଥମେ ଚାନ୍ଦା ଲାଗି ନ୍ୟୁଡ୍ ଫଟୋ ପୋଷ୍ଟ କରିବେ ବୋଲି ଲେଖିଥିବା ପୋଷ୍ଟକୁ ଅନେକ ବିରୋଧ କରିଥିଲେ। ଏପରିକି କେତେକ ତାଙ୍କୁ ଦୁଷ୍କର୍ମ ଧମକ ବି ଦେଇଥିଲେ। ତେବେ ଚାରିଟିକୁ ଚାନ୍ଦା ଦେଇ ପାଇଥିବା ରିସିପ୍ଟ ପୋଷ୍ଟ କଲେ ଦାତାଙ୍କୁ ସେ ତାଙ୍କର ଗୋଟିଏ ନଗ୍ନ ଛବି ପୋଷ୍ଟ କରିବେ ବୋଲି ଉଲ୍ଲେଖ କରିଥିଲେ।

ପ୍ରଥମେ ପ୍ରଥମେ ତାଙ୍କର ଏଭଳି ପୋଷ୍ଟ ଲାଗି ସେ ଭୟଭୀତ ଥିଲେ। ତେବେ କିଛି ମିନିଟ୍ ପରେ ଯେତେବେଳେ ରିସିପ୍ଟ ସଂଖ୍ୟା ବଢିବାରେ ଲାଗିଲା ତାଙ୍କୁ ଖୁବ୍ ଖୁସି ଲାଗିଥିଲା। ସେ ଦେଇଥିବା ପ୍ରତିଶ୍ରୁତି ମୁତାବକ ଚାରିଟିକୁ ଚାନ୍ଦା ଦେଇଥିବା ପ୍ରତି ବ୍ୟକ୍ତିଙ୍କୁ ତାଙ୍କର ନ୍ୟୁଡ୍ ଫଟୋ ପଠାଇଛନ୍ତି। ତେବେ ଏଥିଲାଗି ତାଙ୍କ ଆକାଉଣ୍ଟକୁ ଇଂଷ୍ଟାଗ୍ରାମ ବନ୍ଦ କରିଦେଇଛନ୍ତି। ତେବେ ଯାହାବି ହେଉ ଅଷ୍ଟ୍ରେଲିଆରେ କୋଆଲାଙ୍କ ପ୍ରାଣ ରକ୍ଷା ଲାଗି ତାଙ୍କର ଚାନ୍ଦା ସଂଗ୍ରହର ଉଦ୍ଦେଶ୍ୟ କିଛି ମନ୍ଦ ନୁହେଁ ବୋଲି କହିଛନ୍ତି।