ଫେସବୁକ୍‌ରୁ ପ୍ରେମ : ହୋଶଙ୍ଗବାଦର ଜଣେ କୃଷକଙ୍କୁ ବିବାହ କଲେ ଆମେରିକା ଝିଅ

Published By : Prameya-News7 Bureau | March 23, 2019 IST

ହୋଶଙ୍ଗବାଦ ୨୩।୩: କୁହାଯାଏ ଯେତେବେଳେ ପ୍ରେମ ହୁଏ ସେହି ପ୍ରେମକୁ ପାଇବାକୁ ପ୍ରେମିକ ଓ ପ୍ରେମିକା ସାତ ସମୁଦ୍ର ପାରି ମଧ୍ୟ ହୋଇପାରନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ହୋଶଙ୍ଗବାଦରେ । ନିଜ ସ୍ବପ୍ନର ସାଥୀକୁ ପାଇବା ପାଇଁ ପ୍ରେମିକା ଆମେରିକାରୁ ବାହାରି ହୋଲି ଦିନ ଭାରତରେ ପହଞ୍ଚି ବିବାହ କରିଛନ୍ତି ତାଙ୍କ ପ୍ରେମିକଙ୍କୁ ।

{"id":95916}

ସିଓ୍ବନୀ ମାଲଓ୍ବା ସ୍ଥିତ ବିସୈାନିକଲାର ନିବାସୀ ଦୀପକ ରାଜପୁତ ଓ ଦକ୍ଷିଣ ଆମେରିକାର ଆବଲୀ ଟାସ ବେଲବିଆ ସହରର ଜେଲିକା ଲିଜେଥ ଟେରାଜସଙ୍କ ସହିତ ଚାଲିଥିଲା ପ୍ରେମ ସମ୍ପର୍କ । ୩ ବର୍ଷ ଧରି କ୍ଷେତରେ କାମ କରୁଥିବା କୃଷକ ଦୀପକଙ୍କ ପ୍ରେମ ଫେସବୁକରୁ ଆରମ୍ଭ ହୋଇଥିଲା। ସେହି ପ୍ରେମ ହୋଲି ଭଳି ପବିତ୍ର ଦିନରେ ବିବାହରେ ପରିଣତ ହୋଇଛି। ଜେଲିକା ଲିଜେଥ ଆମେରିକାର ମାନବ ସମ୍ଭଳ ବିଭାଗର ଅଧିକାରୀ ।

{"id":95917}

ଦୀପକ ଓ ପ୍ରେମିକା ଜେଲିକା ଲିଜେଥଙ୍କ ବନ୍ଧୁତ୍ବ ୬ ମାସ ତଳେ ଆରମ୍ଭ ହୋଇଥିଲା। ପ୍ରଥମେ ଫେସବୁକରେ ଚାଟିଂ ହେବା ପରେ ହ୍ବାଟସଅପ୍ ଚାଟିଂ ହୋଇଥିଲା। ଯେବେଠୁ ଫୋନରେ କଥା ହେବା ଆରମ୍ଭ କଲେ ସେବେଠୁ ଦୁହିଁଙ୍କ ବନ୍ଧୁତ୍ବ ପ୍ରେମରେ ପରିଣତ ହେଲା।

{"id":95918}

ଗତ ଦୁଇ ମାସ ହେଲା ଜେଲିକା ଲିଜେଥ ଭାରତ ଭ୍ରମଣରେ ଆସୁଛନ୍ତି। ଦୁହେଁ ଦୁହିଁଙ୍କୁ ଦେଖା ମଧ୍ୟ କରିଥାନ୍ତି। ହୋଲି ଭଳି ପବିତ୍ର ଦିନରେ ଦୁହେଁ ନର୍ମଦା ନଦୀ ସ୍ଥିତ ଚିତ୍ରଗୁପ୍ତ ମନ୍ଦିରରେ ବୈଦିକ ରୀତିନୀତିରେ ବିବାହ କରିଛନ୍ତି। ବିବାହ ଜେଲିକା ଏବଂ ଦୀପକ ପରସ୍ପରକୁ ଅବିର ଲଗାଇଥିଲେ ଏବଂ ସାତ ଜନ୍ମ ପର୍ଯ୍ୟନ୍ତ ଦୁହେଁ ଏକାଠି ରହିବେ ବୋଲି ନିଷ୍ପତ୍ତି ନେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.