ଭାରତକୁ ନେଇ ଚିନ୍ତାରେ ଆମେରିକା ସାଂସଦ, ମଡର୍ଣ୍ଣା ଏବଂ ଫାଇଜରକୁ ଲେଖିଲେ ଚିଠି

Published By : Prameya-News7 Bureau | April 29, 2021 IST

ୱାଶିଂଟନ୍‌, ୨୯/୦୪: କରୋନାକୁ ନେଇ ଭାରତର ସ୍ଥିତି ଏବେ ଗମ୍ଭୀର ହେବାରେ ଲାଗିଛି । ବିଭିନ୍ନ ଦେଶ ଭାରତକୁ ଏହି ଅସୁବିଧା ସମୟରେ ସାହାଯ୍ୟର ହାତ ବଢାଉଥିବାର ଦେଖିବାକୁ ମିଳୁଛି ।

ପ୍ରଥମେ ମନା କରିବା ପରେ ଆମେରିକା ଭାରତକୁ ଏବେ ସାହାଯ୍ୟ କରିବାକୁ ଆଗଭର ହୋଇଛି । ଖୋଦ୍‌ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ କଥା ହୋଇ ଯଥା ସମ୍ଭବ ସାହାଯ୍ୟ କରିବାକୁ କହିଛନ୍ତି । ଭାରତରେ ପ୍ରସ୍ତୁତ ହେଉଥିବା ଭ୍ୟାକ୍‌ସିନ୍‌ ପାଇଁ ଆବଶ୍ୟକ କଞ୍ଚାମାଲ୍‌ ରପ୍ତାନୀ ଉପରେ ଲାଗିଥିବା ବ୍ୟାନ୍‌କୁ ଆମେରିକା ହଟେଇ ଦେଇଛି । କିନ୍ତୁ ଏବେ ଆମେରିକାର କେତେକ ସାଂସଦ ମଧ୍ୟ ଏଥି ପାଇଁ ଅଣ୍ଟା ଭିଡ଼ିଛନ୍ତି । କିଛି ସାଂସଦ ଭାରତର ଏପରି ସ୍ଥିତିରେ ଭ୍ୟାକ୍ସିନ୍‌ ନିର୍ମାତା କମ୍ପାନୀମାନଙ୍କୁ ସାହାଯ୍ୟ କରିବା ପାଇଁ ଅନୁରୋଧ କରିଛନ୍ତି । ସେମାନେ ଚିଠି ଲେଖି ଭାରତ ପାଇଁ ଆବଶ୍ୟକ ସାହାଯ୍ୟ କରିବାକୁ ସେ କହିଛନ୍ତି ।

wp:html /wp:html

 ଭାରତରେ ଦୈନିକ ସଂକ୍ରମଣ ୩ଲକ୍ଷ ଉପରେ ରହିଛି । ଏଥି ସହିତ ଦିନକୁ ପାଖାପାଖି ୩ ହଜାରରୁ ଅଧିକ ଲୋକଙ୍କୁ ପ୍ରାଣ ନେଉଛି ଏହି ଭାଇରସ୍ । ଏହି ପରିସ୍ଥିତିରେ ଆମେରିକା ସମେତ ୨୦ରୁ ଅଧିକ ଦେଶ ଭାରତକୁ ସାହାଯ୍ୟର ହାତ ବଢ଼ାଇଛନ୍ତି । ଆମେରିକାର ସିନେଟର୍‌ ଏଲିଜାବେଥ୍‌ ୱାରେନ୍‌ ଭ୍ୟାକ୍ସିନ୍‌ ପ୍ରସ୍ତୁତକାରୀ ଆମେରିକାନ୍‌ କମ୍ପାନୀ ଫାଇଜର, ମଡର୍ଣ୍ଣା ଏବଂ ଜନ୍‌ସନ୍‌କୁ ଭାରତର ସହାୟତା କରିବାକୁ ଟ୍ୱିଟ୍‌ କରି ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.