Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଭାରତ-ଚୀନ ଉତ୍ତେଜନା ମଧ୍ୟରେ ଆମେରିକାରୁ ମିଳିଲା ଆଶ୍ବସ୍ତି, ଘଣ୍ଟା ପ୍ରତି ୮୦୦ କି:ମି: ସ୍ପିଡ୍ ଡ୍ରୋନ୍ କିଣିପାରିବ ଭାରତ

25/07/2020 at 3:58 PM

ନୂଆଦିଲ୍ଲୀ ୨୫/୦୭ : ଭାରତ-ଚୀନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଆମେରିକା ନିଜ ଆଦେଶରେ ସଂଶୋଧନ କରିଛି | ଯାହାଫଳରେ ଭାରତ ସମେତ ଆମେରିକାର ସମସ୍ତ ସହଯୋଗୀ ଦେଶକୁ ଫାଇଦା ମିଳିବ | ଆମେରିକା ନିଜର ସହଯୋଗୀ ଦେଶର ରକ୍ଷା କ୍ଷମତା ବଢାଇବାକୁ ୮୦୦ କିମି ରୁ କମ ସ୍ପିଡ଼ର ମାନବ ବିମାନ (ଅନମ୍ୟାଣ୍ଡ ଏୟାର ବିକଳ୍ପ)କୁ କ୍ୟାଟେଗରୀ-୧ ବଦଳରେ କ୍ୟାଟେଗରୀ-୨ରେ ରଖାଯାଇଛି ଓ ଏହାର ରପ୍ତାନି ପାଇଁ ମଞ୍ଜୁରୀ ଦେଇଛି |

ଆମେରିକୀୟ ଡ୍ରୋନ୍‌ ରପ୍ତାନିରେ ଏହି ସଂଶୋଧନରେ ନା କେବଳ ଚାଇନା ଡ୍ରୋନ୍ ର ମୁକାବିଲା କରିବାରେ ସାହାଯ୍ୟ ମିଳିବ ବରଂ ଭାରତକୁ ମଧ୍ୟ ପ୍ରିଡେଟର-ବି ଆର୍ମଡ ଓ ଗ୍ଲୋବାଲ ହକ ସର୍ଭିଲେନ୍ସ ଡ୍ରୋନ୍ ଆମେରିକାରୁ କିଣିବାକୁ ସାହାଯ୍ୟ ମିଳିବ | ଉଭୟ ଡ୍ରୋନ୍ ର ସ୍ପିଡ଼ ଘଣ୍ଟା ପ୍ରତି ୮୦୦ କିମିରୁ କମ |

ହ୍ୱାଇଟ ହାଉସ ତରଫରୁ ଜାରି ହୋଇଥିବା ବୟାନରେ କୁହାଯାଇଛି ଯେ, ରାଷ୍ଟ୍ରପତି ରାଷ୍ଟ୍ରୀୟ ବିବେକ ଆହ୍ୱାନ ଉପରେ ନିଷ୍ପତ୍ତି ନେଇ କହିଛନ୍ତି ଯେ, ମିସାଇଲ ଟେକ୍ନୋଲୋଜି ରିଜିମ କ୍ୟାଟେଗରୀ-୧ ଅନମ୍ୟାଣ୍ଡ ଏରିୟଲ ସିଷ୍ଟମ୍ସ ଯାହାର ଗତି ଘଣ୍ଟା ପ୍ରତି ୮୦୦ କିମି ରୁ କମ ତାହାକୁ କ୍ୟାଟେଗରୀ-୨ ମାନିବାକୁ ନିଷ୍ପତ୍ତି ନେଇଛି | ଏହାଦ୍ୱାରା ଭାରତ ଆମେରିକା ମଧ୍ୟରେ ସମ୍ପର୍କ ବଢିବ ଏବଂ ରାଷ୍ଟ୍ରୀୟ ସୁରକ୍ଷାରେ ସହାୟକ ହେବ ଏବଂ ଯୁଏବି କାରବାର ବଢାଇବା ଦ୍ୱାରା ଆର୍ଥିକ ସୁରକ୍ଷା ମଧ୍ୟ ବଢିବ |

ନୀତି ବଦଳାଇବା ଅର୍ଥାତ ଘଣ୍ଟା ପ୍ରତି ୮୦୦ କିମିରୁ କମ ଗତି କରୁଥିବା ଯୁଏବିରେ ମିସାଇଲ ଟେକ୍ନୋଲୋଜି କଣ୍ଟ୍ରୋଲ ରିଜିମ ୟୁଏସଏ କ୍ଲାଉଜ ଭଳି ରୋକିପାରିବ ନାହିଁ | ଗୋଟିଏପଟେ ଯେଉଁଠି ଆମେରିକା ରକ୍ଷା କଣ୍ଟ୍ରାକ୍ଟରକୁ ଏମଟିସିଆର ୟୁଏସଏ କ୍ଲାଉଜରେ ପ୍ରତିବନ୍ଧକ ଲଗାଯାଇଥିଲା ଅପରପକ୍ଷରେ ଚୀନ ତରଫରୁ ପାକିସ୍ତାନ ଓ ୟେମେନ ଓ ଲିବିୟାରେ ସିଭିଲ ୱାର ସମୟରେ ବ୍ୟବହୃତ ହୋଇଥିବା ୱିଙ୍ଗ ଲୁଙ୍ଗ ଆର୍ମଡ଼ ଡ୍ରୋନ୍ ଦିଆଯାଇଥିଲା |

ଗୁଇନ୍ଦା ସୂଚନା ଅନୁଯାୟୀ, ଚୀନ ପୂର୍ବରୁ ହିଁ ସିପିଇସି ଓ ଗ୍ୱାଦର ପୋର୍ଟ ସୁରକ୍ଷା ପାଇଁ ପାକିସ୍ତାନକୁ ୪ଟି ୱିଙ୍ଗ ଲୁଙ୍ଗ ଆର୍ମଡ଼ ଡ୍ରୋନ୍ ଯୋଗାଇ ସାରିଛି | ଏହି ଡ୍ରୋନ୍ ଏକ ହାଜର କିଲୋଗ୍ରାମ ପର୍ଯ୍ୟନ୍ତ ବୋମା କିମ୍ବା ଏୟାର ଟୁ ସର୍ଫେସ ମିସାଇଲକୁ ନେଇ ଚଲାଇବା କ୍ଷମତା ରଖେ | ଚୀନ କି ପାକିସ୍ତାନ ଏମଟିସିଆର ସଦସ୍ୟ ନୁହନ୍ତି | ସେଥିପାଇଁ ବେଜିଙ୍ଗକୁ ଇସ୍ଲାମଵାଦକୁ ଏହାର ରପ୍ତାନି ଉପରେ କୌଣସି ପ୍ରତିବନ୍ଧକ ନାହିଁ |

   Related Posts