ପିଏମ ମୋଦୀ ହେଲେ ଦୁନିଆର ଏକ ମାତ୍ର ନେତା, ଯାହାଙ୍କୁ ଫଲୋ କରିବା ଆରମ୍ଭ କରିଛି ୟୁଏସ ରାଷ୍ଟ୍ରପତିଙ୍କ ଅଫିସ୍ The White House

Published By : Prameya-News7 Bureau | April 10, 2020 IST

ନୂଆଦିଲ୍ଲୀ ୧୦।୦୪: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁନିଆର ଏକ ମାତ୍ର ନେତା ହେବାର ଗୌରବ ଅର୍ଜନ କରିଛନ୍ତି ଯାହାଙ୍କୁ ଆମେରିକାର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ହ୍ଵାଇଟ୍ ହାଉସ୍‌ ଟୁଇଟର ହ୍ୟାଣ୍ଡେଲ ଫଲୋ କରିବା ଆରମ୍ଭ କରିଛି। ୨ ଦିନ ପୂର୍ବେ କରୋନା ଭାଇରସ୍ ମୁକାବିଲାରେ ଆମେରିକୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ  ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜରୁରୀ ଔଷଧ ପଠାଇବା ନେଇ ଧନ୍ୟବାଦ ଦେଇଥିଲେ। ସଂପ୍ରତି ଆମେରିକା ମହାମାରୀ କରୋନା ଭାଇରସ୍‌ର ସବୁଠୁ ଦୟନୀୟ ସ୍ଥିତି ଦେଇ ଗତି କରୁଛି।  ସଙ୍କଟର ଏହି ସମୟରେ ଆମେରିକାକୁ ମାଲେରିଆ ନିରୋଧୀ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ ଦରକାର ଥିଲା। ଡୋନାଲ୍ଡ ଟ୍ରମ୍ପଙ୍କ ଅନୁଯାୟୀ କରୋନା ବିରୋଧୀ ଲଢେଇରେ ଏହି ଔଷଧ ବେଶ୍ ପ୍ରଭାବଶାଳୀ ହେବ।

ଏହି ଦୃଷ୍ଟିରୁ ସେ ଭାରତ ଏବଂ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ଭାରତ ସରକାର ପ୍ରତିବନ୍ଧ ହଟାଇ  ମାନବିକତା ଆଧାରରେ ଆମେରିକାକୁ ଔଷଧ ଉପଲବ୍ଧ କରାଇଛନ୍ତି। ଏହା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟୁଇଟ୍ କରି ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଏବଂ ମୋଦୀଙ୍କୁ ସବୁଠୁ ଖାସ୍ ବନ୍ଧୁ କହିଛନ୍ତି।

{"id":252082,"sizeSlug":"large"}

ବୈଦେଶିକ ମନ୍ତ୍ରଣାଳୟ ସୂତ୍ର ଅନୁଯାୟୀ ଯେଉଁ ସୂଚନା ମିଳିଛି, ତାହା ମୁତାବକ ଆମେରିକାକୁ ମୁସ୍କିଲ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାହାଯ୍ୟ କରିଛନ୍ତି। ସେହି ଦୃଷ୍ଟିରୁ ଆମେରିକା ବାରମ୍ବାର ଧନ୍ୟବାଦ ମଧ୍ୟ ଦେଉଛି ଏବଂ ଗତ ୨୪ ଘଣ୍ଟା ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟୁଇଟର ଆକାଉଣ୍ଟକୁ ହ୍ଵାଇଟ୍ ହାଉସ୍‌ ଫଲୋ କରିବା ଆରମ୍ଭ କରି ଦେଇଛି।

ଉଲ୍ଲେଖଯୋଗ୍ୟ, ଏ ପର୍ଯ୍ୟନ୍ତ ହ୍ଵାଇଟ୍ ହାଉସ୍ ୧୯ ଲୋକଙ୍କୁ ଫଲୋ କରିଥାଏ, ଏଥିରେ ଜଣେ ହେଲେ ବିଦେଶୀ ନେତା ନାହାନ୍ତି। ଭାରତରୁ କେବଳ ପିଏମଓ, ରାଷ୍ଟ୍ରପତି ଟୁଇଟର  ହ୍ୟାଣ୍ଡେଲକୁ ଏ ପର୍ଯ୍ୟନ୍ତ ହ୍ଵାଇଟ୍ ହାଉସ୍‌ ଫଲୋ କରୁଥିଲା। ଏବେ ତୃତୀୟ ଟୁଇଟର  ହ୍ୟାଣ୍ଡେଲ ନରେନ୍ଦ୍ର ମୋଦୀଙ୍କ ନାମ ରହିଛି ଯାହାକୁ ଆମେରିକା ହ୍ଵାଇଟ୍ ହାଉସ୍‌ ଦପ୍ତର ଟୁଇଟରରେ ଫଲୋ କରିବା ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.