ଆମେରିକୀୟ କବି ଲୁଇସ୍ ଗ୍ଲକ୍‌ଙ୍କୁ ସାହିତ୍ୟରେ ନୋବେଲ୍

Published By : Prameya-News7 Bureau | October 08, 2020 IST

ନୂଆଦିଲ୍ଲୀ ୦୮/୧୦: ସାହିତ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ଆମେରିକା କବୟିତ୍ରୀ ଲୁଇସ୍  ଗ୍ଲକଙ୍କୁ ଚଳିତବର୍ଷ ନୋବଲେ ପୁରସ୍କାର ପ୍ରଦାନ କରାଯିବ। ବ୍ୟକ୍ତିର ଅସ୍ତିତ୍ବ ସମ୍ପର୍କରେ ଚମତ୍କାର କବିତା ରଚନା ଯୋଗୁ ତାଙ୍କୁ ସ୍ବିଡିଶ ଅକାଦେମୀ ଏହି ପୁରସ୍କାର ପାଇଁ ମନୋନୀତ କରିଛି । ତେବେ ଏନେଇ ନୋବଲେ ପୁରସ୍କାର କମିଟିର ଅଫିସିଆଲ ଟ୍ବିଟର ହ୍ୟାଣ୍ଡେଲରେ କୁହାଯାଇଛି। ସେ ଜଣେ ଲୋକପ୍ରିୟ କବୟିତ୍ରୀ। ସେ ସାମାଜିକ ପ୍ରସଙ୍ଗରେ ବେଶ୍ ସକ୍ରିୟ ରହିଥାନ୍ତି।

ଲୁଇସ ୧୯୬୮ରେ ସାହିତ୍ୟ ଜଗତରେ ପାଦ ଥାପିଥିଲେ। ସେତେବେଳେ ସେ ‘ପାଷ୍ଟବର୍ନ’ ରଚନା କରିଥିଲେ। ଯାହା ବେଶ୍ ଲୋକପ୍ରିୟ ହୋଇଥିଲା। ଏହାପରେ ଲୁଇସ ସାହିତ୍ୟରେ ଆମେରିକାରେ ଲୋକପ୍ରିୟତା ହାସଲ କଲେ। ତାଙ୍କ କବିତା ପିଲାଦିନ, ପାରିବାରିକ ଜୀବନ ଓ ଅନ୍ତରଙ୍ଗ ସମ୍ବନ୍ଧ ଉପରେ ଦୃଷ୍ଟି ଆକର୍ଷଣ କରେ।

୧୯୯୨ରେ ଲୁଇସଙ୍କ ‘ଦି ଓ୍ବାଇଲ୍ଡ ଇରିସ’ ଅନେକ ସଫଳତା ସାଉଁଟିଥିଲା। ନ୍ୟୁୟର୍କରେ ଜନ୍ମ ଗ୍ରହଣ କରିଥିବା ଲୁଇସ୍ କ୍ୟାମ୍ବରିଜରେ ରହନ୍ତି। ୭୭ ବର୍ଷୀୟା ଲୁଇସ ୟାଲେ ୟୁନିଭର୍ସିଟିରେ ପ୍ରଫେସର ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.