Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଣାଇ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଡୁଛି ତାଟିକବାଟ
  • ||
  • ଟେକ୍ସାସରେ ୪ ଜଣଙ୍କୁ ପଣବନ୍ଦୀ : ପାକିସ୍ତାନୀ ବୈଜ୍ଞାନିକଙ୍କୁ ମୁକ୍ତ କରିବାକୁ ଦାବି, ଘଟଣାସ୍ଥଳରେ ଏଫବିଆଇ ଓ ସ୍ୱାଟ୍ ଟିମ୍
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୧କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଡେଇଁଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୧୭୭ କୋଭିଡ୍ ପଜିଟିଭ୍, ୧୧୩୩୯୧୨ରେ ପହଞ୍ଚିଲା ସଂଖ୍ୟା
  • ||
  • ନିଶାରେ ୩ ବାଇକକୁ ଧକ୍କା ଦେଲେ କାର୍ ଡ୍ରାଇଭର, ଓଲଟା ପୋଲିସକୁ କଲେ ଗାଳିଗୁଲଜ
  • ||
  • ଫାଟିଗଲା ମୋବାଇଲ ବ୍ୟାଟେରୀ, ନାବାଳକ ଗୁରୁତର : ପଥରରେ ଛେଚୁଥିବା ବେଳେ ଅଘଟଣ
  • ||
  • ରାଜ୍ୟର ୪ ବରିଷ୍ଠ ଆଇଏଏସଙ୍କୁ ପ୍ରମୋସନ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି
  • ||
  • କୋଟିଆରେ ହେବ ପଞ୍ଚାୟତ ନିର୍ବାଚନ, ୧୩ଟି ବୁଥରେ ମତଦାନ
  • ||

ଅଦୃଶ୍ୟ ଶକ୍ତି ହାସଲ କଲା ଆମେରିକା, ଟାର୍ଗେଟ୍‌ରେ ଚୀନ

23/05/2020 at 9:25 PM

ନୂଆଦିଲ୍ଲୀ ୨୩।୦୫: ଆମେରିକାର ନେଭି ଓ୍ଵାରସିପ୍‌ ଏମିତି ଏକ ହତିଆର ପ୍ରସ୍ତୁତ କରିଛନ୍ତି, ଯିଏ ନିଜର ଲକ୍ଷ୍ୟକୁ ବାୟୁରେ ମାରିବାକୁ ସକ୍ଷମ। ଏଥିରେ ଖାସ୍ କଥା ଏହା ଯେ, ଏହା ଏକ ହାଇ-ଏନର୍ଜି ଲେଜରର ଅସ୍ତ୍ର। ଲେଜର ରେଜ୍‌ ଆଖିକୁ ଦେଖା ଯାଏ ନାହିଁ ଏବଂ ସିଧାସଳଖ ପ୍ରଭାବ ପକାଏ। ଏହାର ପରୀକ୍ଷଣ ଘୋଷଣା ନେଭିର ପେସିଫିକ୍ ଫ୍ଲିଟ୍ ପକ୍ଷରୁ କରାଯାଇଛି। ବର୍ଷର ପ୍ରାରମ୍ଭରେ ଚୀନର ନେଭି ଡେଷ୍ଟ୍ରୟର ଆମେରିକାର ନେଭି ମ୍ୟାରିଟାଇମ୍‌ ପଟ୍ରୋଲ୍ ଏୟାରକ୍ରାଫ୍ଟକୁ ଲେଜର ବିମ୍‌ ଜରିଆରେ ଟାର୍ଗେଟ୍ କରିଥିଲା। କୁହାଯାଉଛି ଆମେରିକା ଏବେ ଏହି ଅଦୃଶ୍ୟ ଶକ୍ତିର ପରୀକ୍ଷଣ କରି ଚୀନକୁ  ଜବାବ ଦେଇଛି। ଦକ୍ଷିଣ ଚୀନ ସାଗରକୁ ନେଇ ଦୁଇ ଦେଶ ମଧ୍ୟରେ ସଂପ୍ରତ୍ତି ତିକ୍ତତା ଜାରି ରହିଛି।

ଫ୍ଲିଟ୍‌ ଯେଉଁ ଭିଡିଓ ସେୟାର କରିଛି, ସେଥିରେ ୟୁଏସ ପୋର୍ଟଲାଣ୍ଡ ଡକ୍ ସିପ୍‌ ଏହି ପରୀକ୍ଷଣ କରୁଥିବା ଦେଖିବାକୁ ମିଳିଛି। ଏଥିରେ ଫାର୍ଷ୍ଟ ସିଷ୍ଟମ- ଲେବଲ୍‌ର ହାଇ-ଏର୍ଜି କ୍ଲାସର ସଲିଡ୍-ଷ୍ଟେଟ୍  ଲେଜରର ବ୍ୟବହାର କରାଯାଇଛି। ଏହା ବାୟୁରେ ଡ୍ରୋନ୍ ଏୟାରକ୍ରାଫ୍ଟକୁ ମାରିବାରେ ସକ୍ଷମ। ଲେଜର ଆଖିକୁ ଦେଖାଯାଏ ନାହିଁ। ଏହା ପୂର୍ବରୁ ଫେବୃଆରୀରେ ଫିଲିପିନ ସାଗରରେ ଗୁଆମରେ ୩୮୦ ମାଇଲ୍‌ ପଶ୍ଚିମ ଦିଗରେ ଚୀନ ପକ୍ଷରୁ ଆମେରିକାର କ୍ରାଫ୍ଟକୁ ଟାର୍ଗେଟ୍ କରାଯାଇଥିଲା। ଏହା ପରେ ଆମେରିକା ନେଭିକୁ ଜଣାଇ ଦେଇଥିଲା ଯେ, ଲେଜରର ବ୍ୟବହାରରେ କ୍ରୁ ଓ ମରିନ ସୈନିକଙ୍କୁ କ୍ଷତି ଘଟିପାରେ। ଏଥିସହ ଜାହାଜ ଓ ଏୟାରକ୍ରାଫ୍ଟ ସିଷ୍ଟମ ମଧ୍ୟ ଖରାପ ହୋଇପାରେ।

   Related Posts