କାଶ୍ମୀର ପ୍ରସଙ୍ଗରେ ଚିଠି ଲେଖି ତୀବ୍ର ବିରୋଧରେ ଶିକାର ହେଲେ ଆମେରିକୀୟ ସାସଂଦ, ଚିଠି ପ୍ରତ୍ୟାହାର ପାଇଁ ଜୋର ଧରିଲା ଦାବି
12/08/2019 at 12:36 PM

ଆମେରିକା୧୨|୮: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ଚିଠି ଲେଖି ଆମେରିକାର ଡେମୋକ୍ରାଟିକ ପାର୍ଟିର ସାସଂଦ ଟମ ସୁଜି ଆମେରିକାରେ ରହୁଥିବା ଭାରତୀୟଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋପିଓଙ୍କୁ ସାଂସଦ ଟମ ସୁଜି ଚିଠି ଲେଖି କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ପଦକ୍ଷେପ ପାଇଁ ଦାବୀ କରିଛନ୍ତି।
ଟମ ସୁଜି ଚିଠିରେ ଲେଖିଛନ୍ତି, ଭାରତ ସରକାରଙ୍କ ଏହିଭଳି ନିଷ୍ପତ୍ତି ପାଇଁ କାଶ୍ମୀରର ସ୍ବତନ୍ତ୍ରତା ସମାପ୍ତ ହୋଇଯାଇଛି । ସେଠାରେ ଶାନ୍ତି ବାତାବରଣ ଶେଷ ହେବାକୁ ଯାଉଛି।ଏଥିସହ ବିଭିନ୍ନ ପ୍ରକାର ସମସ୍ୟା ଉପୁଜିବାର ସମ୍ଭାବନା ରହିଛି।ଏହା ଦ୍ବାରା ଆତଙ୍କବାଦକୁ ପରୋକ୍ଷ ଭାବରେ ଭାରତ ସରକାର ପ୍ରୋତ୍ସାହନ ଦେଇଛି ।ଏହି କାରଣରୁ କାଶ୍ମୀରରେ ଆତଙ୍କ ବଢ଼ିପାରେ ବୋଲି ଟମ ସୁଜି କହିଛନ୍ତି।
ନ୍ୟୁୟର୍କର ଯେଉଁ ଅଞ୍ଚଳରୁ ଟମ ସୁଜି ପ୍ରତିନିଧିତ୍ବ କରନ୍ତି, ସେହି ଅଞ୍ଚଳରେ ଅଧିକ ସଂଖ୍ୟାରେ ଭାରତୀୟ ନାଗରିକ ରହିଛନ୍ତି।ନିର୍ବାଚନ ସମୟରେ ଟମ ସୁଜିଙ୍କ ପାଇଁ ଭାରତୀୟମାନେ ପ୍ରଚାର କରିବା ସହ ତାଙ୍କୁ ଭୋଟ ମଧ୍ୟ ଦେଇଥିଲେ।କାଶ୍ମୀର ପ୍ରସଙ୍ଗରେ ଟମ ସୁଜି ଯେଉଁଭଳି ବିବାଦୀୟ ଚିଠି ଲେଖିଛନ୍ତି। ସେଥିପାଇଁ ସେଠାରେ ରହୁଥିବା ଭାରତୀୟ ନାଗରିକମାନେ ଟମ ସୁଜିଙ୍କୁ ତୀବ୍ର ବିରୋଧ କରିଛନ୍ତି।ଆମେରିକାନ ଇଣ୍ଡିଆ ପବ୍ଲିକ ଆଫେୟାରସ କମିଟିର ସଭାପତି ଜଗଦୀଶ ସେବହାନୀ କହିଛନ୍ତି, ଟମ ସୁଜିଙ୍କ ଏହିଭଳି କାର୍ଯ୍ୟ ପାଇଁ ଭାରତୀୟଙ୍କୁ ଶକ୍ତ ଝଟକା ଲାଗିଛି।କାଶ୍ମୀର ହେଉଛି ଭାରତର ଏକ ଅଭିନ୍ନ ଅଙ୍ଗ। ତେଣୁ କାଶ୍ମୀର ପ୍ରସଂଗ ଭାରତ ସରକାରଙ୍କ ଆଭ୍ୟାନ୍ତରୀଣ ମାମଲା।ସେଠାକାର ଲୋକମାନଙ୍କ ମଙ୍ଗଳ ପାଇଁ ଭାରତ ସରକାର ବୁଝି ବିଚାରି ନିଷ୍ପତ୍ତି ନେଇଥିବେ।ତେଣୁ ଟମ ସୁଜିଙ୍କ ଦ୍ବାରା ପଠାଯାଇଥିବା ଚିଠି ସେ ଫେରାଇ ଆଣନ୍ତୁ ବୋଲି ସେମାନେ ଦାବି କରିଛନ୍ତି।
ସୋସାଲ ମିଡିଆରେ ସକ୍ରିୟ ଥିବା ଭାରତୀୟମାନେ ସୁଜିଙ୍କୁ ନିନ୍ଦା କରିବା ସହ ଚିଠି ଫେରାଇ ଆଣନ୍ତୁ ବୋଲି ଦାବି କରିଛନ୍ତି।ଆମେରିକାରେ ଥିବା ଭାତୀୟମାନଙ୍କ ସହ ଟମ ସୁଜି ଭେଟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।କାଶ୍ମୀର ପ୍ରଂଗକୁ ନେଇ ପାକିସ୍ତାନର ଗୁମ୍ଭୀର କାନ୍ଦଣାର କିଛି ମାନେ ନାହିଁ ବୋଲି ଆମେରିକାରେ ଥିବା ଭାରତୀୟମାନେ କହିଛନ୍ତି।