କାଶ୍ମୀରକୁ ନେଇ ଏକତରଫା ଖବର ପ୍ରସାରଣ କରୁଛି ଆମେରିକା ମିଡିଆ, ଏମିତି ପ୍ରତିକ୍ରିୟା ଦେଲା ଭାରତ...

Published By : Prameya-News7 Bureau | September 11, 2019 IST

ଓ୍ବାସିଙ୍ଗଟନ୧୧|୯: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଆମେରିକାର କିଛି ମିଡ଼ିଆ କାଶ୍ମୀର ପ୍ରସଙ୍ଗରେ ଏକତରଫା ଖବର ପ୍ରସାରଣ କରୁଛି। ଆମେରିକାରେ ଭାରତର ରାଷ୍ଟ୍ରଦୂତ ହର୍ଷବର୍ଧନ ଶ୍ରୁଙ୍ଗଲା କହିଛନ୍ତି ଯେ, କାଶ୍ମୀରର ଏକ ନିର୍ଦ୍ଧିଷ୍ଟ ଛବିକୁ ଆମେରିକା ମିଡିଆ ଦେଖାଇବାକୁ ଚେଷ୍ଟ କରୁଛି  ଯାହା ଭାରତ ବିରୋଧୀ ଛବି।

ହର୍ଷବର୍ଧନ ଶ୍ରୁଙ୍ଗଲା କହିଛନ୍ତି, ଗତ ମାସରେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରି ଭାରତ ସରକାର ଏକ ଐତିହାସିକ ନିଷ୍ପତ୍ତି ନେଇଛି।କାଶ୍ମୀରର ଶାନ୍ତି ଓ ଶୃଙ୍ଖଳାକୁ ବଜାୟ ରଖିବା ପାଇଁ ଭାରତ ସରକାର ଉଦ୍ୟମ ଜାରି ରିଖିଛି।​‌ସେ ଆହୁରି ମଧ୍ୟ କହିଛନ୍ତି, ଧାରା ୩୭୦ ଉଚ୍ଛେଦ ପରେ କାଶ୍ମୀରକୁ ବିଶେଷ ରାଜ୍ୟର ମାନ୍ୟତା ଦିଆଯାଇଛି। ପୂର୍ବରୁ ଥିବା ଗୋଟିଏ ନିୟମ କାଶ୍ମୀରର ଅର୍ଥ ବ୍ୟବସ୍ଥାକୁ ନଷ୍ଟ କରିବା ସହ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଥିଲା ବୋଲି  ହର୍ଷବର୍ଧନ କହିଛନ୍ତି।

ଆମେରିକାର କିଛି ମିଡ଼ିଆ କେବଳ କାଶ୍ମବୀର ଏକ ନିର୍ଦ୍ଧିଷ୍ଟ ଛବି ଦେଖାଇବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ହର୍ଷବର୍ଧନ କହିଛନ୍ତି। ନିକଟରେ ଏକତରଫା ଖବର ପ୍ରସାଣ କରିବାରୁ କାଶ୍ମୀରର ପଣ୍ଡିତମାନେ ଆମେରିକାର ‘ଦ ଓ୍ବାସିଙ୍ଗଟନ’ କାର୍ଯ୍ୟାଳୟ ସାମ୍ନାରେ ବିରୋଧ ପ୍ରଦର୍ଶନ କରିଥିଲେ। ଭାରତ ରାଷ୍ଟ୍ରଦୂ୍ତଙ୍କ କହିବା ମୁତାବକ, ଜମ୍ମୁ-କାଶ୍ମୀରର ଉତ୍ତେଜନା ସ୍ଥିତି ଧୀରେ ଧୀରେ ସୁଧୁରିବାକୁ ଲାଗିଛି। ତେଣୁ ଏପରି ଖବର ପ୍ରଦର୍ଶନ କରିବାକୁ ସେ ନିନ୍ଦା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.