ନିୟମିତ ଗଙ୍ଗାଜଳ ବ୍ୟବହାର କରିଥିବା ୯୦ ପ୍ରତିଶତ ଲୋକ କରୋନାରୁ ସୁରକ୍ଷିତ, ଆମେରିକା ଜର୍ଣ୍ଣାଲ ମଧ୍ୟ କରିଛି ସ୍ୱୀକାର

Published By : Prameya-News7 Bureau | September 21, 2020 IST

ନୂଆଦିଲ୍ଲୀ ୨୧/୦୯ : ନିୟମିତ ଗଙ୍ଗାଜଳ ପ୍ରୟୋଗ କଲେ କରୋନାର ପ୍ରଭାବ ବହୁ ମାତ୍ରାରେ ହ୍ରାସ ପାଇବ । ଗଙ୍ଗାଜଳ ପିଉଥିବା ଓ ଗଙ୍ଗାଜଳରେ ସ୍ନାନ କରୁଥିବା ଲୋକଙ୍କ ଉପରେ କରୋନା ବିପଦ ବହୁତ କମ ରହିଥାଏ । ଏକ ଗବେଷଣାରେ ଏହାର ଖୁଲାସା ହୋଇଛି । ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଆଇଏମଏସ (IMS) ଟିମ ଗଙ୍ଗା ନଦୀ କୁଳରେ ରହୁଥିବା ଲୋକଙ୍କ ଉପରେ କରୋନା ପ୍ରଭାବକୁ ନେଇ ଗବେଷଣା କରିଛନ୍ତି । ଗଭୀର ଅଧ୍ୟୟନ ଓ ଗବେଷଣା ପରେ ଟିମ ଏହି ନିଷ୍କର୍ସରେ ପହଞ୍ଚିଥିଲା ଯେ ନିୟମିତ ଗଙ୍ଗାଜଳ ବ୍ୟବହାର କରୁଥିବା ଲୋକଙ୍କ କରୋନା ଭାଇରସର ପ୍ରଭାବ କେବଳ ୧୦ ପ୍ରତିଶତ ରହିଛି । ଗୁରୁତ୍ୱପୂର୍ଣ କଥା ହେଲା ଆମେରିକାର ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲ ଅଫ ମାଇକ୍ରୋବାୟୋଲୋଜି ଅଙ୍କରେ ମଧ୍ୟ ଏହା ପ୍ରକାଶିତ ହୋଇଛି ।

{"id":332526,"sizeSlug":"large"}

ସୂଚନା ଅନୁଯାୟୀ, ଆଇଏମଏସ ଟିମ ରବିବାର ଦିନ ପଞ୍ଚଗଙ୍ଗା ଘାଟରେ ୪୯ ଜଣଙ୍କ ନମୁନା ଯାଞ୍ଚ କରିଥିଲେ । ଏହି ଯାଞ୍ଚରେ ୪୮ ଜଣଙ୍କର ନେଗେଟିଭ ଓ ଜଣକର ଯାଞ୍ଚ ରିପୋର୍ଟ ପଜିଟିଭ ଆସିଥିଲା । ଏହା ପୂର୍ବରୁ ଟିମ ବୁଧବାର ଦିନ ଭଦୈନି, ତୁଲସୀଘାଟ, ହରିଶ୍ଚନ୍ଦ୍ର ଘାଟ ଓ ଚେତସିଂହ ଘାଟରେ ୫୪ ଜଣଙ୍କର ନମୁନା ଯାଞ୍ଚ କରିଥିଲେ । ଏ ସମସ୍ତଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଥିଲା ।

{"id":332527,"sizeSlug":"large"}

ଗବେଷଣାରେ ଜଣାପଡିଛି ଯେ, ନିୟମିତ ଗଙ୍ଗାଜଳରେ ସ୍ନାନ କଲେ ଓ ଯେକୌଣସି ପ୍ରକାରେ ଗଙ୍ଗାଜଳ ସେବନ କରୁଥିବା ୯୦ ପ୍ରତିଶତ ଲୋକଙ୍କ ଉପରେ କରୋନା ସଂକ୍ରମଣର ପ୍ରଭାବ ନାହିଁ । ଏଥିପାଇଁ ଲୋକଙ୍କ ନମୁନା ସଂଗ୍ରହ କରାଯାଇଥିଲା । ବିଏଚୟୁର ନ୍ୟୁରୋଲୋଜି ବିଭାଗର ଅଧ୍ୟକ୍ଷ ଡ.ରାମେଶ୍ୱର ଚୌରାସିଆ, ନ୍ୟୁରୋଲୋଜିଷ୍ଟ ପ୍ରଫେସର ବିଏନ ମିଶ୍ରଙ୍କ ନେତୃତ୍ୱରେ କାମ କରୁଥିବା ଟିମ ରିସର୍ଚ୍ଚ ପରେ ଦାବି କରିଥିଲେ ଯେ ଗଙ୍ଗାଜଳରେ ସ୍ନାନ କରୁଥିବା ୯୦ ପ୍ରତିଶତ ଲୋକ କରୋନା ଭାଇରସ ପ୍ରକୋପରୁ ସୁରକ୍ଷିତ ଅଛନ୍ତି । ଏହାଛଡା ଗଙ୍ଗାକୂଳରେ ବାସ କରୁଥିବା ଲୋକେ ଅନ୍ୟ ସହର ତୁଳନାରେ ୫୦ ପ୍ରତିଶତ କମ ସଂକ୍ରମିତ । ଏମାନେ ସଂକ୍ରମଣ ପରେ ଶୀଘ୍ର ସୁସ୍ଥ ମଧ୍ୟ ହୋଇଥାନ୍ତି ।

{"id":332528,"sizeSlug":"large"}

ମିଡ଼ିଆ ରିପୋର୍ଟ ଅନୁଯାୟୀ, ପ୍ରଫେସର ବିଏନ ମିଶ୍ରଙ୍କ କହିବାନୁଯାୟୀ, ଗବେଷଣା ପାଇଁ ଗୋମୁଖରୁ ଗଙ୍ଗାସାଗର ଯାଏଁ ୧୦୦ଟି ସ୍ଥାନରେ ନମୁନା ସଂଗ୍ରହ କରାଯାଇଥିଲା । କରୋନା ରୋଗୀଙ୍କ ଫେଜ ଥେରାପି ପାଇଁ ଗଙ୍ଗାଜଳର ନୋଜାଲ ସ୍ପ୍ରେ ମଧ୍ୟ ପ୍ରସ୍ତୁତ କରାଯାଇଛି । ଏହାର ଡିଟେଲ ରିପୋର୍ଟ ଆଇଏମଏସ ଏଥିକାଲ କମିଟିକୁ ପଠାଯାଇଛି । ପ୍ରଫେସର ଭଟ୍ଟାଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ୧୨ ଜଣିଆ ଟିମ ଏଥିକାଲ କମିଟିର ସହାମତି ପରେ ମାନବ ପରୀକ୍ଷଣ ଆରମ୍ଭ କରାଯିବ । ଅନୁମତି ମିଳିବା ପରେ ୨୫୦ ଲୋକଙ୍କ ଉପରେ ପରୀକ୍ଷଣ କରାଯିବ । ଏହାପରେ ଫଳାଫଳ ଅଧ୍ୟୟନ କରି ରିପୋର୍ଟ ଇଣ୍ଡିଆନ କାଉନ୍ସିଲ ଅଫ ରିସର୍ଚ୍ଚକୁ ପଠାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.