Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଫେସବୁକ୍‌ରେ ପଂଜାବର ସ୍କୁଟର ମେକାନିକଙ୍କୁ ପ୍ରେମ କଲେ ଆମେରିକୀୟ ଯୁବତୀ, ଭାରତ ଆସି କଲେ ବିବାହ

29/08/2019 at 1:19 PM

ଆମେରିକାର ଜଣେ ଯୁବତୀ ନିଜ ପ୍ରେମ କାହାଣୀକୁ ସଫଳ କରିବା ପାଇଁ ଅମୃତସରର ଜଣେ ସ୍କୁଟର ମେକାନିକ୍‌ଙ୍କୁ ବିବାହ କରିଛନ୍ତି। ଉଭୟଙ୍କ କଥାବାର୍ତ୍ତା ଫେସବୁକ୍‌ ମାଧ୍ୟମରେ ଆରମ୍ଭ ହୋଇଥିଲା। ୭ମାସ କଥା ହେବା ପରେ ପରସ୍ପରଙ୍କ ପାଇଁ ଥିବା ପ୍ରେମକୁ ଉଭୟ ଅନୁଭବ କରିଥିଲେ। କିଛି ଦିନ ସୋସିଆଲ ମିଡିଆରେ କଥା ହେବା ପରେ ସେମାନେ ଫୋନ୍‌ରେ କଥା ହେବା ଆରମ୍ଭ କରିଥିଲେ।

ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ପରସ୍ପରଙ୍କ ପାଇଁ ଥିବା ଭଲ ପାଇବା ବଢିଥିଲା। ସ୍କୁଟର ମେକାନିକଙ୍କ ନାଁ ହେଉଛି ପବନ କୁମାର। ପବନ କୁମାର କହିଥିଲେ ଯେ, ଜଣେ ବିଦେଶୀ ଯୁବତୀଙ୍କର ଫ୍ରେଣ୍ଡ ରିକ୍ବେଷ୍ଟ ତାଙ୍କ ଫେସବୁକ୍‌ରେ ଆସିଥିଲା। ପରବର୍ତ୍ତୀ ମୂହୁର୍ତ୍ତରେ ପବନ ତାଙ୍କ ରିକ୍ବେଷ୍ଟ ଆକ୍‌ସେପ୍ଟ କରିଥିଲେ। ତାପରେ ଉଭୟ ଚ୍ୟାଟିଂ କରିବାକୁ ଲାଗିଲେ।

ଆମେରିକାର ଯୁବତୀ ପ୍ରଥମେ ପବନଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ହେଲେ ପବନ ବିବାହ କରିବାକୁ ଆମେରିକା  ଯାଇପାରିବେନି ବୋଲି ବିଦେଶୀ ଯୁବତୀଙ୍କୁ କହିଥିଲେ। ଶେଷରେ ବିଦେଶୀ ଯୁବତୀ ନିଜେ ଅମୃତସର ଆସିଥିଲେ। ଅମୃସରରେ ଦୁହେଁ ଭାରତୀୟ ରୀତି ନୀତି ଅନୁସାରେ ବିବାହ କରିଥିଲେ। ବିବାହ ପରେ ଉଭୟ ସ୍ବାମୀ-ସ୍ତ୍ରୀ ବେଶ ଖୁସୀ ଅଛନ୍ତି।

ବିଦେଶୀ ଯୁବତୀ କହିଛନ୍ତି ଯେ, ସେ ପବନ ସହ ଭାରତରେ ଜୀବନ ସାରା ଖୁସୀରେ ରହିବାକୁ ଚାହାନ୍ତି।  ଅପରପକ୍ଷରେ ପବନଙ୍କ ମାଆ କହିଛନ୍ତି ଯେ, ଜଣେ ବିଦେଶୀ ବୋହୂ ପାଇ ସେ ବେଶ ଖୁସୀ। ଅବଶ୍ୟ ତାଙ୍କୁ ବୋହୂର ଭାଷା ବୁଝିବାରେ କଷ୍ଟ ହେଉଛି ତଥାପି ସେ ଧୀରେ ଧୀରେ ତାଙ୍କ ଭାଷା ବୁଝିବାକୁ ଲାଗିଲେଣି। ଯଦି ପୁଅ ବୋହୂ ଖୁସୀ ତାହେଲେ ତାଙ୍କ ଖୁସୀରେ ସେ ମଧ୍ୟ ଖୁସୀ ଅଛନ୍ତି। ଉଭୟଙ୍କ ପ୍ରେମ କାହାଣୀ ସଫଳ ହୋଇଛି ତାଠୁ ବଡ ଆଉ କିଛି ନୁହେଁ ବୋଲି ପବନଙ୍କ ବାପା କହିଛନ୍ତି।

   Related Posts