Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଉହାନ ଲ୍ୟାବ୍‌ରୁ ବାହାରିଛି କରୋନା ଭାଇରସ୍, ଆମ ପାଖରେ ପର୍ଯ୍ୟାପ୍ତ ପ୍ରମାଣ ଅଛି: ଆମେରିକା

3/05/2020 at 9:57 PM

ଓ୍ଵାଶିଂଟନ ୦୩।୦୫: ଆମେରିକା ବୈଦେଶିକ ସଚିବ ମାଇକ୍ ପାମ୍ପିଓ ରବିବାର ଦାବି କରିଛନ୍ତି, କରୋନା ଭାଇରସ୍‌ ଚୀନର ଉହାନ ଲ୍ୟାବ୍‌ରୁ ବ୍ୟାପିଛି। ଆମ ପାଖରେ ଏହାର ପର୍ଯ୍ୟାପ୍ତ ପ୍ରମାଣ ଅଛି। ନ୍ୟୁଜ୍ ଚ୍ୟାନେଲୋ ଏବିସିର ‘ଦିସ୍ ଓ୍ଵିକ’ ଶୋରେ ପାମ୍ପିଓ ଏହା ଦାବି କରିଛନ୍ତି। ସେ ଭାଇରସ୍‌ର ମୁକାବିଲା ନେଇ ଚୀନର ରହିଥିବା ଆଭିମୁଖ୍ୟକୁ ଖୁବ୍ ସମାଲୋଚନା କରିଛନ୍ତି। ମାତ୍ର ସେ ଏହାର ଉତ୍ତର ଦେଇ ନାହାନ୍ତି ଯେ କଣ ଜାଣିଶୁଣି ଭାଇରସ୍‌ ଛଡା ଯାଇଥିଲା।

ପାମ୍ପିଓ ଏବିସିକୁ କହିଛନ୍ତି ଯେ, ଆମେରିକାର ଇଣ୍ଟେଲିଜେନ୍ସ ଏଜେନ୍ସି ଏହା ବିଶ୍ଵାସ କରୁଛି ଯେ, ଭାଇରସ୍ ମଣିଷ ଦ୍ଵାରା ପ୍ରସ୍ତୁତ ହୋଇ ନାହିଁ। କିନ୍ତୁ ସେ ଦୃଢତାର ସହ ଏହା କହିଛନ୍ତି, ଭାଇରସ୍‌ ଉହାନ ଲ୍ୟାବ୍‌ରୁ ହିଁ ବାହାରିଛି। ଦୁନିଆରେ ସଂକ୍ରମଣ କରିବା ଏବଂ ଦୁର୍ବଳ ମାନର ଲ୍ୟାବ୍ ଚଳାଇବାରେ ଚୀନର ଇତିହାସ ରହିଛି।

ସେ କହିଛନ୍ତି ଯେ, ଚୀନ ଯେଉଁଭଳି ପ୍ରକାର କରୋନ ଉପରେ ପରଦା ପକାଇବାକୁ ଚେଷ୍ଟା କରିଛି ସେଥିରେ ବିଶ୍ଵ ଲାଗି ବଡ ବିପଦ ସୃଷ୍ଟି ହୋଇଛି। ଆମେରିକା ଚୀନ ଉପରେ ଆରମ୍ଭରୁ ଏହି ଆରୋପ ଲଗାଇ ଆସିଛି ଯେ, କରୋନା ଭାଇରସ୍‌ ବିଷୟରେ ଏହି କମ୍ୟୁନିଷ୍ଟ ଦେଶ ଦୁନିଆକୁ ବିଳମ୍ବରେ ସୂଚନା ଦେଇଛି ଏବଂ ନିଜ ଦେଶରେ ଭାଇରସ୍‌ ସଂକ୍ରମଣକୁ ରୋକିବାରେ ବିଳମ୍ବ କରିଛି।  

   Related Posts