ଆମେରିକାର ଘାତକ MQ-9 ରିପର ଡ୍ରୋନ୍‌, ଇରାନୀ କମାଣ୍ଡର ସୁଲେମାନୀକୁ କରିଥିଲା ନିହତ

Published By : Prameya-News7 Bureau | January 05, 2020 IST

ଓ୍ବାସିଂଟନ ୦୫।୦୧: ଶୁକ୍ରବାର ଦିନ ଇରାକର ରାଜଧାନୀ ବାଗଦାଦ୍‌ରେ ଆମେରିକା ଏୟାର ଷ୍ଟ୍ରାଇକ୍ କରି ଇରାନର ସବୁଠାରୁ ଶକ୍ତିଶାଳୀ କମାଣ୍ଡର ଜେନେରାଲ କାସିମ ସୁଲେମାନୀକୁ  ନିହତ କରିଥିଲା । ଇରାନୀ ଜେନେରାଲ ସୁଲେମାନୀ ଯେତେବେଳେ ବାଗଦାଦ ଇଣ୍ଟରନ୍ୟାସନାଲ ଏୟାପୋର୍ଟରୁ ବାହାରୁଥିଲା, ଠିକ୍ ସେହି ସମୟରେ ଆମେରିକା ଆକ୍ରମଣ କରିଥିଲା । ଇରାନର ଶକ୍ତିଶାଳୀ କମାଣ୍ଡର ଜେନେରାଲ ସୁଲେମାନୀଙ୍କୁ ନିହତ କରିବା ପାଇଁ ଆମେରିକା  MQ-9 ରିପର ନାମକ ଏକ ଡ୍ରୋନର ବ୍ୟବହାର କରିଥିଲା  ।

{"id":207151,"sizeSlug":"large"}

ଆମେରିକାର ଏହି ଡ୍ରୋନ୍ ଅତ୍ୟନ୍ତ ଘାତକ ଅସ୍ତ୍ର । ବିଭିନ୍ନ ପ୍ରକାର ମିଶନରେ ଏହାକୁ ବ୍ୟବହାର କରାଯାଇଥାଏ । ଆମେରିକା ଏୟାଫୋର୍ସ ଅନୁଯାୟୀ ଏହି ପ୍ରକାର ଡ୍ରୋନକୁ କୌଣସି ବଡ ଆକ୍ରମଣ ପାଇଁ ବ୍ୟବହାର କରାଯାଇଥାଏ । ଏହି ଡ୍ରୋନ୍ ୧,୧୫୦ ମାଇଲ ଗତି କରିବା ସହ ୫୦ହଜାର ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଉଡାଣ ଭରିପାରେ ।

{"id":207153,"sizeSlug":"large"}

MQ-9 ରିପର ଡ୍ରୋନରେ ସୂଦୂରପ୍ରସାର ସେନ୍‌ସର, ବିଭିନ୍ନ ପ୍ରକାର ଯୋଗାଯୋଗ ସିଷ୍ଟମ, ସୂକ୍ଷ୍ମତାର ସହ ଅସ୍ତ୍ରଶସ୍ତ୍ର ରଖାଯାଇପାରିବ । ୪,୯୦୦ ପାଉଣ୍ଡ ଓଜନ ବିଶିଷ୍ଟ ଏହି ଡ୍ରୋନରେ୨,୨୦୦ଲିଟର ତେଲ ଭର୍ତ୍ତି କରାଯାଇପାରିବ । ଏହି ଡ୍ରୋନ୍ ଏକା ସାଙ୍ଗରେ ୪,୭୬୦ କିଲୋ ଓଜନ ବହନ କରିବା ସହ ପ୍ରତିଘଣ୍ଟା ୨୩୦ କିଲୋମିଟର ବେଗରେ ଉଡାଣ ଭରିପାରେ । ଏହି ଡ୍ରୋନ୍‌କୁ ନଜର ରଖିବା, ତଲାସୀ ଅଭିଯାନ, ରିଲିଫ୍ ମିଶନରେ ବ୍ୟବହାର କରାଯାଇପାରିବ ।

{"id":207162,"sizeSlug":"large"}

MQ-9 ରିପର ଡ୍ରୋନ୍ ୨୦୦୭ରୁ ବ୍ୟବହାର କରାଯାଉଛି । ଡ୍ରୋନ୍‌ର ଲମ୍ବା ୬୬ଫୁଟ୍ ରହିଛି ।  MQ-9 ରିପର ଡ୍ରୋନ୍‌ର ଦାମ୍‌ ୬୪.୨ ମିଲିୟନ ଡଲାର ବା ୪୬୦ କୋଟି ୭୦ଲକ୍ଷ ୫୬ହଜାର ୨୦୦ ଟଙ୍କା ରହିଛି । MQ-9 ରିପର ଡ୍ରୋନ୍ ଟାର୍ଗେଟ୍‌କୁ ସଠିକ୍ ରୂପେ ଧ୍ବଂସ କରିବାରେ ପାରଙ୍ଗମ ରହିଛି । ଏହି ଡ୍ରୋନ୍‌ରେ ହେଲିଫାୟର ମିସାଇଲ କ୍ଷେପଣ କରାଯାଇପାରିବ । ଡ୍ରୋନ୍‌ରେ ଜଣେ ପାଇଲଟ୍ ଓ ଜଣେ ସେନ୍ସର ଅପରେଟର ବସିବା ପାଇଁ ସ୍ଥାନ ରହିଛି ।

{"id":207163,"width":582,"height":387,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.